Posted inଜାତୀୟ

ପ୍ରବଳ ବର୍ଷା ଯୋଗୁ ଜଳାର୍ଣ୍ଣବ ମୁମ୍ବାଇ: ଉଚ୍ଚ ଜୁଆରର ଆଲର୍ଟ ସହ ଲୋକଙ୍କୁ ଘରେ ରହିବାକୁ ଅପିଲ୍‌

ମୁମ୍ବାଇ,୬।୮: ମହାରାଷ୍ଟ୍ରରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏବେ ବର୍ଷାରେ ବେହାଲ ହୋଇପଡ଼ିଛି ମାୟାନଗରୀ। ବୁଧବାର ହୋଇଥିବା ଲଗାତର ବର୍ଷା ଯୋଗୁୁ ଆରବ ସାଗର ଫୁଲି ଉଠିବାରୁ ସହରର ରାସ୍ତାରେ ପାଣି ମାଡ଼ିଯାଇଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାରେ ପାଣି ଭର୍ତ୍ତି ହୋଇଥିବାରୁ ଯାତାୟାତରେ ବାଧା ଉପୁଜିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ସ୍ଥାନ ପାଣିରେ ବୁଡ଼ିରହିଥିବାରୁ ଲୋକମାନେ ଏକପ୍ରକାର ଜଳବନ୍ଦୀ ହୋଇ ରହିଛନ୍ତି। ସେହିପରି ଗୁରୁବାର ଦ୍ୱିପ୍ରହରେ ଉଚ୍ଚ ଜୁଆର ଉଠିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଇ ଆଲର୍ଟ କରାଯାଇଛି। ଏଥିସହ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ ବୃହନ ମୁମ୍ବାଇ ମୁନ୍‌ସିପାଲ କର୍ପୋରେସନ (ବିଏମ୍‌ସି) ପକ୍ଷରୁ ନିବେଦନ କରାଯାଇଛି। ସେହିପରି ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ବିଏମ୍‌ସି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁୁ ରେଳ ଧାରଣାରେ ପାଣି ଜମିଯାଇଥିବାରୁ ଶୁକ୍ରବାର କୋଣାର୍କ ଏକ୍ସପ୍ରେସ ଟ୍ରେନ୍‌କୁ ବାତିଲ କରାଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣାଧୀନ କାନ୍ଥ ପଡ଼ି ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

କେନ୍ଦୁଝର,୪।୭, (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ସରାସ ଗ୍ରାମରେ ନବ ନିର୍ମିତ ଏକ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ…

Parliament Monsoon Session: ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ, ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ,୪।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ…

‘କକ୍ରୋଚ ଜନତା ପାର୍ଟି’ର ପ୍ରତିବାଦକୁ ସମର୍ଥନ କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ,୪।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଶୁକ୍ରବାର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦରେ ଯୋଗ ଦେଇ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସ୍ବର ଉଠାଇଥିଲେ। ଶିକ୍ଷା…

IND vs ENG 2nd T20: ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ? ତାଙ୍କୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୪।୭: ବୈଭବ ସୂର୍ଯ୍ୟବଂଶୀ କେବେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ? ଏହି ପ୍ରଶ୍ନ ବର୍ତ୍ତମାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ। ବୈଭବ ନିକଟରେ ଏକ ଇନଷ୍ଟାଗ୍ରାମ…

ଚର୍ଚ୍ଚା ସୃଷ୍ଟି କଲାଣି ବୈଭବ ସୂର୍ଯ୍ୟବଂଶୀଙ୍କ ‘New Chapter’ ଷ୍ଟୋରୀ, ଏହା ଡେବ୍ୟୁର ଏକ ସଙ୍କେତ ନା ଏକ ନୂଆ ସରପ୍ରାଇଜ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୭: ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତର ପ୍ରତିଭାବାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କେବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଏହି ଶନିବାର ମାଞ୍ଚେଷ୍ଟରରେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ମହଙ୍ଗା ମାଡ଼ରୁ ରକ୍ଷା ନାହିଁ; ସାଇତି ରଖନ୍ତୁ ଟମାଟୋ, ପୁଣି ବଢ଼ିଲା ଦର…

ନୂଆଦିଲ୍ଲୀ,୪ା୭: ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଟମାଟୋ ପୁଣି ଥରେ ଲୋକଙ୍କ ବଜେଟ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଅନେକ ରାଜ୍ୟରେ ଏହାର…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri