Posted inଖେଳ

ଏମ୍‌ପିଏଲ୍‌ ସ୍ପୋଟର୍‌ସ ଟିମ୍‌ ଇଣ୍ଡିଆର ଅଫିସିଆଲ କିଟ୍‌ ପ୍ରାୟୋଜକ

ନୂଆଦିଲ୍ଲୀ,୧୮।୧୧(ପି.ଟି.): ଟିମ୍‌ ଇଣ୍ଡିଆର ଅଫିସିଆଲ କିଟ୍‌ ସ୍ପୋନ୍ସରସିପ୍‌ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଆନୁଷ୍ଠାନିକ ଭବେ ଘୋଷଣା କରିଛି। ଫାଣ୍ଟାସି ଗେମ୍‌ ସହିତ ଜଡିତଥିବା ମୋବାଇଲ ପ୍ରିମିୟର ଲିଗ୍‌ (ଏମ୍‌ପିଏଲ୍‌) ଏମ୍‌ପିଏଲ୍‌ ସ୍ପୋଟର୍‌ସ ଆପାରେଲ ଆଣ୍ଡ ଆସେସରିଜକୁ ଭାରତୀୟ ଦଳର କିଟ୍‌ ପ୍ରାୟୋଜକ ଓ ମର୍ଚ୍ଚାଣ୍ଡାଇଜ୍‌ ପାର୍ଟନର ଭାବେ ଘୋଷଣା କରାଯାଇଛି। ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ସମେତ ୧୯ ବର୍ଷରୁ କମ୍‌ ଦଳ ପାଇଁ ଏମ୍‌ପିଏଲ୍‌ ସ୍ପୋଟର୍‌ସ କିଟ୍‌ ସ୍ପୋନ୍ସର ରହିବ। ପୂର୍ବରୁ ଜଣାଶୁଣା କ୍ରୀଡ଼ା ପ୍ରସାଧାନ କମ୍ପାନୀ ନାଇକ୍‌ ଭାରତୀୟ କ୍ରିକେଟ ଦଳରେ କିଟ୍‌ ସ୍ପୋନ୍ସର ଥିଲା। ତେବେ ଏଥର ନାଇକ୍‌କୁ ହଟାଯାଇ ଏମ୍‌ପିଏଲ୍‌ ସ୍ପୋଟର୍‌ସକୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଫଳରେ ଏମ୍‌ପିଏଲ୍‌ ସ୍ପୋଟର୍‌ସ ଭାରତୀୟ ଖେଳାଳିଙ୍କ ପାଇଁ ଜର୍ସି ପ୍ରସ୍ତୁତ କରିବା ସହ ଡିଜାଇନ୍‌ ମଧ୍ୟ କରିବ।
ନଭେମ୍ବର ୨ ତାରିଖରେ ବୋର୍ଡର ଆପେକ୍ସ କାଉନ୍‌ସିଲ୍‌ ଏ ନେଇ ଚୁକ୍ତି କରିଛି। ପୂର୍ବରୁ ୨୦୧୬ଠାରୁ ୨୦୨୦ ପର୍ଯ୍ୟନ୍ତ ନାଇକ୍‌ ପ୍ରାୟୋଜକ ଭାବେ ୪ ବର୍ଷୀୟା ଚୁକ୍ତି କରିଥିଲା। ଏଥିପାଇଁ ନାଇକ୍‌ ୩୭୦ କୋଟି ଟଙ୍କା ପ୍ରଦାନ କରିଥିଲା। ଏମ୍‌ପିଏଲ୍‌ ଏକ ଇ- ସ୍ପୋଟର୍‌ସ ପ୍ଲାଟଫର୍ମ ରୂପେ ପରିଚିତ। ଏହି କମ୍ପାନୀ ବହୁ ପରିମାଣରେ କ୍ରୀଡ଼ା ପୋଷାକ, କ୍ରିକେଟ ଉପକରଣ ସହିତ ମାସ୍କ, ରିଷ୍ଟ ବ୍ରାଣ୍ଡ, ଜୋତା ଓ ହେଡ୍‌ ଗିୟର ଭଳି ଅନ୍ୟାନ୍ୟ ସହାୟକ ଉପକରଣ ପ୍ରସ୍ତୁତ କରି ବଜାରକୁ ଛାଡିଥାଏ। ନଭେମ୍ବର ୨୦୨୦ରୁ ଡିସେମ୍ବର ୨୦୨୩, ୩ ବର୍ଷ ପାଇଁ ଏମ୍‌ପିଏଲ୍‌ ସ୍ପୋଟର୍‌ସ ବିସିସିଆଇ ସହ ଚୁକ୍ତି କରିଛି। ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଏମ୍‌ପିଏଲ୍‌ ସ୍ପୋଟର୍‌ସ ଦାୟିତ୍ୱ ନେବ। ଫଳରେ ଏହି ଗସ୍ତରେ ଭାରତୀୟ ଖେଳାଳିଙ୍କୁ ନୂଆ ଜର୍ସିରେ ଦେଖିବାକୁ ମିଳିବ। ସିନିୟର ପୁରୁଷ ଓ ମହିଳା ଦଳ ସହିତ ୧୯ ବର୍ଷରୁ କମ୍‌ ଦଳର ଖେଳାଳିମାନେ ନୂଆ ଜର୍ସି ପିନ୍ଧିବେ।
ଏମ୍‌ପିଏଲ୍‌ ସ୍ପୋଟର୍‌ସ ସହ ନୂଆ ଚୁକ୍ତି ଐତିହାସିକ ସାବ୍ୟସ୍ତ ହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ୧୦୦ କୋଟିରୁ ଊର୍ଦ୍ଧ୍ୱ ପ୍ରଶଂସକଙ୍କ ପାଇଁ ନୂଆ ଜର୍ସି ବେଶ୍‌ ଉପଭୋଗ୍ୟ ହୋଇପାରିବ ବୋଲି ସେ କହିଛନ୍ତି। ଜର୍ସିକୁ ବାଦ୍‌ ଦେଲେ ଏହି କମ୍ପାନୀ ସୁଲଭ ମୂଲ୍ୟରେ ଲାଇସେନ୍ସପ୍ରାପ୍ତ ଟିମ୍‌ ଇଣ୍ଡିଆର ମର୍ଚ୍ଚାଣ୍ଡାଇଜ୍‌ ଅର୍ଥାତ ସାମଗ୍ରୀ ବିକ୍ରି ମଧ୍ୟ କରିବ। ଫଳରେ ପ୍ରଶଂସକମାନେ ମଧ୍ୟ ଏଥିରୁ ଉପକୃତ ହୋଇପାରିବେ। ବିସିସିଆଇ ସମ୍ପାଦକ ଜୟ ଶାହ ମଧ୍ୟ ଏ ନେଇ ସମାନ ମନ୍ତବ୍ୟ ଦେଇଛନ୍ତି।
ପୂର୍ବରୁ ନାଇକ୍‌ ମ୍ୟାଚ୍‌ ପ୍ରତି ୮୮ ଲକ୍ଷ ଟଙ୍କା ପ୍ରଦାନ କରୁଥିଲା। ତେବେ ଏମ୍‌ପିଏଲ୍‌ ସ୍ପୋଟର୍‌ସ ମ୍ୟାଚ ପିଛା ୬୫ ଲକ୍ଷ ଟଙ୍କା ପ୍ରଦାନ କରିବ। ଏଥିସହିତ ବିସିସିଆଇର ସାମଗ୍ରୀ ବିକ୍ରିରେ ୧୦ ପ୍ରତିଶତ ଅଂଶ ରୟାଲିଟି ବାବଦରେ ମଧ୍ୟ ମିଳିବ। ଏମ୍‌ପିଏଲ୍‌ ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମେତ କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ଏକ ଦଳ ସହ ଜଡିତ ରହିଛି। ଆୟର୍ଲାଣ୍ଡ ଓ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) କ୍ରିକେଟ ବୋର୍ଡ ସହ ମଧ୍ୟ ଏହି କମ୍ପାନୀ ଚୁକ୍ତି କରିଛି। ଭାରତ ଏକ ବୃହତ୍‌ ମାର୍କେଟ। ଏହି ଦେଶରେ ୧୦୦ କୋଟିରୁ ଊର୍ଦ୍ଧ୍ୱ କ୍ରିକେଟ ପ୍ରଶଂସକ ରହିଛନ୍ତି। ତେଣୁ ବିସିସିଆଇ ସହ ଚୁକ୍ତି କରି ଆମେ ଆନନ୍ଦିତ। ଏହି ଚୁକ୍ତି ଉଭୟ ପକ୍ଷ ପାଇଁ ବେଶ୍‌ ଲାଭବାନ ସାବ୍ୟସ୍ତ ହେବ ବୋଲି ଏମ୍‌ପିଏଲ୍‌ ସ୍ପୋଟର୍‌ସ ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ଅଭଷେକ ମାଧବନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି।...

ଇତିହାସ ରଚିଲେ ରିଷଭ ପନ୍ତ, ଏଭଳି କରିବାରେ ହେଲେ ୭ମ ଖେଳାଳି

ଜୟପୁର,୨୮।୩: ୨୦୨୪ ଆଇପିଏଲର ୧୭ ତମ ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମରେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri