ମୁକେଶ ଅମ୍ବାନୀ ଏସିଆର ଶ୍ରେଷ୍ଠ ଧନୀ

ନୂଆଦିଲ୍ଲୀ,୩।୧: ଦେଶର ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଏଲ୍‌)ର ମାଲିକ ମୁକେଶ ଅମ୍ବାନୀ ଦ୍ୱିତୀୟ ଥର ପାଇଁ ଏସିଆ ମହାଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିର ଗୌରବ ହାସଲ କରିଛନ୍ତି। ଗତ ଦୁଇ ଦିନ ପୂର୍ବରୁ ଚାଇନାର ୱାଟର କିଙ୍ଗ୍‌ କୁହାଯାଉଥିବା ଶିଳ୍ପପତି ଜୋଙ୍ଗ୍‌ ଶାନ୍‌ଶାନ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ, କିନ୍ତୁ ବର୍ତ୍ତମାନ ଜୋଙ୍ଗ୍‌ ଦୁନିଆର ଶ୍ରେଷ୍ଠ ୧୦ ଧନୀ ତାଲିକାରୁ ଓହରିଯାଇଛନ୍ତି। ଫୋର୍ବସ ରିଅଲ୍‌ ଟାଇମ୍‌ ଭିଲେନର୍ସ ଇଣ୍ଡେକ୍ସ ଅନୁଯାୟୀ ମୁକେଶ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୯ତମ ସ୍ଥାନରେ ରହିଛନ୍ତି। ବର୍ତ୍ତମାନ ମୁକେଶଙ୍କ ସମ୍ପତ୍ତି ୭୬.୮ ବିଲିୟନ ଡଲାର ରହିଛି। ଫଳରେ ଚାଇନାର ସବୁଠାରୁ ଧନୀ ବ୍ୟକ୍ତି ଏହି ତାଲିକାରେ ୧୪ ତମ ସ୍ଥାନ ତଳକୁ ଖସିଯାଇଛନ୍ତି। ବର୍ତ୍ତମାନ ତାଙ୍କ ସମ୍ପତ୍ତି ୭୧.୬ ବିଲିୟନ ଡଲାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଶିକ୍ଷାଗତ ଯୋଗ୍ୟତା…

ବଲିଉଡର ବଡ଼ ବଡ଼ କଳାକାରଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଅଳ୍ପବହୁତ ପ୍ରାୟ ସମସ୍ତେ ଜାଣନ୍ତି। କାରଣ ଅନେକ ସମୟରେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ...

ଇପିଏଫ୍‌ରେ ମିଳିବ ୮.୬୫%ସୁଧ

ନୂଆଦିଲ୍ଲୀ,୨୭-୪: କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଆର୍ଥିକ ବର୍ଷ ୨୦୧୮-୧୯ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌) ଉପରେ ୮.୬୫% ସୁଧ ହାର ଦେବାକୁ ନିଷ୍ପତ୍ତି ନେଇଛି। କର୍ମଚାରୀ ଭବିଷ୍ୟନିଧି...

ଏଟିଏମ୍‌ରୁ ବାହାରୁଛି ଅଧିକ ୫୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ, ୨୭-୨: ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ଗୁଡିକରୁ ଏବେ ୨୦୦୦ ଟଙ୍କିଆ ନୋଟ ତୁଳନାରେ ଅଧିକ ୫୦୦ ଟଙ୍କିଆ ନୋଟ ବାହାରୁ ଥିବା ନଜରକୁ ଆସୁଛି। ୨୦୦୦...

ଜିଡିପିର ୩-୫% ଖର୍ଚ୍ଚ କରିପାରିବ ଭାରତ: ବିଶ୍ୱ ବ୍ୟାଙ୍କ

ବର୍ତ୍ତମାନ କୋଭିଡ୍‌-୧୯ ଯୋଗୁ ଉପୁଜିଥିବା ସ୍ଥିତିକୁ ମୁକାବିଲା କରିବା ଲାଗି ଭାରତ ଏହାର ମୋଟ ଜିଡିପିର ୩ରୁ ୫% ଖର୍ଚ୍ଚ କରିପାରିବ। ଏହି ଅର୍ଥ ବ୍ୟବହାର...

୨ ବର୍ଷ ବଢିଲା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୭-୬: ନୀତି ଆୟୋଗ ସିଇଓ ଭାବେ କାର୍ଯ୍ୟ କରୁଥିବା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳକୁ ସରକାର ଆଉ ୨ ବର୍ଷ ବୃଦ୍ଧି କରିଛନ୍ତି। ୨୦୨୧ ଜୁନ ୩୦...

ବଜେଟ ଟିମ୍‌ରେ ୨ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି

ନୂଆଦିଲ୍ଲୀ,୯ା୧୨: ଅର୍ଥ ମନ୍ତ୍ରଣାଳୟର ବଜେଟ ଟିମ୍‌ରେ ୨ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିବା ଜଣାପଡିଛି। ସରକାରଙ୍କ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାବେଳେ ଟିମ୍‌ରେ...

ଫୋର୍ବସ ଭାରତୀୟ ଧନୀ ତାଲିକା ଶୀର୍ଷରେ ମୁକେଶ

ନୂଆଦିଲ୍ଲୀ: ଫୋର୍ବସ ପକ୍ଷରୁ ପ୍ରକାଶିତ ୧୦୦ ଭାରତୀୟ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୀର୍ଷରେ ରହିଛନ୍ତି। ଲଗାତର ୧୩ ବର୍ଷ ଲାଗି...

ନିଲାମୀରେ ବିକ୍ରି ହୋଇପାରିନି ସ୍ପେକ୍ଟ୍ରମ;ସରକାରଙ୍କର ୫.୪ଲକ୍ଷ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୧୭-୯: ଗତ ନିଲାମୀରେ କିଛି ସ୍ପେକ୍ଟ୍ରମ ବିକ୍ରି ହୋଇପାରି ନ ଥିବାରୁ ସରକାରଙ୍କର ପ୍ରାୟ ୫.୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଉଦ୍ୟୋଗ...

Advertisement


Archives

Model This Week

Why Dharitri