Posted inଖେଳ

ଏମଏସ ଧୋନୀଙ୍କ ବଡ଼ ନିଷ୍ପତ୍ତି: ‘କ୍ୟାପଟେନ କୁଲ’ ଟ୍ରେଡମାର୍କ ପାଇଁ କଲେ ଆବେଦନ

ନୂଆଦିଲ୍ଲୀ,୩୦।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କର ଲୋକପ୍ରିୟ ନାମ ‘କ୍ୟାପଟେନ କୁଲ’କୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କରିଛନ୍ତି। ଟ୍ରେଡ ମାର୍କ୍ସ ରେଜିଷ୍ଟ୍ରୀ ପୋର୍ଟାଲ ଅନୁସାରେ, ଏହି ଆବେଦନ ଜୁନ ୫ ତାରିଖରେ ଦାଖଲ ହୋଇଥିବା ବେଳେ ଜୁନ ୧୬ରେ ଏହା ଅଫିସିଆଲ ଟ୍ରେଡମାର୍କ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଆବେଦନର ସ୍ଥିତି ‘ଗ୍ରହଣ ଓ ବିଜ୍ଞାପିତ’ ରହିଛି। ଏହି ଟ୍ରେଡମାର୍କ କ୍ରୀଡ଼ା ତାଲିମ, କ୍ରୀଡ଼ା ତାଲିମ ସୁବିଧା, କୋଚିଂ ଓ ସେବା ଶ୍ରେଣୀ ଅଧୀନରେ ନିବନ୍ଧିତ ହେବ।

ଧୋନୀଙ୍କଠାରୁ ଏ ସମ୍ପର୍କରେ ତୁରନ୍ତ କୌଣସି ମନ୍ତବ୍ୟ ମିଳି ନାହିଁ। ଉଲ୍ଲେଖଯୋଗ୍ୟ, ପ୍ରଭା ସ୍କିଲ ସ୍ପୋର୍ଟସ (ଓପିସି) ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ପୂର୍ବରୁ ଏହି ଲୋକପ୍ରିୟ ନାମ ପାଇଁ ଟ୍ରେଡମାର୍କ ଆବେଦନ କରିଥିଲା, କିନ୍ତୁ ତାହାର ସ୍ଥିତି ‘ସଂଶୋଧନ ଦାଖଲ’ ରହିଛି।

ଚଳିତ ମାସ ଆରମ୍ଭରେ ଧୋନୀଙ୍କୁ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ ଓ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କ ସହ ୨୦୨୫ ପାଇଁ ଆଇସିସି ହଲ୍ ଅଫ ଫେମରେ ସାମିଲ କରାଯାଇଛି। ଆଇସିସି ଧୋନୀଙ୍କୁ ତାଙ୍କର ଶାନ୍ତ ମନୋଭାବ, ଅସାଧାରଣ ନେତୃତ୍ୱ ଓ କ୍ରୀଡ଼ାରେ ଦୀର୍ଘସ୍ଥାୟୀ ଯୋଗଦାନ ପାଇଁ ପ୍ରଶଂସା କରିଛି। ସେ କେବଳ ସଂଖ୍ୟାରେ ନୁହେଁ, ବରଂ ସ୍ଥିରତା, ଫିଟନେସ ଓ କ୍ଷୁରଧାର କୌଶଳ ଦ୍ୱାରା କ୍ରିକେଟ ଜଗତରେ ଏକ ଅମାପ ଛାପ ଛାଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri