Posted inଖେଳ

ମୁମ୍ବାଇର ଦ୍ୱିତୀୟ ବିଜୟ

ମୁମ୍ବାଇ, ୭।୩: ହିଲି ମାଥ୍ୟୁସଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୯ ଉଇକେଟରେ ପରାସ୍ତ କରିଛି। ଅନ୍ୟପକ୍ଷରେ କ୍ରମାଗତ ବୋଲିଂ ଓ ବ୍ୟାଟିଂ ବିଫଳତା ଯୋଗୁ ଆରସିବି କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ବ୍ୟାଟରଙ୍କ ତ୍ରୁଟିପୂର୍ଣ୍ଣ ଶଟ୍‌ ଚୟନ ଯୋଗୁ ସ୍ମୃତି ମନ୍ଧାନାଙ୍କ ଦଳ ପୂରା ୨୦ ଓଭର ଖେଳି ନ ପାରି ୧୮.୪ ଓଭରରେ ୧୫୫ ରନରେ ଅଲ୍‌ଆଉଟ ହୋଇଥିଲା। ପରେ ପ୍ରଭାବହୀନ ବୋଲିଂର ସୁଯୋଗ ନେଇ ମୁମ୍ବାଇ ୧୪.୨ ଓଭରରେ ମାତ୍ର ୧ ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରି ନେଇଥିଲା। ମୁମ୍ବାଇ ନିଜର ପ୍ରଥମ ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସକୁ ୧୪୩ ରନରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଆରସିବି ନିଜର ପ୍ରଥମ ମ୍ୟାଚକୁ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ୬୦ ରନରେ ହାରିଥିଲା। ୨ ମ୍ୟାଚରୁ ୨ ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ୪ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଆରସିବି ପଏଣ୍ଟ ଖାତା ଖୋଲି ପାରିନାହିଁ।
ଟସ୍‌ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆରସିବି ଦଳର ଅତି କମ୍‌ରେ ୫ ଜଣ ଖେଳାଳି ଭଲ ଆରମ୍ଭ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। କ୍ରମାଗତ ବ୍ୟବଧାନରେ ଉଇକେଟ ପଡ଼ି ଚାଲିଥିଲେ ହେଁ ଏହି ଦଳ ଉନ୍ନତ ରନ୍‌ହାର ବଜାୟ ରଖିଥିଲା। ମାତ୍ର କେହି ଜଣେ ହେଲେ ଖେଳାଳି କ୍ରିଜରେ ଶେଷ ପର୍ଯ୍ୟନ୍ତ ତିଷ୍ଠି ନ ପାରିବାରୁ ଦଳ ବଡ଼ ସ୍କୋର କରିପାରି ନ ଥିଲା। ରିଚା ଘୋଷ ସର୍ବାଧିକ ୨୮ ରନ କରିଥିବାବେଳେ ଅଧିନାୟିକା ସ୍ମୃତି ମନ୍ଧାନା ୨୩, ଶ୍ରୀୟଙ୍କା ପାଟିଲ ୨୩, କନିକା ଆହୁଜା ୨୨ ଓ ମେଗାନ ସ୍କୁଟ ୨୦ ରନକରି ଆଉଟ ହୋଇଥିଲେ। ମୁମ୍ବାଇ ପକ୍ଷରୁ ହିଲି ମାଥ୍ୟୁସ ୩ଟି, ସାଇକା ଇସାକ ଓ ଆମେଲିଆ କେର୍‌ ୨ଟି ଲେଖାଏ ଏବଂ ନାତାଲି ସ୍କିଭର ବ୍ରଣ୍ଟ ଓ ପୂଜା ବସ୍ତ୍ରକାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୫୬ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଓପନିଂ ଯୋଡ଼ିରେ ୪୫ ରନ ଯୋଗ କରିଥିଲା। ଓପନର ୟାସ୍ତିକା ଭାଟିଆ ୧୯ ବଲ୍‌ରୁ ୨୩ ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ତେବେ ପ୍ରଭାବୀ ବୋଲିଂ କରି ୩ ଉଇକେଟ ହାସଲ କରିଥିବା ହିଲି ମାଥ୍ୟୁସ ବ୍ୟାଟିଂରେ ମଧ୍ୟ ଚମତ୍କାରିତା ଦେଖାଇ ୭୭ (୩୮ ବଲ, ୧୩ ଚୌକା, ୧ ଛକା) ଓ ନାତାଲି ସ୍କିଭର ବ୍ରଣ୍ଟ ୫୫ (୨୯ ବଲ, ୯ ଚୌକା, ୧ ଛକା) ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଅସମାପ୍ତ ଦ୍ୱିତୀୟ ଉଇକେଟରେ ଦୁହେଁ ମାତ୍ର ୫୬ ବଲ୍‌ରୁ ୧୧୪ ରନ ସଂଗ୍ରହ କରିଥିଲେ। ଆରସିବି ପକ୍ଷରୁ କେବଳ ପ୍ରୀତି ବୋଷ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୮.୪ ଓଭରରେ ୧୫୫/ଅଲ୍‌ଆଉଟ (ରିଚା ଘୋଷ-୨୮, ସ୍ମୃତି ମନ୍ଧାନା-୨୩, ଶ୍ରୀୟଙ୍କା ପାଟିଲ-୨୩, କନିକା ଆହୁଜା-୨୨, ମେଗାନ ସ୍କୁଟ-୨୦, ହିଲି ମାଥ୍ୟୁସ-୩/୨୮, ସାଇକା ଇସାକ-୨/୨୬, ଆମେଲିଆ କେର-୨/୩୦, ନାତାଲି ସ୍କିଭର ବ୍ରଣ୍ଟ-୧/୩୪, ପୂଜା ବସ୍ତ୍ରକାର-୧/୮)। ମୁମ୍ବାଇ ଇଣ୍ଡିଆନ୍ସ ୧୪.୨ ଓଭରରେ ୧୫୯/୧ (ହିଲି ମାଥ୍ୟୁସ-୭୭*, ନାତାଲି ସ୍କିଭର ବ୍ରଣ୍ଟ-୫୫*, ୟାସ୍ତିକା ଭାଟିଆ-୨୩, ପ୍ରୀତି ବୋଷ-୧/୩୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡିଆରେ କାହିଁକି କାନ୍ଦିଥିଲେ ରୋହିତ ଶର୍ମାଙ୍କ ସ୍ତ୍ରୀ

ଲକ୍‌ଡାଉନରେ ରୋହିତ୍‌ ଶର୍ମା ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। କ୍ରିକେଟ ପଡିଆରେ ପୁରୁଣା ଦିନର ସ୍ମୁତିକୁ ସେ ନିଜ ଫ୍ୟାନ୍‌ଙ୍କ ସହ ଶେୟାର କରୁଛନ୍ତି। ରୋହିତଙ୍କ...

ସ୍ତ୍ରୀଙ୍କଠାରୁ ବି ଏହି ଖେଳାଳିଙ୍କ ‘କିସ୍‌’ ମୋତେ ଖାସ୍‌ ଲାଗିଲା: ବେନ ଷ୍ଟୋକ୍ସ

ଲିଡ୍ସ, ୨୫ା୮:ତୃତୀୟ ଆଶେସ କ୍ରିକେଟ ଟେଷ୍ଟ ମ୍ୟାଚରେ ବେନ ଷ୍ଟୋକ୍ସଙ୍କ ଲଢୁଆ ଅପରାଜିତ ଶତକ (୧୩୫*) ଯୋଗୁ ଇଂଲଣ୍ଡ ୧ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।...

ପାକିସ୍ତାନ ଖେଳୁଥିଲା ମ୍ୟାଚ୍‌, ଷ୍ଟାଡିୟମରେ ପହଞ୍ଚିଲେ କୋହଲିଙ୍କ ପ୍ରଶଂସକ

ଲାହୋର, ୧୦।୧୦:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ସମୟର ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଅନ୍ୟତମ। ମାତ୍ର ୩୦ ବର୍ଷ ବୟସରେ ସେ...

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ କ୍ରିକେଟର୍‌

ନୂଆଦିଲ୍ଲୀ,୧୭।୯: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ମୋଦିଙ୍କ ଜନ୍ମଦିନ ପାଇଁ ଦଳମତ ନିର୍ବିଶେଷରେ ପ୍ରାୟ ଅଧିକାଂଶ ନେତା...

କ୍ରୀଡ଼ା ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ରେସଲରଙ୍କ ବୈଠକ ଶେଷ

ନୂଆଦିଲ୍ଲୀ,୧୯।୧: ଭାରତୀୟ କୁସ୍ତିରେ ହଠାତ୍‌ ଝଡ ସୃଷ୍ଟି ହୋଇଛି। ବିନେଶ ଫୋଗତ, ବଜରଙ୍ଗ ପୁନିଆ ସମେତ ପ୍ରାୟ ୩୦ ରେସଲର ରେସଲିଂ ଫେଡେରେସନ ଅଫ ଇଣ୍ଡିଆ...

ଅଙ୍କିତାଙ୍କୁ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ

ମେଲେବୋର୍ନ, ୨୦ା୨ (ପି.ଟି.)- ରୁୁଷୀୟ ପାର୍ଟନର କାମିଲା ରାକ୍ଷିମୋଭାଙ୍କ ସହ ଫିଲିପ୍‌ ଆଇଲାଣ୍ଡ ଟ୍ରଫି ହାସଲ କରିବା ଦ୍ୱାରା ଭାରତର ଅଙ୍କିତା ରାଇନା ତାଙ୍କ ଟେନିସ...

ହନୁମା ବିହାରୀ ‘କ୍ରିକେଟର୍‌ ହତ୍ୟାକାରୀ’

କୋଲକତା,୧୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ବିନା ହାର୍‌ ଜିତ୍‌ରେ ଶେଷ ହୋଇଛି। ୪୦୭ ରନ୍‌ର ବିଜୟ ଲକ୍ଷ୍ୟ...

ଶତକ ମ୍ୟାଚରେ ଭାରତର ବୃହତ୍‌ ବିଜୟ

ରାଉରକେଲା ଅଫିସ/ଭୁବନେଶ୍ୱର,(କ୍ରୀଡ଼ା ପ୍ରତିନିଧି), ୨୮।୧: ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହକି ବିଶ୍ୱକପ୍‌ର ଏକ କ୍ଲାସିଫିକେଶନ ମ୍ୟାଚରେ ଭାରତ ୮-୦ ଗୋଲରେ ଜାପାନକୁ...

Advertisement
Archives

Model This Week