ଅଜଣା ରୋଗରେ ଏକାଧିକ ଶିଶୁ, ଭୟ ଓ ଆତଙ୍କରେ ଲାଦାମାଲା ଲୋକ

ଦାରିଙ୍ଗବାଡି, ୨୮।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଖେଳିଯାଇଛି। ପ୍ରଥମେ ଜ୍ୱର କିଛିଦିନ ହେବା ପରେ ଦେହରେ ପାଣି ଫୋଟକା ହେବା ସହ ତାହା ଫାଟିଯାଇ ଦେହସାରା ଘା ହେଇଯାଉଛି। ପ୍ରଚଣ୍ଡ ଯନ୍ତ୍ରଣାରେ ରୋଗୀ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି। ଏଭଳି ଦିନେ କି ଦୁଇ ଦିନ ନୁହଁ ପ୍ରାୟ ମାସେ ହେଲା ଉକ୍ତ ଅଞ୍ଚଳରେ ଜଣକ ପରେ ଜଣଙ୍କୁ ଏହି ରୋଗରେ ପୀଡିତ ହେଉଥିବା ଗ୍ରାମବାସୀ କହିଛନ୍ତି। ସେମାନେ ଏହି ରୋଗ ସମ୍ପର୍କରେ କିଛି ଅନୁଭୂତି ନ ଥିବା ଓ ଅଞ୍ଚଳରେ ଏଭଳି ପ୍ରଥମଥର ପାଇଁ ହେଉଥିବାରୁ ତାହା ଅଜଣା ରୋଗ ବୋଲି କହିଛନ୍ତି।

ଅର୍ଥାଭାବ ଯୋଗୁ ଲୋକ ଡାକ୍ତରଖାନା ଯାଇ ପାରୁ ନାହାନ୍ତି। କିଛି ଲୋକ ଏହି ଅଜଣା ରୋଗକୁ ବସନ୍ତ, ମିଳିମିଳା ଭାବି ଘରୋଇ ଚିକିତ୍ସା କରୁଛନ୍ତି। କିଛି ଲୋକ ଝଡାଫୁଙ୍କା କରି ପୂଜାର୍ଚ୍ଚନା କରୁଥିବା ମଧ୍ୟ ଦେଖାଯାଇଛି। ଉକ୍ତ ଅଞ୍ଚଳରେ ଦୀର୍ଘ ଦିନ ହେଲା ପାଇପ ଯୋଗେ ଜଳ ଯୋଗାଣ କରାଯିବା ପାଇଁ ପାଇପ ବିଛାଯାଇଥିଲେ ସୁଦ୍ଧା ଜଳ ଯୋଗାଣ କରାଯଉନାହିଁ ଫଳରେ ଲୋକେ ନିକଟସ୍ଥ ଚୁଆ ପାଣିରେ ଗାଧୋଇବା ସହ ପିଇବା ପାଇଁ କୂଅ ପାଣି ବ୍ୟବହାର କରୁଥିବା ଗ୍ରାମର ଜଳେଶ୍ୱର ପ୍ରଧାନ, ପରମେ ପ୍ରଧାନ, ରଞ୍ଜନ ଦିଗାଲ ପ୍ରମୁଖ କହିଛନ୍ତି।
ଏନେଇ ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ଅବିନାଶ ମଲ୍ଲିକ କହିଛନ୍ତି, ଉକ୍ତ ଅଞ୍ଚଳରେ ଯେଉଁମାନେ ଚର୍ମ ଜନିତ ରୋଗି ସେମାନଙ୍କୁ ଚିକିତ୍ସା କରାଯାଉଛି। ଯୋଉଟା ଏଠି ସମ୍ଭବ ହେଉନି ସେମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ପଠାଯାଉଛି କିନ୍ତୁ ଲାଦାମାଲା ଗ୍ରାମରେ ବହୁ ଶିଶୁଙ୍କୁ ଏଭଳି ରୋଗ ହୋଇଥିବା ତାଙ୍କ ନିକଟରେ କୌଣସି ଖବର ନ ଥିବା କହିଛନ୍ତି।
ଭ୍ରାମ୍ୟମାଣ ଚିକିତ୍ସା ଦଳର ଡାକ୍ତର ଅମ୍ବିକା ପ୍ରସାଦ ଶତପଥି କହିଛନ୍ତି, ଏବେ ଚାରିଆଡେ ଏଭଳି କାଛୁ କୁଣ୍ଡିଆ ରୋଗ ଚାଲିଛି ତେଣୁ ଏହା କୌଣସି ଅଜଣା ରୋଗ ନୁହଁ । ଡାକ୍ତର ଖାନାରେ ପହଞ୍ଚିଲେ ସହଜରେ ରୋଗି ଭଲ ହୋଇପାରିବ ବୋଲି ସେ କହିଛନ୍ତି। ରୋଗକୁ ନେଇ କେହି ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଠାଇଲେ…

ଭୁବନେଶ୍ୱର,୨୭।୮: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୩୭ ବର୍ଷୀୟ ଜଗମୋହନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟ,…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri