ଗୁଜରାଟକୁ ୧୭୮ର ଟାର୍ଗେଟ ଦେଲା ମୁମ୍ବାଇ

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଆରମ୍ଭ କରିଥିଲେ ହେଁ ଏହାର ଇନିଂସକୁ ୨୦ ଓଭରରେ ୧୭୭/୬ରେ ସୀମିତ ରଖିଛି ଗୁଜରାଟ ଟାଇଟାନ୍ସ। ରଶିଦ ଖାଁଙ୍କ ପ୍ରଭାବୀ ବୋଲିଂ ଗୁଜରାଟକୁ ସଫଳ ପ୍ରତ୍ୟାବର୍ତ୍ତନ କରାଇବାରେ ସହାୟକ ହୋଇଛି। ମିଡିଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ପରେ ଟିମ୍‌ ଡାଭିଡଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ମୁମ୍ବାଇ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଛି।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ମୁମ୍ବାଇର ଆରମ୍ଭ ଭଲ ରହିଥିଲା। ଅଧିନାୟକ ରୋହିତ ଶର୍ମା ଓ ଇଶାନ କିଶନ ବିସ୍ଫୋରକ ବ୍ୟାଟିଂ କରି ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଦୁହେଁ ୪୫ ବଲ୍‌ରୁ ଓପନିଂ ଯୋଡ଼ିରେ ଦ୍ରୁତ ୭୪ ରନ ସଂଗ୍ରହ କରିଥିଲେ। ୮ମ ଓଭରର ତୃତୀୟ ବଲ୍‌ରେ ରୋହିତଙ୍କୁ ଏଲବିଡବ୍ଲ୍ୟୁ ଆଉଟ କରି ଗୁଜରାଟକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ତାରକା ସ୍ପିନର ରଶିଦ ଖାଁ। ଅମ୍ପାୟର ନଟ୍‌ଆଉଟ ଦେଇଥିଲେ ହେଁ ରଶିଦ ରିଭ୍ୟୁ ନେଇ ସଫଳତା ପାଇଥିଲେ। ବଡ଼ ସ୍କୋର ଲକ୍ଷ୍ୟରେ ଥିବା ରୋହିତ ୨୮ ବଲ୍‌ରୁ ୫ ଚୌକା ଓ ୨ ଛକା ସହାୟତାରେ ୪୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ନିର୍ଭରଯୋଗ୍ୟ ସୂର୍ଯ୍ୟକୁମାର ଯାଦବ ୧୧ ବଲ୍‌ରୁ ମାତ୍ର ୧୩ (୧ ଛକା) ରନକରି ଆଉଟ ହେବା ମୁମ୍ବାଇକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। କିଶନ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲେ ହେଁ ୨୯ ବଲ୍‌ରୁ ୪୫ (୫ ଚେସକା, ୧ ଛକା) ରନ କରିଥିବାବେଳେ ଆଲଜାରି ଜୋସେଫଙ୍କ ବଲ୍‌ରେ ରଶିଦ ଖାଁଙ୍କୁ କ୍ୟାଚ ଦେଇ କ୍ରିଜ୍‌ ଛାଡ଼ିଥିଲେ। ଭେଟେରାନ କିରନ ପୋଲାର୍ଡ ଏଠାରେ ଏକ ବଡ଼ ଇନିଂସ ଖେଳିବା ଆଶା କରାଯାଉଥିଲା। ମାତ୍ର ତାଙ୍କର ଖରାପ ପ୍ରଦର୍ଶନ ଜାରି ରହିଥିଲା ଏବଂ ସେ ୧୪ ବଲ୍‌ରୁ ମାତ୍ର ୪ ରନକରି ଆଉଟ ହୋଇଥିଲେ। ତିଳକ ବର୍ମା ଭଲ ଆରମ୍ଭ କରିଥିଲେ ହେଁ ୧୬ ବଲ୍‌ରୁ ୨୧ ରନକରି ରନ୍‌ଆଉଟ ହୋଇ ଯାଇଥିଲେ। ଡାନିଏଲ୍‌ ସାମ୍ସ ଖାତା ଖୋଲିପାରି ନ ଥିବାବେଳେ ଶେଷ ଭାଗରେ ଟିମ୍‌ ଡାଭିଡ କେତେକ ଦର୍ଶନୀୟ ଶଟ୍‌ ଖେଳିବାରୁ ମୁମ୍ବାଇ ସ୍କୋର ୧୭୭ରେ ପହଞ୍ଚତ୍ ପାରିଥିଲା। ମାତ୍ର ୨୧ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଡାଭିଡ ୨ ଚୌକା ଓ ୪ ଛକା ସହାୟତାରେ ୪୪ ରନକରି ଅପରାଜିତ ରହିଥିଲେ। ଗୁଜରାଟ ପକ୍ଷରୁ ରଶିଦ ଖାଁ ୨ଟି ଏବଂ ଆଲଜାରି ଜୋସେଫ, ଲୋକି ଫର୍ଗୁସନ ଓ ପ୍ରଦୀପ ସଙ୍ଗଓ୍ବନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୭୭/୬ (ଇଶାନ କିଶନ-୪୫, ଟିମ୍‌ ଡାଭିଡ-୪୪*, ରୋହିତ ଶର୍ମା-୪୩, ତିଳକ ବର୍ମା-୨୧, ରଶିଦ ଖାଁ-୨/୨୪, ଆଲଜାରି ଜୋସେଫ-୧/୪୧, ପ୍ରଦୀପ ସଙ୍ଗଓ୍ବନ-୧/୨୩, ଲୋକି ଫର୍ଗୁସନ-୧/୩୪)।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁଙ୍କୁ ଧୂଳି ଚଟାଇ ଇତିହାସ ରଚିଲା ଭାରତ

ବ୍ରିସ୍‌ବେନ୍‌,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଶୁବମନ ଗିଲଙ୍କ ୯୧ ରନ୍‌...

ମା’ଙ୍କୁ ହରାଇବା ପରେ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଏହି କ୍ରିକେଟର୍‌

ଅନ୍ତର୍ଜାତୀୟ କ୍ରିକେଟର ପ୍ରିୟା ପୁନିଆଙ୍କ ମା’ କରୋନାରେ ମୃତ୍ୟ ବରଣ କରିଛନ୍ତି। ୨୪ ବର୍ଷୀୟା ଏହି କ୍ରିକେଟର ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଲେଖିଛନ୍ତି।...

ଅଷ୍ଟ୍ରେଲିଆନ୍‌ ଓପନ୍‌: ଭାରତୀୟ ଅଭିଯାନ ଶେଷ

ମେଲବୋନା,୧୪।୨(ପି.ଟି.): ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ନାମେଣ୍ଟରେ ଅଭିଜ୍ଞ ଭାରତୀୟ ଖେଳାଳି ରୋହନ ବୋପାନ୍ନା ମିକ୍ସଡ ଡବଲ୍ସ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ପ୍ରଥମ ରାଉଣ୍ଡରେ ବୋପାନ୍ନା...

ଆଇପିଏଲ୍‌ ଦର୍ଶକ ବିନା ହୋଇପାରେ କିନ୍ତୁ ଟି୨୦ ବିଶ୍ୱକପ୍‌ ନୁହେଁ

ମେଲବୋର୍ନ, ୧୩ା୪ (ପି.ଟି.)- ପୁନଃ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ହୁଏତ ବିନା ଦର୍ଶକରେ ହୋଇପାରେ, କିନ୍ତୁ ଟି୨୦ ବିଶ୍ୱକପ୍‌ ଯଥାର୍ଥ...

ପଡ଼ିଆରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କ ସହ କୋହଲିଙ୍କ ଯୁକ୍ତିତର୍କ: କହିଲେ, ପାଟି ବନ୍ଦ କରି ବ୍ୟାଟିଂ କର

ଲଣ୍ଡନ,୩।୭:ଏଜବାଷ୍ଟନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ରବିବାର ମ୍ୟାଚର ତୃତୀୟ ଦିନରେ ବିରାଟ କୋହଲି ପଡ଼ିଆରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ...

ପାଣ୍ଡ୍ୟା ଭାଇଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼: ହୃଦ୍‌ଘାତରେ ପିତାଙ୍କ ନିଧନ

ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁଣାଳ ପାଣ୍ଡ୍ୟାଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ ଶନିବାର ନିଧନ ହୋଇଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିବା...

ଡି ଭିଲିୟର୍ସଙ୍କ ଭବିଷ୍ୟବାଣୀ: ଏହି ୪ ଟିମ୍‌ ଖେଳିବେ ବିଶ୍ୱକପ୍‌ ସେମିଫାଇନାଲ

ନୂଆଦିଲ୍ଲୀ,୧୮।୮: ବିଶ୍ୱକପ ୨୦୨୩ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ ଅହମ୍ମଦାବାଦରେ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ଭାରତର...

ଭାରତର ପ୍ରଥମେ ବ୍ୟାଟିଂ

ମୁମ୍ବାଇ,୧୧୧୨- ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ୩ୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଓ୍ବେଷ୍ଟଇଣ୍ଡିଜ ଅଧତ୍ନାୟକ କିରନ...

Advertisement
Archives

Model This Week