Posted inଖେଳ

ଏମ୍‌ପିଏଲ୍‌ ସ୍ପୋଟର୍‌ସ ଟିମ୍‌ ଇଣ୍ଡିଆର ଅଫିସିଆଲ କିଟ୍‌ ପ୍ରାୟୋଜକ

ନୂଆଦିଲ୍ଲୀ,୧୮।୧୧(ପି.ଟି.): ଟିମ୍‌ ଇଣ୍ଡିଆର ଅଫିସିଆଲ କିଟ୍‌ ସ୍ପୋନ୍ସରସିପ୍‌ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଆନୁଷ୍ଠାନିକ ଭବେ ଘୋଷଣା କରିଛି। ଫାଣ୍ଟାସି ଗେମ୍‌ ସହିତ ଜଡିତଥିବା ମୋବାଇଲ ପ୍ରିମିୟର ଲିଗ୍‌ (ଏମ୍‌ପିଏଲ୍‌) ଏମ୍‌ପିଏଲ୍‌ ସ୍ପୋଟର୍‌ସ ଆପାରେଲ ଆଣ୍ଡ ଆସେସରିଜକୁ ଭାରତୀୟ ଦଳର କିଟ୍‌ ପ୍ରାୟୋଜକ ଓ ମର୍ଚ୍ଚାଣ୍ଡାଇଜ୍‌ ପାର୍ଟନର ଭାବେ ଘୋଷଣା କରାଯାଇଛି। ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ସମେତ ୧୯ ବର୍ଷରୁ କମ୍‌ ଦଳ ପାଇଁ ଏମ୍‌ପିଏଲ୍‌ ସ୍ପୋଟର୍‌ସ କିଟ୍‌ ସ୍ପୋନ୍ସର ରହିବ। ପୂର୍ବରୁ ଜଣାଶୁଣା କ୍ରୀଡ଼ା ପ୍ରସାଧାନ କମ୍ପାନୀ ନାଇକ୍‌ ଭାରତୀୟ କ୍ରିକେଟ ଦଳରେ କିଟ୍‌ ସ୍ପୋନ୍ସର ଥିଲା। ତେବେ ଏଥର ନାଇକ୍‌କୁ ହଟାଯାଇ ଏମ୍‌ପିଏଲ୍‌ ସ୍ପୋଟର୍‌ସକୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଫଳରେ ଏମ୍‌ପିଏଲ୍‌ ସ୍ପୋଟର୍‌ସ ଭାରତୀୟ ଖେଳାଳିଙ୍କ ପାଇଁ ଜର୍ସି ପ୍ରସ୍ତୁତ କରିବା ସହ ଡିଜାଇନ୍‌ ମଧ୍ୟ କରିବ।
ନଭେମ୍ବର ୨ ତାରିଖରେ ବୋର୍ଡର ଆପେକ୍ସ କାଉନ୍‌ସିଲ୍‌ ଏ ନେଇ ଚୁକ୍ତି କରିଛି। ପୂର୍ବରୁ ୨୦୧୬ଠାରୁ ୨୦୨୦ ପର୍ଯ୍ୟନ୍ତ ନାଇକ୍‌ ପ୍ରାୟୋଜକ ଭାବେ ୪ ବର୍ଷୀୟା ଚୁକ୍ତି କରିଥିଲା। ଏଥିପାଇଁ ନାଇକ୍‌ ୩୭୦ କୋଟି ଟଙ୍କା ପ୍ରଦାନ କରିଥିଲା। ଏମ୍‌ପିଏଲ୍‌ ଏକ ଇ- ସ୍ପୋଟର୍‌ସ ପ୍ଲାଟଫର୍ମ ରୂପେ ପରିଚିତ। ଏହି କମ୍ପାନୀ ବହୁ ପରିମାଣରେ କ୍ରୀଡ଼ା ପୋଷାକ, କ୍ରିକେଟ ଉପକରଣ ସହିତ ମାସ୍କ, ରିଷ୍ଟ ବ୍ରାଣ୍ଡ, ଜୋତା ଓ ହେଡ୍‌ ଗିୟର ଭଳି ଅନ୍ୟାନ୍ୟ ସହାୟକ ଉପକରଣ ପ୍ରସ୍ତୁତ କରି ବଜାରକୁ ଛାଡିଥାଏ। ନଭେମ୍ବର ୨୦୨୦ରୁ ଡିସେମ୍ବର ୨୦୨୩, ୩ ବର୍ଷ ପାଇଁ ଏମ୍‌ପିଏଲ୍‌ ସ୍ପୋଟର୍‌ସ ବିସିସିଆଇ ସହ ଚୁକ୍ତି କରିଛି। ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଏମ୍‌ପିଏଲ୍‌ ସ୍ପୋଟର୍‌ସ ଦାୟିତ୍ୱ ନେବ। ଫଳରେ ଏହି ଗସ୍ତରେ ଭାରତୀୟ ଖେଳାଳିଙ୍କୁ ନୂଆ ଜର୍ସିରେ ଦେଖିବାକୁ ମିଳିବ। ସିନିୟର ପୁରୁଷ ଓ ମହିଳା ଦଳ ସହିତ ୧୯ ବର୍ଷରୁ କମ୍‌ ଦଳର ଖେଳାଳିମାନେ ନୂଆ ଜର୍ସି ପିନ୍ଧିବେ।
ଏମ୍‌ପିଏଲ୍‌ ସ୍ପୋଟର୍‌ସ ସହ ନୂଆ ଚୁକ୍ତି ଐତିହାସିକ ସାବ୍ୟସ୍ତ ହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ୧୦୦ କୋଟିରୁ ଊର୍ଦ୍ଧ୍ୱ ପ୍ରଶଂସକଙ୍କ ପାଇଁ ନୂଆ ଜର୍ସି ବେଶ୍‌ ଉପଭୋଗ୍ୟ ହୋଇପାରିବ ବୋଲି ସେ କହିଛନ୍ତି। ଜର୍ସିକୁ ବାଦ୍‌ ଦେଲେ ଏହି କମ୍ପାନୀ ସୁଲଭ ମୂଲ୍ୟରେ ଲାଇସେନ୍ସପ୍ରାପ୍ତ ଟିମ୍‌ ଇଣ୍ଡିଆର ମର୍ଚ୍ଚାଣ୍ଡାଇଜ୍‌ ଅର୍ଥାତ ସାମଗ୍ରୀ ବିକ୍ରି ମଧ୍ୟ କରିବ। ଫଳରେ ପ୍ରଶଂସକମାନେ ମଧ୍ୟ ଏଥିରୁ ଉପକୃତ ହୋଇପାରିବେ। ବିସିସିଆଇ ସମ୍ପାଦକ ଜୟ ଶାହ ମଧ୍ୟ ଏ ନେଇ ସମାନ ମନ୍ତବ୍ୟ ଦେଇଛନ୍ତି।
ପୂର୍ବରୁ ନାଇକ୍‌ ମ୍ୟାଚ୍‌ ପ୍ରତି ୮୮ ଲକ୍ଷ ଟଙ୍କା ପ୍ରଦାନ କରୁଥିଲା। ତେବେ ଏମ୍‌ପିଏଲ୍‌ ସ୍ପୋଟର୍‌ସ ମ୍ୟାଚ ପିଛା ୬୫ ଲକ୍ଷ ଟଙ୍କା ପ୍ରଦାନ କରିବ। ଏଥିସହିତ ବିସିସିଆଇର ସାମଗ୍ରୀ ବିକ୍ରିରେ ୧୦ ପ୍ରତିଶତ ଅଂଶ ରୟାଲିଟି ବାବଦରେ ମଧ୍ୟ ମିଳିବ। ଏମ୍‌ପିଏଲ୍‌ ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମେତ କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ଏକ ଦଳ ସହ ଜଡିତ ରହିଛି। ଆୟର୍ଲାଣ୍ଡ ଓ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) କ୍ରିକେଟ ବୋର୍ଡ ସହ ମଧ୍ୟ ଏହି କମ୍ପାନୀ ଚୁକ୍ତି କରିଛି। ଭାରତ ଏକ ବୃହତ୍‌ ମାର୍କେଟ। ଏହି ଦେଶରେ ୧୦୦ କୋଟିରୁ ଊର୍ଦ୍ଧ୍ୱ କ୍ରିକେଟ ପ୍ରଶଂସକ ରହିଛନ୍ତି। ତେଣୁ ବିସିସିଆଇ ସହ ଚୁକ୍ତି କରି ଆମେ ଆନନ୍ଦିତ। ଏହି ଚୁକ୍ତି ଉଭୟ ପକ୍ଷ ପାଇଁ ବେଶ୍‌ ଲାଭବାନ ସାବ୍ୟସ୍ତ ହେବ ବୋଲି ଏମ୍‌ପିଏଲ୍‌ ସ୍ପୋଟର୍‌ସ ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ଅଭଷେକ ମାଧବନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri