Posted inଜାତୀୟ

ମୋତେ ବାରମ୍ବାର ଅପମାନିତ କରାଯାଇଛି, ଆଉ ନିର୍ବାଚନ ଲଢ଼ିବି ନାହିଁ: ମିମି ଚକ୍ରବର୍ତ୍ତୀ

କୋଲକାତା,୧୫।୨: ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଯାଦବପୁରର ଟିଏମ୍‌ସି ଏମ୍‌ପି ମିମି ଚକ୍ରବର୍ତ୍ତୀ ଇସ୍ତଫା ଦେଇଛନ୍ତି। ସେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କୁ ବାରମ୍ବାର ଅପମାନିତ କରାଯାଇଥିବା ମିମି କହିବା ସହ ଏଥର ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।

ଗୁରୁବାର ମିମି ବିଧାନସଭାରେ ପହଞ୍ଚି ବାଚସ୍ପତି ବିମାନ ବାନାର୍ଜୀଙ୍କ ପ୍ରକୋଷ୍ଠରେ ମମତାଙ୍କୁ ଭେଟିଥିଲେ। ଏଠାରେ ସେ ମମତାଙ୍କୁ ନିଜର ଇସ୍ତଫା ଦେଇଥିଲେ। ହେଲେ ମମତା ତାହା ଗ୍ରହଣ କରି ନ ଥିବା ଜଣାପଡ଼ିଛି।

ମିମି ପୁନର୍ବାର କହିଛନ୍ତି ଯେ, ସେ ରାଜନୀତିରେ ରହିବାକୁ ଚାହୁଁନାହାଁନ୍ତି। କିନ୍ତୁ ସାଧାରଣ ଲୋକଙ୍କ ମଧ୍ୟରେ ରହିବେ। କାରଣ ସେ ବୁଝିସାରିଛନ୍ତି ଯେ ରାଜନୀତି ତାଙ୍କ ପାଇଁ ନୁହେଁ। ସେ କେବେ ବି ରାଜନୀତି କରିବାକୁ ଚାହୁଁ ନ ଥିଲେ। ହେଲେ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି। ଅନେକ ଥର ତାଙ୍କୁ ମଞ୍ଚରେ, ଫୋନ୍‌ରେ ଏବଂ ଅନ୍ୟ ଉପାୟରେ ଅପମାନ ସହିବାକୁ ପଡ଼ିଥିଲା। ତାଙ୍କୁ ଅବହେଳା ମଧ୍ୟ କରାଯାଇଛି। ଏଣୁ ସେ ଉକ୍ତ ବିଷୟରେ କହିବାକୁ ଚାହୁଁ ନ ଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଅଭିଯୁକ୍ତ ଗିରଫ, ବହୁ ଜାଲିଆତି ସାମଗ୍ରୀ ଜବତ

ଛତ୍ରପୁର, ୧୮।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପ ଟ୍ଟନାୟକ): ବେକାର ଯୁବକ-ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ଜାଲିଆତି ଚକ୍ରର ପର୍ଦ୍ଦାଫାସ କରିଛି…

ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା: ଦନେକବାଡି-ସିର୍କାବର୍ଗ ରାସ୍ତା ଉପରେ ପଡିଲା ବିରାଟକାୟ ଗଛ

ଦାରିଙ୍ଗବାଡ଼ି, ୧୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡ଼ିଛି।…

ଷଣ୍ଢକୁ ଆକ୍ରମଣ କରି ଖାଇଲା କୁମ୍ଭୀର

ରାଜନଗର, ୧୮।୮ (ଭାସ୍କର ରାଉତରାୟ): ବନ୍ୟା ଆସିବା ଯୋଗୁ ଏବେ ବଉଳା କୁମ୍ଭୀରଙ୍କ ଆତଙ୍କ ବଢ଼ିଛି। ବନ୍ୟା ପ୍ରପୀଡ଼ିତ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଭିତରକନିକା ଜାତୀୟ…

ଇମ୍ରାନ ଖାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଇସଲାମାବାଦ,୧୮।୮: ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପାକିସ୍ତାନ ସର୍ବୋଚ୍ଚ କୋର୍ଟ ମଙ୍ଗଳବାର ପାକ୍‌ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।…

୨୦୨୭ ନିର୍ବାଚନ ପାଇଁ ଭାଜପାର ମାଷ୍ଟରପ୍ଲାନ୍‌: ବିରୋଧୀ ମହଲରେ ହଟଚମଟ

ନୂଆଦିଲ୍ଲୀ, ୧୮।୮: ଭାଜପା ଉତ୍ତର ପ୍ରଦେଶରେ ସଂଗଠନର ଦାୟିତ୍ୱ ବରିଷ୍ଠ ନେତା ବିନୋଦ ତାୱଡେଙ୍କୁ ଦେଇଛି। ତାଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ନିଯୁକ୍ତ କରାଯାଇଛି। ଏଥିରୁ ସଙ୍କେତ…

ଶୁକ୍ର-ଶନିଙ୍କ ବଡ଼ ଯୋଗ: ଏହି ୪ ରାଶି ପାଇଁ ସୁବର୍ଣ୍ଣ ସୁଯୋଗ, ଘଟିବ ଏଭଳି ଯାହା କେବେ…

ଶୁକ୍ର ଗ୍ରହ ଏବଂ ଶନି ଗ୍ରହ ୨୧ ଅଗଷ୍ଟ ୨୦୨୬, ଶୁକ୍ରବାର ସନ୍ଧ୍ୟା ୬ଟା ୧୦ ମିନିଟରେ ପରସ୍ପର ୧୮୦ ଡିଗ୍ରୀରେ ଅବସ୍ଥାନ କରିବେ। ଏହି ସମୟରେ…

ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ଅଧା କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି

ଲାଞ୍ଜିଗଡ, ୧୮।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରପଡ଼ା ଗାଁର ମାଝୀପଡ଼ା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାରେ…

ଝିପିଝିପି ବର୍ଷାରେ ଧାନ ରୁଆ: ଚାଷୀ ମନରେ ଖେଳିଗଲା ଖୁସିର ଲହରୀ

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଝିପିଝିପି ବର୍ଷା ଲାଗି ରହିଛି। ଲଘୁଚାପଜନିତ ବର୍ଷା ହେଉଛି। ଚାଷୀ ମନରେ ଖୁସିର ଲହରି ଖେଳି ଯାଉଛି। ଝିପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri