Posted inଜାତୀୟ

‘ପ୍ରଥମ ବର୍ଷାରେ ବସ୍ତ୍ର ହରଣ’, ସାମନାରେ ଶିନ୍ଦେ-ଫଡନବିଶଙ୍କୁ ଟାର୍ଗେଟ

ମୁମ୍ବାଇ,୨୭।୬: ପ୍ରଥମ ମୌସୁମୀ ବର୍ଷାରେ ଜଳମଗ୍ନ ହୋଇଛି ମାୟାନଗରି ମୁମ୍ବାଇ। ଲୋକଙ୍କୁ ସହରର ବିଭିନ୍ନ ସ୍ଥାନରେ ଓ୍ବାଟର ଲଗିଙ୍ଗର ସାମ୍ନା କରିବାକୁ ପଡିଛି। ଏ ସମ୍ପର୍କରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ସାମାନା ସମ୍ପାଦକୀୟ ମାଧ୍ୟମରେ ଶିନ୍ଦେ-ଫଡନବିଶ ସରକାରକୁ ଟାର୍ଗେଟ କରିଛନ୍ତି। ସମ୍ପାଦକୀୟରେ ଲେଖାଯାଇଛି ଯେ ପ୍ରଥମ ବର୍ଷାରେ ଶିନ୍ଦେ-ଫଡନବିଶ ସରକାରଙ୍କ ଦାବି ଧୋଇ ଯାଇଛି। କହିଛନ୍ତି ଯେ ୭୦ମିଲିମିଟର ବର୍ଷା ସବୁ ଖୋଲି ଦେଇଛି। ସରକାର ଲଜ୍ଜା କରିବା ଦରକାର।
ସାମାନାରେ ଲେଖାଯାଇଛି ଯେ ବର୍ଷା ଆସିବା ହେତୁ ଚାଷୀମାନେ ଆରାମ ପାଇଥାନ୍ତି କିନ୍ତୁ ମୁମ୍ବାଇର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଶନିବାର ଅର୍ଥାତ୍‌ ଜୁନ ୨୪ରେ ପ୍ରଥମ ବର୍ଷା ମୁମ୍ବାଇର ହୃଦୟକୁ ଥରାଇ ଦେଇଥିଲା । ଶିନ୍ଦେ-ଫଡନବିଶ ସରକାର ଦାବି କରିଥିଲେ ଯେ ଏଥର ଓ୍ବାଟର ଲଗିଙ୍ଗ ହେବ ନାହିଁ ଏବଂ ମୁମ୍ବାଇବାସୀ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ, କିନ୍ତୁ ଶନିବାର ଦିନ ଏହି କଥା ପାଣିର ଗାର ଭଳି ଧୋଇ ଯାଇଛି। ମୁମ୍ବାଇର ଲୋକଙ୍କ ମନରେ ପ୍ରଶ୍ନ ଆସିଛି ଯଦି ୭୦ ମିଲିମିଟର ବର୍ଷାରେ ମୁମ୍ବାଇର ଅବସ୍‌ତା ଏମିତି ତେବେ ୨-୩ ମାସ ବର୍ଷା ହେଲେ ଆମର ଅବସ୍ଥା କ’ଣ ହେବ।
ଏଥିରେ ଅଭିଯୋଗ ହୋଇଛି ଯେ ମୁମ୍ବାଇର ଲୋକଙ୍କୁ ଆଶ୍ୱାସନା ଦେବା ପରିବର୍ତ୍ତେ ସରକାର ସେମାନଙ୍କୁ ପଚରାଉଚରା କରୁଛନ୍ତି। ସମ୍ପାଦକୀୟରେ ଏହା ଲେଖାଯାଇଛି ଯେ ଜଳ ନିଷ୍କାସନରେ ପୀଡିତ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ କ’ଣ ହେଲା ଅଭିଯୋଗ କର, ବର୍ଷାକୁ ସ୍ବାଗତ କର’, ଏହା ଲୋକଙ୍କ କ୍ଷତ ଉପରେ ଲୁଣ ଦେଲାଭଳି କଥା ହୋଇଛି ବୋଲି ସାମନାରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?