ମୁକେଶ ଅମ୍ବାନି ପାଳନ କରିବେ ଘରର ସବୁଠାରୁ ଛୋଟ ସଦସ୍ୟଙ୍କ ପ୍ରଥମ ଜନ୍ମଦିନ, କରୋନା ପାଇଁ ହେବ କ୍ୱାରଣ୍ଟିନ ବବଲ ପାର୍ଟି!

ମୁମ୍ବାଇ,୭ ।୧୨: ଦେଶର ସବୁଠାରୁ ବଡ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ ତାଙ୍କ ନାତି ଆକାଶ ଅମ୍ବାନୀ ଓ ଶ୍ଳୋକା ଅମ୍ବାନୀଙ୍କ ପୁଅ ପୃଥ୍ୱୀ ଅମ୍ବାନୀଙ୍କ ପ୍ରଥମ ଜନ୍ମଦିନ ଖୁବ୍ ଧୁମଧାମରେ ପାଳନ କରିବାକୁ ଯାଉଛନ୍ତି । ଏହି ସମୟରେ ପରିବାର ପକ୍ଷରୁ କୋଭିଡ ନିୟମକୁ ବି କଡା କଡି ଭାବେ ପାଳନ କରାଯିବ ବୋଲି ଜଣାପଡିଛି । ପୃଥ୍ୱିଙ୍କ ଜନ୍ମଦିନରେ ଆସିବାକୁ ଥିବା ସମସ୍ତ ଅତିିଥି ସମ୍ପୂର୍ଣ୍ଣ ଭାବେ ଭ୍ୟାକ୍ସିନେଟ ହୋଇଥିବେ । ଜନ୍ମଦିନ ପୂର୍ବରୁ ପରିବାର ପକ୍ଷରୁ ହଜାରେ ଗାଁକୁ ଭୋଜନ ଦିଆଯିବା ସହ ଅନାଥାଶ୍ରମକ ଉପହାର ପଠାଇବାର ବ୍ୟବସ୍ଥା କରାଯାଉଛି ।
୧୦୦ରୁ ଅଧିକ ପୂଜାରୀ ଦେବେ ଆଶୀର୍ବାଦ
ପୃଥ୍ୱିଙ୍କ ଜନ୍ମଦିନରେ ଅମ୍ବାନୀ ପରିବାର ପକ୍ଷରୁ ୧୦୦ରୁ ଅଧିକ ପୂଜାରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଏମାନେ ସମସ୍ତେ ଜାମନଗର ଫାର୍ମ ହାଉସରେ ପହଞ୍ଚିବେ । ସେମାନେ ପୃଥ୍ୱିଙ୍କ ପାଇଁ ପୂଜାର୍ଚ୍ଚନା କରିବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରି ଆଶୀର୍ବାଦ ପ୍ରଦାନ କରିବେ ।
ପାଖାପାଖି ୧୦୦୦ଗାଁର ୫୦ ହଜାର ଲୋକଙ୍କ ପାଇଁ ପୃଥ୍ୱିଙ୍କ ଜନ୍ମଦିନରେ ଅମ୍ବାନୀ ପରିବାର ପକ୍ଷରୁ ଭୋଜନର ବ୍ୟବସ୍ଥା କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ସମସ୍ତେ ପୃଥ୍ୱିଙ୍କୁ ଆଶୀର୍ବାଦ ଦେବେ ।

ଥାଇଲାଣ୍ଡ ଓ ଇଟାଲୀରୁ ଆସିବେ ରୋଷେୟା
ପୃଥ୍ୱିଙ୍କ ପ୍ରଥମ ଜନ୍ମଦିନକୁ ସ୍ପେଶାଲ କରିବାକୁ ଅମ୍ବାନୀ ପରିବାର କିଛି କମ୍ ରଖି ନାହାନ୍ତି । ଗୋଟିଏ ପଟେ କରୋନା ମହାମାରୀର ଓମିକ୍ରନ୍ ଭାରିଏଣ୍ଟ ବ୍ୟାପି ଚାଲିଥିବା ବେଳେ ଏହି ଜନ୍ମଦିନ ପାର୍ଟି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ରୋଷେୟା ବିଦେଶରୁ ଆସୁଥିବାରୁ ସେମାନଙ୍କୁ କିଛିଦିନ ପୂର୍ବରୁ ମୁମ୍ବାଇ ଆସି ରହିବାକୁ ପଡିବ । ଏହି ସମୟରେ ସେମାନଙ୍କର କରୋନା ଟେଷ୍ଟ କରାଯାଇ ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ । ଯଦି ସବୁକିଛି ଠିକ୍ ରହିଲା ତେବେ ସେମାନଙ୍କୁ ଖାଦ୍ୟ ପ୍ରସ୍ତୁତ କରିବାକୁ ଅନୁମତି ମିଳିବ ।
ଏହାସହ ପୃଥ୍ୱିଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଥିବା ଅତିଥିଙ୍କର ମଙ୍ଗଳବାରଠାରୁ ଲଗାତାର ଭାବେ କରୋନା ଯାଞ୍ଚ କରାଯାଇ ଏହାର ରିପୋର୍ଟ ଅମ୍ବାନୀ ପରିବାରର ଡାକ୍ତରଙ୍କୁ ଦିଆଯିବ । ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଅମ୍ବାନୀଙ୍କ ପ୍ରାଇଭେଟ ଜେଟରେ ସେମାନଙ୍କୁ ଜାମନଗର ଫାର୍ମ ହାଉସକୁ ନିଆଯିବ । ଆଉ ସମସ୍ତ ଅତିଥିଙ୍କୁ କ୍ୱାରାଣ୍ଟାଇନ କରି ରଖାଯିବ । କରୋନାକୁ ଦୃଷ୍ଟିରେ ରଖି ପରିବାରର ସୁରକ୍ଷାକୁ ଦୃଷ୍ଟି ଦେଇ ଅମ୍ବାନୀ ପରିବାର ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି ।

ବଣ୍ଟାଯିବ କୋଟି କୋଟି ଟଙ୍କାର ଉପହାର
ମୁକେଶ ଅମ୍ବାନୀଙ୍କ ନାତି ପୃଥ୍ୱି ଅମ୍ବାନୀଙ୍କ ଜନ୍ମଦିନରେ ଦେଶର ପ୍ରାୟ ୧୫୦ ଅନାଥାଶ୍ରମରେ ରହୁଥିବା ହଜାର ହଜାର ପିଲାଙ୍କୁ କୋଟି କୋଟି ଟଙ୍କାର ଉପହାର ଦିଆଯିବ ବୋଲି ଜଣାପଡିଛି । ତେବେ ପୃଥ୍ୱିଙ୍କ ପାଇଁ ଯେଉଁ ଖେଳନା ଆସିଛି ତାହା ତାଙ୍କ ମାଆ ଶ୍ଳୋକା ଅମ୍ବାନୀ ନେଦରଲ୍ୟାଣ୍ଡସରୁ ମଗାଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri