ଆରମ୍ଭ ହୋଇପାରିଲାନି ଏକାଧିକ ପ୍ରକଳ୍ପ

ଭୁବନେଶ୍ୱର,୧୦।୬ (ବନ୍ଦନା ସେଠୀ): ୨୦୧୫ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ‘୧୦୦ ସ୍ମାର୍ଟିସିଟି ମିଶନ୍‌’ ଆରମ୍ଭ ହୋଇଥିଲା। ଏହା ଅନ୍ତର୍ଗତ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଭୁବନେଶ୍ୱର ଏବଂ ରାଉରକେଲାର ବ୍ୟାପକ ଉନ୍ନତି କରାଯିବା ସହ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ୨୦୨୩ ମାର୍ଚ୍ଚ ସୁଦ୍ଧା ସ୍ମାର୍ଟସିଟି ପ୍ରକଳ୍ପ ସରିବା ନେଇ ପ୍ରଥମେ ଧାର୍ଯ୍ୟ ହୋଇଥିବାବେଳେ ପରେ ଏହାକୁ ୧ବର୍ଷ ଅର୍ଥାତ୍‌ ୨୦୨୪ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ୨୦୨୩ ମେ’ ୧ରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଚିଫ୍‌ ସେକ୍ରେଟାରି, ପ୍ରିନ୍ସିପାଲ ସେକ୍ରେଟାରି (ଅର୍ବାନ ଡେଭଲପ୍‌ମେଣ୍ଟ) ଏବଂ ୧୦୦ଟି ସ୍ମାର୍ଟସିଟିର ସିଇଓଙ୍କୁ ଚିଠି କରାଯାଇଥିଲା। ଏହି ୧ବର୍ଷ ମଧ୍ୟରେ କୌଣସି ଅତିରିକ୍ତ ମୂଲ୍ୟ ବିନା ପୂର୍ବରୁ ଅନୁମୋଦିତ ଆର୍ଥିକ ଆବଣ୍ଟନ ମଧ୍ୟରେ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି। ଯେଉଁସବୁ ପ୍ରକଳ୍ପ ଚାଲୁ ରହିଛି ବା ହେବାକୁ ବାକି ଅଛି, ଏହି ସମୟ ମଧ୍ୟରେ ସେ ସବୁକୁ ସାରିବାକୁ ଚିଠିରେ ଉଲ୍ଲେଖ ରହିଥିଲା। କେତେକ ସହରରେ ନିର୍ଦ୍ଧାରିତ ସମୟରେ କାମ ବା ପ୍ରକଳ୍ପ ସରି ନ ଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ସ୍ମାର୍ଟସିଟି ମିଶନର ନିର୍ଦ୍ଦେଶକ କୁନାଲ କୁମାର କହିଥିଲେ। ତେବେ ଏହି ବର୍ଷକ ମଧ୍ୟରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ବାକି ପଡିଥିବା ପ୍ରକଳ୍ପ ସରିପାରି ନାହିଁ। ସହରରେ ମୋ ବସ୍‌, ମୋ ସାଇକେଲ, ଭୁବନେଶ୍ବରର ସବୁ ସ୍ଥାନରେ ୱାଇଫାଇ ସୁବିଧା, ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା, ମଲ୍ଟିଲେଭଲ୍‌ କାର ପାର୍କିଂ ଷିଷ୍ଟମ, ସ୍ମାର୍ଟ ଜନପଥ, ସ୍ମାର୍ଟ କିଓସ୍କ, ଲେକ୍‌ ନ୍ୟୁଟ୍ରାଲ୍‌, ସୋସିଆଲ ଇକ୍ୱିଟି ସେଣ୍ଟର (ପ୍ରୋଜେକ୍ଟ କୁଟୁମ୍ବ୍‌) ଭଳି ମୋଟ୍‌ ୩୫ଟି ପ୍ରକଳ୍ପ କରିବାକୁ ବିଏସ୍‌ସିଏଲ୍‌ ଦାୟିତ୍ୱ ନେଇଥିଲା। ଆଉ କିଛିଦିନ ମଧ୍ୟରେ ସ୍ମାର୍ଟସିଟିର ପ୍ରକଳ୍ପ ଅବଧି ସରିବାକୁ ଥିବାବେଳେ ୮ବର୍ଷ ମଧ୍ୟରେ ନିର୍ଦ୍ଧାରିତ ପ୍ରକଳ୍ପ ମଧ୍ୟରୁ ମାତ୍ର ୨୮ଟି ପ୍ରକଳ୍ପ ଉପରେ ସ୍ମାର୍ଟସିଟି କାର୍ଯ୍ୟ କରିଛି। ସେଥିମଧ୍ୟରୁ ୨୬ଟି ପ୍ରକଳ୍ପ ସମ୍ପର୍କରେ ବିଏସ୍‌ସିଏଲ୍‌ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ ଥିବାବେଳେ ସେଥିରୁ ଏକାଧିକ ପ୍ରକଳ୍ପ ନେଇ ଇଟା ଖଣ୍ଡିଏ ମଧ୍ୟ ପଡିନାହିଁ। ଏବେ ପ୍ରୋଜେକ୍ଟ କୁଟୁମ୍ବ ସମ୍ପୂର୍ଣ୍ଣ ହୋଇପାରି ନ ଥିବାବେଳେ ସତ୍ୟନଗର ଅନ୍ତର୍ଗତ ଡ୍ରେନ୍‌ ନଂ. ୧୦ରେ ହେବାକୁ ଥିବା ଲେକ୍‌ ନ୍ୟୁଟ୍ରାଲ୍‌ ଆଗକୁ ବଢି ପାରୁନି। ସେହିପରି ପ୍ରୋଜେକ୍ଟ ସମ୍ମାନ, ରେଲଓ୍ବେ ଷ୍ଟେଶନ ମଲ୍ଟିମୋଡାଲ ହବ୍‌, ମ୍ୟୁଜିୟମ୍‌ ଅଫ୍‌ ଅର୍ବାନ ହିଷ୍ଟ୍ରି ଭଳି କେତେକ ପ୍ରକଳ୍ପ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି।
ନିଆଯାଇଥିବା ୨୮ଟି ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ଡଟ୍‌ ମି ଜରିଆରେ ଦିନକୁ ୫୦ ଏମ୍‌ବି ମାଗଣା ୱାଇଫାଇ ସେବା ମିଳିବ ବୋଲି କୁହାଯାଇଥିଲା। ମାତ୍ର କିଛିଦିନ ପରେ ଏହା ବନ୍ଦ ହୋଇଯାଇଛି। ସେହିପରି ସହରବାସୀଙ୍କୁ ସ୍ମାର୍ଟ ସେବା ପ୍ରଦାନ କରିବା ପାଇଁ ୫କୋଟି ଟଙ୍କା ବିନିମୟରେ ସହରର ବିଭିନ୍ନ ସ୍ଥାନରେ ସ୍ମାର୍ଟ କିଓସ୍କ ସ୍ଥାପନ କରାଯାଇଥିଲା। ଟ୍ରେଡ୍‌ ଲାଇସେନ୍ସ ଆବେଦନ, ଅଭିଯୋଗ ପଞ୍ଜୀକରଣ, ଜନ୍ମମୃତ୍ୟୁ ଓ ବିବାହ ପ୍ରମାଣପତ୍ର ପାଇଁ ଆବେଦନ ସହ ପାଣି, ଫୋନ ଓ ବିଦ୍ୟୁତ୍‌ ବିଲ ପଇଠ, କମନ ପେମେଣ୍ଟ କାର୍ଡ ରିଚାର୍ଜ, ମୋ’ ବସ ଟିକେଟ କିଣିବା, ପ୍ରିଣ୍ଟ ଆଉଟ କାଢିବା, ମୋବାଇଲ ଚାର୍ଜ ଓ ରିଚାର୍ଜ କରିବା ଭଳି ବିଭିନ୍ନ ପ୍ରକାରର ସେବା ହାତପାଆନ୍ତାରେ ଯୋଗାଇଦେବାକୁ ସ୍ମାର୍ଟ ସିଟି ସ୍ବପ୍ନ ଦେଖାଇଥିଲା। ୫୦୦ କୋଟି ଟଙ୍କାର ‘ସ୍ମାର୍ଟ ସଲ୍ୟୁଶନ ପ୍ରକଳ୍ପ’ ଅଧୀନରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ୭୫ଟି କିଓସ୍କ (୫୦ଟି ଇନ୍‌ଡୋର୍‌ ଓ ୨୫ଟି ଆଉଟ୍‌ଡୋର୍‌) କାର୍ଯ୍ୟକ୍ଷମ କରିବାକୁ ଯୋଜନା ଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ସେହିପରି ଅନେକ କିଓସ୍କ ଏବେ ଅଚଳ ହୋଇପଡିଛି। ଅପରପକ୍ଷେ ପରିବେଶ ସୁରକ୍ଷା ସହ ସାଇକେଲର ଆଦର ବଢାଇବାକୁ ବିଏସ୍‌ସିଏଲ୍‌ ମୋ’ ସାଇକେଲ ଯୋଜନା କରିଥିଲା। ଗୋଟିଏ ସାଇକେଲ୍‌କୁ ୨୫ହଜାର ଟଙ୍କା ହିସାବରେ ୨୦୦୦ ସାଇକେଲ କିଣିବାରେ ୫କୋଟି ଟଙ୍କା ଖର୍ଚ୍ଚ କରିଥିଲା। ମାତ୍ର ଏହାର ଜନାଦୃତ ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ମୋ ସାଇକେଲଗୁଡିକ ମଧ୍ୟରୁ ଅଧିକ ଅଚଳାବସ୍ଥାରେ ପଡି ରହିଛି। ସହରର ରାଜମହଲ ଛକ ଏବଂ ଶହୀଦନଗରଠାରେ ୨ଟି ମଲ୍ଟିଲେଭଲ କାର ପାର୍କିଂ ନିର୍ମଣ କରାଯାଇଛି। ମାତ୍ର ଏଠାରେ ଅଧିକ ପାର୍କିଂ ଫି’ ନିଆଯାଉଥିବା ଅଭିଯୋଗ କରି ଅଧିକାଂଶ ଲୋକ ରାସ୍ତା କଡ଼ କିମ୍ବା ଦୋକାନ ଆଗରେ ଗାଡ଼ି ପାର୍କିଂ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?