ଜୀବନ କାଳ ମଧ୍ୟରେ ୨୦ କିଲୋଗ୍ରାମ ପ୍ଲାଷ୍ଟିକ୍‌ ଖାଉଛନ୍ତି ଲୋକେ!

ଲଣ୍ଡନ,୯ା୧୨: ଥରେ ଚିନ୍ତା କଲେ ଯଦି ଆପଣ କାହାକୁ ପଚାରନ୍ତି କ’ଣ ଖାଇଛନ୍ତି? ଯଦି ଉତ୍ତର ମିଳେ କ୍ରେଡିଟ୍‌ କାର୍ଡ, ବର୍ଗର, ପିଭିସି ପାଇପ ଇତ୍ୟାଦି। ତେବେ ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ମାତ୍ର ଏହା ସମ୍ପୂର୍ଣ୍ଣ ସତ।

ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଇଣ୍ଟରନ୍ୟାସନାଲ ଦ୍ୱାରା ୨୦୧୯ରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଆମେ ଖାଦ୍ୟ ଭାବରେ ବ୍ୟବହାର କରୁଥିବା ପ୍ଲାଷ୍ଟିକ୍‌ ଜିନିଷଗୁଡ଼ିକ ମୁଖ୍ୟତଃ ହଜମ ପ୍ରକ୍ରିୟାରେ ପ୍ରଭାବ ପକାଉଛନ୍ତି। ଯେପରିକି ସଂକ୍ରମିତ ପାନୀୟ ଜଳ ଏବଂ ସେଲଫିସ ଭଳି ଖାଦ୍ୟ ମାଧ୍ୟମରେ।

କେବଳ ଏତିକି ନୁହେଁ, ଆମେ ଗୋଟିଏ ବର୍ଷ ମଧ୍ୟରେ ଫାୟାରମ୍ୟାନ ହେଲମେଟରେ ଯେତିକି ପରିମାଣର ପ୍ଲାଷ୍ଟିକ ଲାଗିଛି ତାହା ଖାଇଥାଉ। ଏହାକୁ ହିସାବ କଲେ ଏକ ଦଶନ୍ଧି ମଧ୍ୟରେ ଆମେ ୨.୫ କିଲୋଗ୍ରାମ ପ୍ଲାଷ୍ଟିକ ଖାଉଛେ। ଯାହା ଦୁଇଟି ବଡ଼ ପ୍ଲାଷ୍ଟିକ ପାଇପ ସହିତ ସମାନ।

ଯଦି ଏହାକୁ ଆମ ଜୀବନକାଳ ମଧ୍ୟରେ ଦେଖିବା ତେବେ ଆମେ ସମସ୍ତେ ପ୍ରାୟ ୨୦ କିଲୋଗ୍ରାମ ମାଇକ୍ରୋପ୍ଲାଷ୍ଟିକ ଖାଉଛୁ। ଶସ୍ତା ଡିସପୋଜେବଲ ଉତ୍ପାଦର ବ୍ୟାପକ ବ୍ୟବହାର ସହିତ ଗତ ୫୦ ବର୍ଷ ମଧ୍ୟରେ ପ୍ଲାଷ୍ଟିକ ଉତ୍ପାଦନ ବୃଦ୍ଧି ପାଇଛି। ଯେହେତୁ ପ୍ଲାଷ୍ଟିକ୍‌ ବାୟୋଡିଗ୍ରେଡେବଲ ନୁହେଁ, କିନ୍ତୁ କେବଳ ଛୋଟ ଖଣ୍ଡରେ ଭାଙ୍ଗିଯାଏ। ଶେଷରେ ଏହା ଅସଂଗଠିତ ବେଳାଭୂମି ଏବଂ ସାମୁଦ୍ରିକ ବନ୍ୟଜନ୍ତୁ ତଥା ଚାଷଜମିରୁ ମଧ୍ୟ ମିଳିଥାଏ।

ଦକ୍ଷିଣ ଇଂଲଣ୍ଡର ସାଉଥମ୍ପଟନ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନର ପ୍ରଫେସର ମଲକମ ହଡସନ ବନ୍ୟଜନ୍ତୁ ସଂରକ୍ଷିତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ଲାଷ୍ଟିକ ପ୍ଲେଟ୍‌ ଦେଖାଇଥିଲେ। ଏପରି ଚାରିଆଡ଼େ ପ୍ଲାଷ୍ଟିକ୍‌ ପଡି ରହୁଥିବା ସେ କହିଛନ୍ତି। ଫଳରେ ଏହାକୁ ଜୀବଜନ୍ତୁ ଖାଇବାରୁ ତାଙ୍କ ପେଟକୁ ଯାଉଛି। ଯାହା ପରିବେଶ ପ୍ରତି କ୍ଷତି ପହଞ୍ଚାଇବା ସହ ସାଧାରଣ ଲୋକଙ୍କ ଜୀବନରେ ପ୍ରଭାବ ପକାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri