Posted inଖେଳ

ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି ହେଲେ ବିରାଟ କୋହଲି, ଧୋନୀଙ୍କୁ ମିଳିଲା ଖାସ୍‌ ପୁରସ୍କାର

ଦୁବାଇ,୨୮।୧୨: ଆଇସିସି ସୋମବାର ଅନେକ ପୁରସ୍କାର ଘୋଷଣା କରିଛି। ଏଥିରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦୁଇଟି ପୁରସ୍କାର ଜିତିଥିବାବେଳେ ଧୋନୀଙ୍କୁ ଖେଳ ଭାବନା ପାଇଁ ବିଶେଷ ସମ୍ମାନ ପ୍ରଦାନ କରାଯାଇଛି। ବିରାଟଙ୍କୁ ଆଇସିସି ଦ୍ୱାରା ଦଶନ୍ଧିର ଶ୍ରେଷ୍ଠ ଏକଦିବସୀୟ କ୍ରିକେଟର ଭାବେ ଚୟନ କରାଯାଉଥିବାବେଳେ ଧୋନୀଙ୍କୁ ଦଶନ୍ଧିର ଆଇସିସି ସ୍ପିରିଟ ଅଫ କ୍ରିକେଟ ପୁରସ୍କାର ଦିଆଯିବ। ଆଇସିସି ‘ରନ ମେସିନ’ ବିରାଟଙ୍କୁ ଦଶନ୍ଧିର ଶ୍ରେଷ୍ଠ ଏକଦିବସୀୟ କ୍ରିକେଟର ଭାବରେ ଘୋଷଣା କରି ଲେଖିଛି, ଆଇସିସି ପୁରସ୍କାର ଅବଧି ମଧ୍ୟରେ ୧୦ ହଜାରରୁ ଅଧିକ ଏକଦିବସୀୟ ରନ ସଂଗ୍ରହ କରିଥିବା ଏକମାତ୍ର ଖେଳାଳି ହେଉଛନ୍ତି ବିରାଟ। ଏହି ସମୟ ମଧ୍ୟରେ ସେ ୩୯ ଶତକ, ୪୮ ଅର୍ଦ୍ଧଶତକ ଏବଂ ୧୧୨ଟି କ୍ୟାଚ୍‌ ନେଇଛନ୍ତି। ତାଙ୍କର ହାରାହାରି ମଧ୍ୟ ୬୧.୮୩ ଥିଲା। ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ପ୍ରତ୍ୟେକ ଫର୍ମାଟରେ ଅତୁଳନୀୟ ପ୍ରଦର୍ଶନ ପାଇଁ ବିରାଟଙ୍କୁ ଦଶନ୍ଧିର ଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବରେ ସମ୍ମାନିତ କରାଯାଇଥିଲା ଏବଂ ତାଙ୍କୁ ସାର୍‌ ଗାରଫିଲ୍ଡ ସୋବର୍ସ ପୁରସ୍କାର ଦିଆଯିବ। ଏହି ଦଶନ୍ଧିରେ ବିରାଟ ସର୍ବାଧିକ ୨୦,୩୯୬ ରନ, ୬୬ ଶତକ, ୯୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହପରି ୨୦୧୧ରେ ଖେଳାଯାଇଥିବା ନଟିଂହାମ ଟେଷ୍ଟରେ ଦୁର୍ଭାଗ୍ୟଜନକ ରନ ଆଉଟ ହେବା ପରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଇଆନ ବେଲଙ୍କୁ ପୁଣି ଥରେ ଫେରିବାର ଇସାରା ଦେଇଥିଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଧୋନୀଙ୍କ ଏହି କାର୍ଯ୍ୟ ପାଇଁ ସର୍ବସମ୍ମତି କ୍ରମେ ଆଇସିସି ସ୍ପିରିଟ ଅଫ କ୍ରିକେଟ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁର୍ଘଟଣା ପରେ ପ୍ରଥମ ଥର ଗୋଡ଼ରେ ଛିଡ଼ା ହେଲେ ରିଷଭ ପନ୍ତ

ମୁମ୍ବାଇ,୧୩।୧: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଭାରତୀୟ ଉଇକେଟ...

ଧୋନୀଙ୍କ ସହ ଏହି ଖେଳାଳିଙ୍କ ତୁଳନା କଲେ କିମ୍ବଦନ୍ତୀ

ନୂଆଦିଲ୍ଲୀ, ୧୫।୩ – ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ ମ୍ୟାଚ୍‌ରେ ହିଁ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ଇଶାନ କିଷାନ। ଏଥି ନେଇ ତାଙ୍କୁ ପ୍ରଶଂସା କରିଛନ୍ତି...

ଦୁଇ ପଦକ ଜିତିବାରେ ରୂପାଲ ପ୍ରଥମ ଭାରତୀୟ

କାଲି(କଲମ୍ବିଆ),୬ା୮: ୨୦ବର୍ଷରୁ କମ୍‌ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଭାରତୀୟ ଆଥ୍‌ଲେଟ ଭାବେ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ରୂପାଲ ଚୌଧାରୀ। ସେ...

‘ଦି ହଣ୍ଡ୍ରେଡ୍‌’ରେ ଖେଳିବେ ୫ ଭାରତୀୟ

ଲଣ୍ଡନ, ୧୦।୬- ୟୁକେରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଛି ‘ଦି ହଣ୍ଡ୍ରେଡ’ମହିଳା କ୍ରିକେଟ ଟୁର୍ନାମେଣ୍ଟ। ଏଥିରେ ୫ ଭାରତୀୟ ମହିଳା ଖେଳାଳି ଅଂଶଗ୍ରହଣ...

ଭାରତ ବିପକ୍ଷ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଦଳ ଘୋଷିତ

ସେଣ୍ଟ ଜନ୍ସ(ଆଣ୍ଟିଗୁଆ), ୨୭।୧୦(ପି.ଟି.) : ଆସନ୍ତା ମାସରେ ହେବାକୁଥିବା ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ରବିବାର ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ ଦଳ ଘୋଷିତ...

ବିଦେଶୀ ଅଲରାଉଣ୍ଡରଙ୍କ ପାଇଁ ୧୨ କୋଟି ପର୍ଯ୍ୟନ୍ତ ଯାଇପାରେ ଆର୍‌ସିବି

ନୂଆଦିଲ୍ଲୀ, ୭।୨- ଆସନ୍ତା ୧୨ ଓ ୧୩ ତାରିଖରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ମେଗା ନିଲାମରେ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଅନ୍ୟତମ...

ଭାରତୀୟ ରୋଇଂ ଦଳକୁ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୮।୫(ପି.ଟି.): ଅର୍ଜୁନ ଲାଲ ଓ ଅରବିନ୍ଦ ସିଂଙ୍କୁ ନେଇ ଗଠିତ ଭାରତୀୟ ରୋଇଂ ଦଳ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛି।...

କୋହଲି, ପଡିକ୍କଲଙ୍କ ଅର୍ଦ୍ଧଶତକ; ବାଙ୍ଗାଲୋରର ଦମ୍‌ଦାର ବିଜୟ

ଆବୁଧାବି, ୩।୧୦: ଚଳିତ ଆଇପିଏଲ୍‌ରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମ୍‌ଦାର ବିଜୟ ହାସଲ କରିଛି। ସ୍ଥାନୀୟ...

Advertisement
Archives

Model This Week