Posted inଖେଳ

ଗୋଟିଏ କଥାରେ ଚେନ୍ନାଇର ଏହି ଖେଳାଳିଙ୍କ ସହ ଝଗଡ଼ା କରିଥାନ୍ତି ଧୋନୀ; ଆର୍‌ସିବି ବିପକ୍ଷ ମ୍ୟାଚ୍‌ ଜିତିବା ପରେ…

ଆବୁଧାବି,୨୫।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୫ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ପରାସ୍ତ କରିଛି। ବିରାଟ ସେନା ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟରେ ୧୫୬ରନ୍‌ କରିଥିଲା। ଜବାବରେ ଚେନ୍ନାଇ ୪ ଉଇକେଟରେ ମ୍ୟାଚ୍‌ ଜିତି ନେଇଥିଲା। ତେବେ ବିରାଟ କୋହଲି(୫୩) ଏବଂ ଦେବଦତ୍ତ ପଡିକାଲ(୭୦) ପ୍ରଥମ ଉଇକେଟ ପାଇଁ ୧୧୧ ରନ୍‌ର ଭାଗିଦାରୀ କରି ଆର୍‌ସିବିକୁ ଭଲ ଆରମ୍ଭ ଦେଇଥିଲେ। ହେଲେ ଦଳ ବଡ଼ ସ୍କୋର କରିପାରି ନ ଥିଲା। ଏହା ପଛରେ ଚେନ୍ନାଇର ଅଲରାଉଣ୍ଡର ଡ୍ବେନ ବ୍ରାଭୋ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ୪ ଓଭରରେ ମାତ୍ର ୨୪ ରନ୍‌ ଦେଇ ୩ ଉଇକେଟ ନେଇଥିଲେ।

ବ୍ରାଭୋ ୧୪ତମ ଓଭରରେ କୋହଲି ଏବଂ ପଡ଼ିକାଲଙ୍କ ଯୋଡ଼ିକୁ ଭାଙ୍ଗିଥିଲେ। ପରେ ୧୮ ଏବଂ ୨୦ତମ ଓଭରରେ ଆର୍‌ସିବିକୁ ରନ୍‌ କରିବାକୁ ଦେଇ ନ ଥିଲେ। ଏହି ସମୟରେ ସେ ଗ୍ଲେନ ମାକ୍ସଓ୍ବେଲଙ୍କ ଉଇକେଟ ନେଇ ଆର୍‌ସିବିକୁ ଅଡୁଆରେ ପକାଇଥିଲେ। ହର୍ଷଲ ପଟେଲ ମଧ୍ୟ ୩ ରନ୍‌ କରି ବ୍ରାଭୋଙ୍କ ଶିକାର ହୋଇଥିଲେ। ଏଭଳି ବୋଲିଂକୁ ନେଇ ଅଲ୍‌ରାଉଣ୍ଡର ଧୋନୀ ବହୁତ ଖୁସି ଥିବା ବେଳେ ବ୍ରାଭୋଙ୍କ ପ୍ରଶଂସା କରିଥିଲେ। ଏଥିସହ ବ୍ରାଭୋଙ୍କ ସହ ତାଙ୍କର ଝଗଡ଼ାକୁ ନେଇ ଏକ ମଜାଦାର ଖୁଲାସା କରିଛନ୍ତି।

ଆର୍‌ସିବି ବିପକ୍ଷରେ ବିଜୟ ପରେ ଧୋନୀ କହିଛନ୍ତି,ମୁଁ ମୋଇନ ଅଲୀଙ୍କୁ ଡ୍ରିକ୍ସ ପରେ ବୋଲିଂ ଦେବି ବୋଲି କହିଥିଲି। ହେଲେ ପରେ ତାଙ୍କୁ ନ ଦେଇ ବ୍ରାଭୋଙ୍କୁ ବୋଲିଂ କରିବି ବୋଲି ଭାବିଥିଲି। କାରଣ ତାଙ୍କୁ ବୋଲିଂ ଦେବାକୁ ବିଳମ୍ବ କଲେ ଅସୁବିଧା ହୋଇଥାଏ। ତାଙ୍କୁ ୪ ଓଭର ବୋଲିଂ କରିବାକୁ ଥିଲା। ବ୍ରାଭୋ ଫିଟ୍‌ ଅଛନ୍ତି। ଭଲ ଖେଳୁଛନ୍ତି। ମୁଁ ତାଙ୍କୁ ନିଜର ଭାଇ ବୋଲି କୁହେ। ସବୁବେଳେ ତାଙ୍କ ସହ ସ୍ଲୋ ବଲ୍‌ ଫିଙ୍ଗିବା ଉଚିତ କି ନାହିଁ ତାହାକୁ ନେଇ ଝଗଡ଼ା ହୋଇଥାଏ। ଏବେ କିନ୍ତୁ ତାଙ୍କ ପାଖରେ ସ୍ଲୋ ବଲ୍‌ ଥିବା ସମସ୍ତେ ଜାଣି ସାରିଲେଣି। ଏଥିପାଇଁ ତାଙ୍କୁ ଗୋଟିଏ ଓଭରରେ ୬ ଭିନ୍ନ ଭିନ୍ନ ବଲ୍‌ ଫିଙ୍ଗିବାକୁ କହିଥିଲି ବୋଲି ଧୋନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଇଂଲଣ୍ଡ ଟି-୨୦ ସିରିଜ ମଧ୍ୟରେ ସଞ୍ଜୁ ସାମସନ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୯।୭: ବ୍ୟକ୍ତିଗତ କାରଣରୁ ସଞ୍ଜୁ ସାମସନ କେରଳ କ୍ରିକେଟ ଲିଗ (KCL 2026)ରେ ଖେଳିବେ ନାହିଁ। ପୂର୍ବରୁ, କୋଚି ବ୍ଲୁ ଟାଇଗର୍ସ ସାମସନଙ୍କୁ ସେମାନଙ୍କର ରିଟେନସନ ତାଲିକାରେ…

ଆଉ ଏକ ସିରିଜ ହାରିଲା ଇଣ୍ଡିଆ; ୧ ୱିକେଟରେ ଜିତି ୨-୧ ରେ ସିରିଜ କବଜା କଲା ପଡୋଶୀ ଦେଶ

ନୂଆଦିଲ୍ଲୀ,୯।୭: ଭାରତୀୟ କ୍ରିକେଟ ଦଳ ଆଉ ଏକ ସିରିଜ ପରାଜୟ ବରଣ କରିଛି। ଏଥର, ଭାରତର ୧୯ ବର୍ଷରୁ କମ ଦଳ ଶ୍ରୀଲଙ୍କା ବିପକ୍ଷରେ ଯୁବ ଦିନିକିଆ…

ଗାଡ଼ିର ମାଇଲେଜ କମିବ କିନ୍ତୁ ଇଞ୍ଜିନ ଖରାପ ହେବନାହିଁ, E୨୦ ପେଟ୍ରୋଲ ନେଇ ମିଥ୍ୟା ପ୍ରଚାର ଉପରେ ବର୍ଷିଲେ ଗଡ଼କରୀ

ନୂଆଦିଲ୍ଲୀ,୯।୭: E୨୦ ପେଟ୍ରୋଲ (୨୦% ଏଥାନଲ ଏବଂ ୮୦% ପେଟ୍ରୋଲ) ବ୍ୟବହାର ଦ୍ୱାରା ଗାଡ଼ିର ଇଞ୍ଜିନ ଖରାପ ହେଉଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ହଇଚଇ; ସୁସ୍ମିତା ଦେବଙ୍କ ସମେତ ୩ ପୂର୍ବତନ TMC ଏମପି BJPରେ ସାମିଲ

କୋଲକାତା,୯।୭: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ତିନି ଜଣ ପୂର୍ବତନ TMC ଏମପି BJPରେ ଯୋଗ ଦେଇଛନ୍ତି। ସୁସ୍ମିତା ଦେବ, ସୁଖେନ୍ଦୁ ସେଖ ରୟ ଏବଂ…

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର,୯।୭: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଆସନ୍ତା…

ଛତୁ ତୋଳିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ଜଙ୍ଗଲରେ ବଳାତ୍କାର, ବିବାହ ପାଇଁ ଜିଦି କରିବାରୁ ଖାଇଦେଲେ ବିଷ ଫଳ

ଟିକିରି,୯।୭(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ସମୟରେ ନାବାଳିକାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇ…

ଡୋନାଲ୍ଡ ଟ୍ରମ୍ପଙ୍କ ଧମକର ଜବାବ କାହିଁକି ଦିଅନ୍ତି ଇରାନୀ ବାଚସ୍ପତି? ମୋଜତାବା ଖାମେନେଇ କିମ୍ବା ଆରାଘଚି କାହିଁକି ନୁହଁନ୍ତି? ଜାଣନ୍ତୁ…

ତେହରାନ,୯।୭: ଇରାନ-ଆମେରିକା ବିବାଦରେ ଏକ ସ୍ବତନ୍ତ୍ର ନମୁନା ଦେଖାଦେଇଛି: ଯେତେବେଳେ ବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଏକ କଡ଼ା ବିବୃତ୍ତି ଦିଅନ୍ତି, ସେତେବେଳେ…

ଶ୍ୱଶୁର ଘରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ, କାରଣ ଜାଣିଲେ ହେବେ…

ଵ୍ରହ୍ମପୁର,୯।୭(ସୁବାସ ଚନ୍ଦ୍ର ପାଢ଼ୀ): ଶାଶୁ ଘରେ ଆତ୍ମାହୁତି ଉଦ୍ୟମ କଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ନିମଖଣ୍ଡି ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri