Posted inଜାତୀୟ

ମହାରାଷ୍ଟ୍ରରେ ହେବ କି ଖେଳ! ଶରଦ ପାଓ୍ବାରଙ୍କ ମନରେ ଚାଲିଛି କ’ଣ? ସିଏମ୍‌ ଶିନ୍ଦେଙ୍କୁ ନେଇ…

ମୁମ୍ବାଇ,୬।୯: ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସୁପ୍ରିୟା ସୁଲେ ଏନସିପି ଶରଦ ପାୱାର ଦଳର ମୁଖପାତ୍ରଙ୍କ ସହ ମିଳିତ ବୈଠକ କରିଛନ୍ତି। ଏହି ବୈଠକରେ ମୁଖପାତ୍ରଙ୍କୁ ସୁପ୍ରିୟା ସୁଲେ ଦେଇଥିବା ଆଦେଶକୁ ନେଇ ଶରଦ ପାୱାରଙ୍କ ପାର୍ଟି ଏନସିପି ମନରେ କ’ଣ ଅଛି। ଏ ବାବଦରେ ଆଲୋଚନା ଆରମ୍ଭ ହୋଇଛି।

ସୂଚନାନୁସାରେ, ସୁପ୍ରିୟା ସୁଲେ ସରକାରଙ୍କୁ ସମାଲୋଚନା କରୁଥିବାବେଳେ ମୁଖପାତ୍ରମାନଙ୍କୁ କେବଳ ଦେବେନ୍ଦ୍ର ଫଡନ୍‌ଭିସଙ୍କୁ ସମାଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଆମର ଲକ୍ଷ୍ୟ କେବଳ ଦେବେନ୍ଦ୍ର ଫଡନ୍‌ଭିସ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ସମାଲୋଚନା କରାଯିବା ଉଚିତ ନୁହେଁ। ବୈଠକରେ ସୁପ୍ରିୟା ସୁଲେ କହିଛନ୍ତି ଯେ ମନୋଜ ଜାରେଞ୍ଜ ପାଟିଲଙ୍କୁ କେହି ସମାଲୋଚନା କରିବେ ନାହିଁ, ଆମେ ସଂରକ୍ଷଣ ସପକ୍ଷରେ ଅଛୁ।

ଏଥିସହ ଅଜିତ ପାୱାରଙ୍କ ପ୍ରତି କେହି ସହାନୁଭୂତି ଦେଖାଇବେ ନାହିଁ ବୋଲି ସୁପ୍ରିୟା ସୁଲେ ଏହି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିୟା ସୁଲେଙ୍କ ଏହି ଭୂମିକା ହେତୁ ଶରଦ ପାୱାର-ଏକନାଥ ଶିନ୍ଦେଙ୍କ ନୂତନ ମିଳିତ ମଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି କି? ଏହିପରି ଆଲୋଚନା ହେବାରେ ଲାଗିଛି । ସୁପ୍ରିୟା ସୁଲେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ସମାଲୋଚନା ନକରିବାକୁ ନିର୍ଦ୍ଦେଶ ଦେଉଥିବା ବେଳେ ଗତକାଲି ଶରଦ ପାୱାର ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଶରଦ ପାୱାର ମୁଖ୍ୟମନ୍ତ୍ରୀଙ୍କ ଚେହେରା ଉପରେ କହିଛନ୍ତି ଯେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ। ନିର୍ବାଚନ ପରେ ଆମେ ଏକାଠି ବସି ହେହେରା ସ୍ଥିର କରିବୁ। ମୁଖ୍ୟମନ୍ତ୍ରୀ ପଦ ପାଇଁ କେଉଁ ଦଳର କେଉଁ ଚେହେରା ଚୟନ କରାଯିବ ତାହା ଦେଖିବାକୁ ପଡ଼ିବ। ଏକାଠି ବସିବା ପରେ ହିଁ କୌଣସି ନିଷ୍ପତ୍ତି ନିଆଯିବ ବୋଲି ଶରଦ ପାୱାର ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?