ଏମ୍‌ପିଙ୍କ ନାଁ ନ ଥିବାରୁ ବିଧାୟକ ନାଁରେ କଳା ବୋଳିଲେ

ଭୁବନେଶ୍ୱର, ୬ା୧ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ରବିବାର ସହରର ୩ଟି ସ୍ଥାନରେ ଶୌଚାଳୟ ଉଦ୍‌ଘାଟିତ ହୋଇଛି। ଓ୍ବାର୍ଡ ନଂ. ୩୭ ଅନ୍ତର୍ଗତ କସ୍ତୁରବା ସ୍କୁଲ ନିକଟ, ଓ୍ବାର୍ଡ ନଂ. ୬୭ର ସୁନ୍ଦରପଦା ହାଟ ଏବଂ ଓ୍ବାର୍ଡ ନଂ.୫୫ ଅନ୍ତର୍ଗତ ରଥ ରୋଡ୍‌ରେ ଶୌଚାଳୟ ଖୋଲିଥିବାବେଳେ ୨ଟି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କସ୍ତୁରବା ସ୍କୁଲ ନିକଟ ଶୌଚାଳୟ ଉଦ୍‌ଘାଟନ ପାଇଁ ଲାଗିଥିବା ଫଳକରେ ରହିଥିବା ନଁାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ନିର୍ଦ୍ଧାରିତ ସମୟରେ ଉଦ୍‌ଘାଟନ କରିବାକୁ ମେୟର, ଡେପୁଟି ମେୟର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ସ୍ଥାନୀୟ କର୍ପୋରେଟରଙ୍କ ସହ ଅନ୍ୟମାନେ ପହଞ୍ଚତ୍ଥିଲେ। ତେବେ ଫଳକରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣଙ୍କ ନାମ ଲେଖା ହୋଇଥିବାବେଳେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ନାଁ ନ ଥିଲା। ଏହାକୁ ନେଇ ଅସନ୍ତୋଷ ଦେଖାଦେବାବେଳେ କେତେଜଣ ସ୍ଥାନୀୟ ଲୋକ ଫଳକରେ ଥିବା ବିଧାୟକଙ୍କ ନାମରେ କଳା ବୋଳି ଦେଇଥିଲେ। ମେୟର ସୁଲୋଚନା ଦାସ ଏହାଦେଖି ରାଗିଯିବା ସହିତ ସମ୍ପୃକ୍ତ ଓ୍ବାର୍ଡରେ ଆଉ କୌଣସି ଉନ୍ନତିମୂଳକ କାମ ହେବନାହିଁ ବୋଲି କହି ଚାଲିଯାଇଥିଲେ। ଏନେଇ ବନ୍ଦିତା କହିଛନ୍ତି, ମୋ ଓ୍ବାର୍ଡରେ ସ୍ଥାନୀୟ କର୍ପୋରେଟରଙ୍କ ତତ୍ତ୍ୱାବଧାନରେ ସୁଲଭ ଶୌଚାଳୟ ନିର୍ମାଣ ହେଉଥିବାବେଳେ ଏହାର ଉଦ୍‌ଘାଟନ ତାରିଖଠାରୁ ଆରମ୍ଭ କରି ଅତିଥି ପର୍ଯ୍ୟନ୍ତ ସବୁକିଛି ବିଏମ୍‌ସି ନିର୍ଦ୍ଧାରିତ କରିଛି। ଅତିଥି ଭାବେ ମୋତେ ନିମନ୍ତ୍ରଣ କାର୍ଡ ପଠାଯାଇଛି। ସେହିପରି ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ହୋଇ ଫଳକରେ କଳା ବୋଳିଥିଲେ। ତେଣୁ ଏହାକୁ ନେଇ ମେୟର ଏଭଳି ପ୍ରତିକ୍ରିୟା ଦେବା ଆଦୌ ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି। ଅପରପକ୍ଷେ ଓ୍ବାର୍ଡ ନଂ. ୬୭ରେ ଉଦ୍‌ଘାଟିତ ହୋଇଥିବା ସୁଲଭ ଶୌଚାଳୟରେ ମୁଖ୍ୟ ଅତିଥି ଭାବେ ଏକାମ୍ର ବିଧାୟକ ଲେଖାଥିବାବେଳେ ବିଧାୟକଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବିଏମ୍‌ସି ବିଧାୟକଙ୍କ ନଁା ଭୁଲିଗଲା ନା ଜାଣିଶୁଣି ଏଭଳି କରିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର, ୨୧ା୧: ଚାଳିତମାସରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ। ପ୍ରଧାନମନ୍ତ୍ରୀ ପୂର୍ବାହ୍ନ...

ଜଙ୍ଗଲରୁ ମୃତ ଶରୀର ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋରଡା, ୨୧ା୧ (ରଜନୀ ମହାପାତ୍ର): ସୋରଡା ବଡଗଡ ଥାନା ଇଲାକାରେ ପୁଣି ଠାରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ବଡଗଡ ଥାନା ଅନ୍ତରଗତ ଓରା...

ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ମିଳିବ ୫ଲକ୍ଷ ଟଙ୍କା…

ଭୁବନେଶ୍ୱର,୨୧।୧: ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରାଥମିକ କୃଷି ସମବାୟ...

ପାଚକ,ପାଚିକା ମାନଙ୍କ ପାରିଶ୍ରମିକ ୩୦୦୦ ଟଙ୍କାକୁ ବୃଦ୍ଧି, ଉପକୃତ ହେବେ ୧.୧୨ ଲକ୍ଷ କର୍ମଚାରୀ

ଭୁବନେଶ୍ୱର, ୨୧ା୧: ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକା ମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ...

ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ: ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରଚେଷ୍ଟାରେ ମେଡିକାଲ ପହଞ୍ଚିଲେ

ମୋହନା, ୨୧ା୧( ମନ୍ମଥ ମିଶ୍ର): ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା...

ନବଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଲା ସାଂଘାତିକ କଥା, ନବ ଜୀବିତ ଥିଲେ…

ଭୁବନେଶ୍ୱର,୨୧।୧: ନବ ଦାସ ହତ୍ୟାକାଣ୍ଡକୁ ନେଇ ଏବେ ରାଜ୍ୟ ରାଜନୀତି ଏବେ ଜୋର ଧରିଛି। ବର୍ତ୍ତମାନ ନବଙ୍କର ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଭିନ୍ନ ଭିନ୍ନ ମିଳିଛି।...

ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାଶ: କାମ ଦେବା ବାହାନାରେ ଦେହ ବ୍ୟବସାୟରେ ଲଗାଉଥିଲେ

କେନ୍ଦୁଝର,୨୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରୁ ଜଣେ ୧୬ ବର୍ଷ ବୟସ୍କା ପିତୃମାତୃହୀନ ନାବାଳିକାଙ୍କୁ ଭୁବନେଶ୍ୱର ଚାଲାଣ କରି ଦେହ ବ୍ୟବସାୟରେ ଲଗାଯାଇଥିଲା।...

ଫେବୃଆରୀ ୧୩ରୁ ବଜେଟ ଅଧିବେଶନ

ଭୁବନେଶ୍ୱର, ୨୧।୧: ଫେବୃଆରୀ ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ୧୭ ରେ ବଜେଟ ଉପସ୍ଥାପନ ହେବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇ ଅଧିବେଶନ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri