Posted inଖେଳ

ମୁମ୍ବାଇ ବିପକ୍ଷ ପରାଜୟକୁ ନେଇ ଦୁଃଖି ସିଏସ୍‌କେ ଅଧିନାୟକ: କହିଲେ ସବୁଠାରୁ ବଡ଼ ଭୁଲ ହେଲା…

ନୂଆଦିଲ୍ଲୀ,୨।୫: ଅରୁଣ ଜେଟଲୀ ଷ୍ଟାଡିୟମରେ ଶନିବାର ଖେଳାଯାଥିବା ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏକୁଟିଆ କିରୋନ ପୋଲାର୍ଡ ବିରୋଧୀ ଚେନ୍ନାଇ ସୁପରକିଙ୍ଗ୍ସ ଦଳ ବୋଲର୍‌ଙ୍କୁ ଘାଇଲା କରିଦେଇଥିଲେ। ଆଇପିଏଲ୍‌ ଇତିହାସରେ ମୁମ୍ବାଇ ପ୍ରଥମ ଥର ସଫଳତାର ସହ ୨୦୦ରୁ ଅଧିକ ରନ୍‌ ଲକ୍ଷ୍ୟର ପିଛା କରିଥିଲା। ପୋଲାର୍ଡ ୩୪ ବଲ୍‌ରେ ୬ ଚଉକା ଏବଂ ୮ ଛକା ସହାୟତାରେ ଅପରାଜିତ ୮୭ରନ୍‌ କରିଥିଲେ। ଫଳରେ ହାରୁଥିବା ମ୍ୟାଚ୍‌ ମୁମ୍ବାଇ ସହଜରେ ଜିତି ଯାଇଥିଲା। ଏହି ମ୍ୟାଚ୍‌ରେ ପରାଜୟ ପରେ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦଳର ସବୁଠାରୁ ବଡ଼ ଭୁଲ ବିଷୟରେ ଖୁଲାସା କରିଛନ୍ତି। ଆବଶ୍ୟକ ସମୟରେ କ୍ୟାଚ୍‌ ଛାଡ଼ିବା ଏବଂ ଖରାପ ବୋଲିଂ ହିଁ ବଡ଼ ଭୁଲ। ଏହା ମୁମ୍ବାଇ ମ୍ୟାଚ୍‌ ଜିତିବାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି।

ମଇଦାନ ବହୁତ ଭଲ ଥିଲା। ଭଲ ଖେଳାଯାଇପାରିଥାନ୍ତା। ବୋଲରମାନଙ୍କ ଉପରେ କଡ଼ା ସ୍ବଭାବ କରିବା ଠିକ୍‌ ନୁହେଁ। ଗୁରୁତ୍ୱପୂର୍ଣ୍ଣ ସମୟରେ ଦଳ ଅନେକ କ୍ୟାଚ୍‌ ଛାଡ଼ିଲା। ବୋଲିଂ ଆହୁରି ଭଲ ହୋଇପାରିଥାନ୍ତା। ହେଲେ ଏହି ପରାଜୟରୁ ତାଙ୍କୁ କିଛି ଶିଖିବାର ସୁଯୋଗ ମିଳିବ ବୋଲି ମାହି କହିଛନ୍ତି।

ଏହାଛଡ଼ା ହାରିବାକୁ ନେଇ ଖରାପ ଲାଗିଲା କି ପ୍ରଶ୍ନରେ ଧୋନୀ କହିଛନ୍ତି, ପରାଜୟ ଦୁଃଖ ଦେଇଛି ନିଶ୍ଚୟ, ହେଲେ ଦଳର ମନୋବଳ ଦୃଢ଼ ରହିଛି। ଯେତେବେଳେ କେହି ହାରେ ସେ ବେଶି ଶିଖେ। ଆମେ ଅଙ୍କ ତାଲିକାରେ କେଉଁଠି ଅଛୁ ସେ କଥା ନ ଭାବି ମ୍ୟାଚ୍‌ ବିଷୟରେ ଭାବି ଥାଉ। କାରଣ ଯଦି ତୁମେ ଭଲ ଖେଳ, ଅଙ୍କ ତାଲିକା ଆପେଆପେ ବଦଳିଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

ପେଶାରେ ଡାକ୍ତର, ପରିଚୟ ‘ବଲୁଚିସ୍ତାନର ସିଂହୀ’; ଜାଣନ୍ତୁ କିଏ ଏହି ମହିଳା, ଯାହାଙ୍କୁ  ଭୟ କରେ ପାକିସ୍ତାନୀ ସେନା! 

ଇସଲାମାବାଦ,୨୪।୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀରେ ଥିବା ଆଣ୍ଟି-ଟେରରିଜିମ କୋର୍ଟ ବଲୁଚ୍‌ ଆକ୍ଟିଭିଷ୍ଟ ମହରଙ୍ଗ ବଲୋଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମହରଙ୍ଗ ’ବଲୁଚିସ୍ତାନର ସିଂହୀ’ ଭାବେ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri