ଅଜଣା ରୋଗରେ ଏକାଧିକ ଶିଶୁ, ଭୟ ଓ ଆତଙ୍କରେ ଲାଦାମାଲା ଲୋକ

ଦାରିଙ୍ଗବାଡି, ୨୮।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଖେଳିଯାଇଛି। ପ୍ରଥମେ ଜ୍ୱର କିଛିଦିନ ହେବା ପରେ ଦେହରେ ପାଣି ଫୋଟକା ହେବା ସହ ତାହା ଫାଟିଯାଇ ଦେହସାରା ଘା ହେଇଯାଉଛି। ପ୍ରଚଣ୍ଡ ଯନ୍ତ୍ରଣାରେ ରୋଗୀ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି। ଏଭଳି ଦିନେ କି ଦୁଇ ଦିନ ନୁହଁ ପ୍ରାୟ ମାସେ ହେଲା ଉକ୍ତ ଅଞ୍ଚଳରେ ଜଣକ ପରେ ଜଣଙ୍କୁ ଏହି ରୋଗରେ ପୀଡିତ ହେଉଥିବା ଗ୍ରାମବାସୀ କହିଛନ୍ତି। ସେମାନେ ଏହି ରୋଗ ସମ୍ପର୍କରେ କିଛି ଅନୁଭୂତି ନ ଥିବା ଓ ଅଞ୍ଚଳରେ ଏଭଳି ପ୍ରଥମଥର ପାଇଁ ହେଉଥିବାରୁ ତାହା ଅଜଣା ରୋଗ ବୋଲି କହିଛନ୍ତି।

ଅର୍ଥାଭାବ ଯୋଗୁ ଲୋକ ଡାକ୍ତରଖାନା ଯାଇ ପାରୁ ନାହାନ୍ତି। କିଛି ଲୋକ ଏହି ଅଜଣା ରୋଗକୁ ବସନ୍ତ, ମିଳିମିଳା ଭାବି ଘରୋଇ ଚିକିତ୍ସା କରୁଛନ୍ତି। କିଛି ଲୋକ ଝଡାଫୁଙ୍କା କରି ପୂଜାର୍ଚ୍ଚନା କରୁଥିବା ମଧ୍ୟ ଦେଖାଯାଇଛି। ଉକ୍ତ ଅଞ୍ଚଳରେ ଦୀର୍ଘ ଦିନ ହେଲା ପାଇପ ଯୋଗେ ଜଳ ଯୋଗାଣ କରାଯିବା ପାଇଁ ପାଇପ ବିଛାଯାଇଥିଲେ ସୁଦ୍ଧା ଜଳ ଯୋଗାଣ କରାଯଉନାହିଁ ଫଳରେ ଲୋକେ ନିକଟସ୍ଥ ଚୁଆ ପାଣିରେ ଗାଧୋଇବା ସହ ପିଇବା ପାଇଁ କୂଅ ପାଣି ବ୍ୟବହାର କରୁଥିବା ଗ୍ରାମର ଜଳେଶ୍ୱର ପ୍ରଧାନ, ପରମେ ପ୍ରଧାନ, ରଞ୍ଜନ ଦିଗାଲ ପ୍ରମୁଖ କହିଛନ୍ତି।
ଏନେଇ ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ଅବିନାଶ ମଲ୍ଲିକ କହିଛନ୍ତି, ଉକ୍ତ ଅଞ୍ଚଳରେ ଯେଉଁମାନେ ଚର୍ମ ଜନିତ ରୋଗି ସେମାନଙ୍କୁ ଚିକିତ୍ସା କରାଯାଉଛି। ଯୋଉଟା ଏଠି ସମ୍ଭବ ହେଉନି ସେମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ପଠାଯାଉଛି କିନ୍ତୁ ଲାଦାମାଲା ଗ୍ରାମରେ ବହୁ ଶିଶୁଙ୍କୁ ଏଭଳି ରୋଗ ହୋଇଥିବା ତାଙ୍କ ନିକଟରେ କୌଣସି ଖବର ନ ଥିବା କହିଛନ୍ତି।
ଭ୍ରାମ୍ୟମାଣ ଚିକିତ୍ସା ଦଳର ଡାକ୍ତର ଅମ୍ବିକା ପ୍ରସାଦ ଶତପଥି କହିଛନ୍ତି, ଏବେ ଚାରିଆଡେ ଏଭଳି କାଛୁ କୁଣ୍ଡିଆ ରୋଗ ଚାଲିଛି ତେଣୁ ଏହା କୌଣସି ଅଜଣା ରୋଗ ନୁହଁ । ଡାକ୍ତର ଖାନାରେ ପହଞ୍ଚିଲେ ସହଜରେ ରୋଗି ଭଲ ହୋଇପାରିବ ବୋଲି ସେ କହିଛନ୍ତି। ରୋଗକୁ ନେଇ କେହି ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?