Posted inଖେଳ

ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି ହେଲେ ବିରାଟ କୋହଲି, ଧୋନୀଙ୍କୁ ମିଳିଲା ଖାସ୍‌ ପୁରସ୍କାର

ଦୁବାଇ,୨୮।୧୨: ଆଇସିସି ସୋମବାର ଅନେକ ପୁରସ୍କାର ଘୋଷଣା କରିଛି। ଏଥିରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦୁଇଟି ପୁରସ୍କାର ଜିତିଥିବାବେଳେ ଧୋନୀଙ୍କୁ ଖେଳ ଭାବନା ପାଇଁ ବିଶେଷ ସମ୍ମାନ ପ୍ରଦାନ କରାଯାଇଛି। ବିରାଟଙ୍କୁ ଆଇସିସି ଦ୍ୱାରା ଦଶନ୍ଧିର ଶ୍ରେଷ୍ଠ ଏକଦିବସୀୟ କ୍ରିକେଟର ଭାବେ ଚୟନ କରାଯାଉଥିବାବେଳେ ଧୋନୀଙ୍କୁ ଦଶନ୍ଧିର ଆଇସିସି ସ୍ପିରିଟ ଅଫ କ୍ରିକେଟ ପୁରସ୍କାର ଦିଆଯିବ। ଆଇସିସି ‘ରନ ମେସିନ’ ବିରାଟଙ୍କୁ ଦଶନ୍ଧିର ଶ୍ରେଷ୍ଠ ଏକଦିବସୀୟ କ୍ରିକେଟର ଭାବରେ ଘୋଷଣା କରି ଲେଖିଛି, ଆଇସିସି ପୁରସ୍କାର ଅବଧି ମଧ୍ୟରେ ୧୦ ହଜାରରୁ ଅଧିକ ଏକଦିବସୀୟ ରନ ସଂଗ୍ରହ କରିଥିବା ଏକମାତ୍ର ଖେଳାଳି ହେଉଛନ୍ତି ବିରାଟ। ଏହି ସମୟ ମଧ୍ୟରେ ସେ ୩୯ ଶତକ, ୪୮ ଅର୍ଦ୍ଧଶତକ ଏବଂ ୧୧୨ଟି କ୍ୟାଚ୍‌ ନେଇଛନ୍ତି। ତାଙ୍କର ହାରାହାରି ମଧ୍ୟ ୬୧.୮୩ ଥିଲା। ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ପ୍ରତ୍ୟେକ ଫର୍ମାଟରେ ଅତୁଳନୀୟ ପ୍ରଦର୍ଶନ ପାଇଁ ବିରାଟଙ୍କୁ ଦଶନ୍ଧିର ଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବରେ ସମ୍ମାନିତ କରାଯାଇଥିଲା ଏବଂ ତାଙ୍କୁ ସାର୍‌ ଗାରଫିଲ୍ଡ ସୋବର୍ସ ପୁରସ୍କାର ଦିଆଯିବ। ଏହି ଦଶନ୍ଧିରେ ବିରାଟ ସର୍ବାଧିକ ୨୦,୩୯୬ ରନ, ୬୬ ଶତକ, ୯୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହପରି ୨୦୧୧ରେ ଖେଳାଯାଇଥିବା ନଟିଂହାମ ଟେଷ୍ଟରେ ଦୁର୍ଭାଗ୍ୟଜନକ ରନ ଆଉଟ ହେବା ପରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଇଆନ ବେଲଙ୍କୁ ପୁଣି ଥରେ ଫେରିବାର ଇସାରା ଦେଇଥିଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଧୋନୀଙ୍କ ଏହି କାର୍ଯ୍ୟ ପାଇଁ ସର୍ବସମ୍ମତି କ୍ରମେ ଆଇସିସି ସ୍ପିରିଟ ଅଫ କ୍ରିକେଟ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ନୂତନ ଫାଣ୍ଡିଧିକାରୀଙ୍କ ଯୋଗଦାନ: ଆସୁ ଆସୁ ନେଲେ ବଡ଼ ପଦକ୍ଷେପ

ରିଷିଡା, ୭।୮ (ସୁଶାନ୍ତ ମଲ୍ଲିକ) : କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡିରେ ନୂତନ ଫାଣ୍ଡଧିକାରୀ ଭାବେ ମକରଧ୍ୱଜ ବିଷୋୟୀ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଜୁନାଗଡ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣା: ଉଭୟ ପକ୍ଷର ୨ ଅଭିଯୁକ୍ତ ସୂର୍ଯ୍ୟ, ରଘୁନାଥଙ୍କୁ …

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାନଖେମୁଣ୍ଡି ବ୍ଳକ ପଳାସପୁର ନିକଟ ରତ୍ନମଣିପୁର ଗ୍ରାମର…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ବୃଦ୍ଧଙ୍କୁ ୭ ମାସ ହେଲା ମିଳିନି ଭତ୍ତା; ଥାନାରେ ଦେଲେ ଏତଲା, ତା’ପରେ…

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର କନ୍ତାରୁ ବକ୍ସି(୮୩) ନାମକ ଜଣେ ବୃଦ୍ଧଙ୍କୁ ଗତ ୭ ମାସ ହେଲା ଭତ୍ତା ଟଙ୍କା…

ପ୍ରଦୂଷଣର ହେଉନି ସ୍ଥାୟୀ ପ୍ରତିକାର: ୭ଦିନରେ ୯ହୋଟେଲକୁ ନୋଟିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଦୂଷଣ ବଢ଼ି ଚାଲିଛି। ସହର ରାସ୍ତାକଡ଼ଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା, କେନାଲ ଯେଉଁଆଡ଼େ ଦେଖିଲେ ପଡ଼ି ରହିଛି କୁଢ଼କୁଢ଼ ମଇଳା ଆବର୍ଜନା।…

ବିପଦପୂର୍ଣ୍ଣ ରାସ୍ତା, ଲୋକେ ହଟହଟା: ବୁର୍ଡ଼ା-ଅର୍ଜୁନପୁର ପିଡବ୍ଲ୍ୟୁଡି ରାସ୍ତା କଲଭର୍ଟ ଭୁଶୁଡ଼ି ଗର୍ତ୍ତ

ଲୋଇସିଂହା,୭।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବୁର୍ଡା ଛକରୁ ଅର୍ଜୁନପୁର ପିଡବ୍ଲୁଡି ରାସ୍ତାର କୁମୁଣ୍ଡେ ଶୁଳିଆ ଛକ ନିକଟ କଲଭର୍ଟ ଭାଙ୍ଗି ଗର୍ତ୍ତ ସୃଷ୍ଟି ହୋଇଛି। ଏହାର…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୨୫ ପ୍ରତିଶତ ବୋନସ: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ଏମ୍‌ପି

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ):ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ଲକ୍ଷ କେନ୍ଦୁପତ୍ର ଶ୍ରମିକ କେନ୍ଦୁପତ୍ର ତୋଳାଳି, ସିଜିନାଲ କର୍ମଚାରୀ,ବନ୍ଧେଇ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri