Advertisement
Posted inଜାତୀୟ

କ୍ଷମା ମାଗିଲେ କାନିମୋଝି

ଚେନ୍ନାଇ,୨୮ ।୧୦: ଡିଏମକେ ନେତା ସୈଦାଇ ସାଦିକ ତାମିଲନାଡୁ ବିଜେପିର ମହିଳା ନେତାଙ୍କୁ ନେଇ ଅପମାନଜନକ ଟିପ୍ପଣି କରିଥିଲେ । ଏହାପରେ ଗୁରୁବାର ୨୭ ଅକ୍ଟୋବରରେ ଡିଏମକେର ବରିଷ୍ଠ ନେତା କାନିମୋଝି ଖୋଲାଖୋଲି ଭାବେ କ୍ଷମା ମାଗିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସୈଦାଇ ସାଦିକ ଅଭିନେତ୍ରୀରୁ ଭାଜପା ନେତ୍ରୀ ହୋଇଥିବା ଖୁସବୁ ସୁନ୍ଦର, ନମିତା, ଗୌତମି ଓ ଗାୟତ୍ରୀ ରଘୁରାମଙ୍କୁ ନେଇ ଅପମାନଜନକ ଟିପ୍ପଣି ଶୁଣାଯାଇଥିଲା ।
ଡିଏମକେ ନେତାଙ୍କ ଏହି ଟିପ୍ପଣିକୁ ନେଇ ଭାଜପା ନେତା ଖୁସବୁ ଏମ କେ ଷ୍ଟାଲିନଙ୍କୁ ଟ୍ୟାଗ କରି ପ୍ରଶ୍ନ ପଚାରିଥିଲେ କି , ଯେତେବେଳେ ପୁରୁଷ ଜଣେ ମହିଳାଙ୍କୁ ଗାଳି କରନ୍ତି, ସେତେବେଳେ ଜଣାପଡେ ତାଙ୍କୁ କିଭଳି ଲାଳନ ପାଳନ କରାଯାଇଛି ଓ ସେ କେଉଁଭଳି ବିଷଧର ବାତାବାରଣରୁ ଆସିଛନ୍ତି । ଏଭଳି ପୁରୁଷ ଜଣେ ମହିଳାଙ୍କ ମାତୃତ୍ୱକୁ ଅପମାନ କରିଥାଆନ୍ତି । ଏମିତି ପୁରୁଷ ନିଜକୁ କଲାଇଗନରର ଅନୁଗାମୀ ବୋଲି କହିଥାଆନ୍ତି, କ’ଣ ଏହା ଷ୍ଟାଲିନଙ୍କ ଶାସନରେ ନୂଆ ଦ୍ରାଭିଡ ମଡେଲ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହି ଟୁଇଟର ଜବାବରେ ଡିଏମକେ ଏମପି କାନିମୋଝି କ୍ଷମା ମାଗିଛନ୍ତି । ସେ କହିଛନ୍ତି ମୁଁ ଜଣେ ମହିଳା ଭାବେ ଓ ଜଣେ ମଣିଷ ଭାବେ ଯାହା କୁହାଯାଇଛି ସେଥିପାଇଁ କ୍ଷମା ମାଗୁଛି । ଏହାକୁ କେବେ ବି ଗ୍ରହଣ କରାଯାଇ ପାରିବ ନାହିଁ । ସେ କୌଣସି ବ୍ୟକ୍ତି ବା ଦଳୀୟ ଲୋକ କହି ଥାଆନ୍ତୁନା କାହିଁକି । ଆଉ ମୁଁ ଏଥିପାଇଁ ଖୋଲାଖୋଲି ଭାବେ କ୍ଷମା ମାଗୁଛି । କାରଣ ମୋ ନେତା ଏମ କେ ଷ୍ଟାଲିନ ଓ ମୋ ଦଳ ଏମିତି ଲୋକଙ୍କୁ କ୍ଷମା କରନ୍ତି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପିଟିଶନ ଦାଏର ପାଇଁ ସମୟସୀମା ଧାର୍ଯ୍ୟ ହେଉ

ନୂଆଦିଲ୍ଲୀ, ୨।୯: ୬ଟି ରାଜ୍ୟ ବିଧାନସଭା ନିର୍ବାଚନରେ ବ୍ୟବହୃତ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ଏବଂ ଭିଭିପିଏଟି ମେଶିନ୍‌ଗୁଡ଼ିକ ବ୍ୟବହୃତ ନ ହୋଇ ପଡ଼ିରହିଛି। କରୋନା...

କୋଲକତା ପରେ ଦିଲ୍ଲୀ-ମୁମ୍ବାଇରେ ବି ଡାକ୍ତର ଆନ୍ଦୋଳନ ତେଜିଲା: ରୋଗୀ ହନ୍ତସନ୍ତ

ନୂଆଦିଲ୍ଲୀ, ୧୪।୬: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ, ମୁମ୍ବାଇ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଡାକ୍ତରମାନେ ସମର୍ଥନ...

ଗୋଗ୍ରାରୁ ହଟିଲେ ଭାରତ, ଚାଇନା ସୈନ୍ୟ

ନୂଆଦିଲ୍ଲୀ, ୭।୮: ପୂର୍ବ ଲଦାଖର ଗୋଗ୍ରା ଫ୍ରିକ୍ସନ ପଏଣ୍ଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତିର ପ୍ରାୟ ୧୫ ମାସ ପରେ ଉଭୟ...

ସମସ୍ତଙ୍କୁ ମିଳିବ ନ୍ୟାୟ: ମୋଦି

ନୂଆଦିଲ୍ଲୀ,୨୯।୨: ଦେଶରେ ଭାଜପା ସରକାର ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଆଧାରରେ ଶାସନ ଜାରି ରଖିଛି। ଏହା ଅନ୍ତର୍ଗତ ସମାଜର ସମସ୍ତ ଜନସାଧାରଣଙ୍କୁ...

ଭାରତରେ ୨ ବିଲିୟନ ଡଲାର ନିବେଶ କରିବ ୟୁଏଇ

ନୂଆଦିଲ୍ଲୀ, ୧୪ା୭: ମିଳିତ ନିବେଶ, କାରବାର ସମେତ ଦକ୍ଷିଣ ଏସିଆ ଓ ମଧ୍ୟପ୍ରାଚ୍ୟରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭାରତ, ଇସ୍ରାଏଲ, ଆମେରିକା ଏବଂ...

ଘୋଡ଼ାଚଢି ନିର୍ବାଚନ ପ୍ରଚାରରେ ବାହାରିଲେ ଭାଜପା ନେତା

ଇନ୍ଦୋର,୧୯।୭: ମଧ୍ୟପ୍ରଦେଶର ସାନଓ୍ବର ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ଏଠାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ...

ସ୍କୁଲ୍‌ ଖୋଲିବା ନେଇ ଜାରି ହେଲା ନୂଆ ଏସ୍‌ଓପି

ନୂଆଦିଲ୍ଲୀ,୩।୧:କେନ୍ଦ୍ର ସରକାର ସ୍କୁଲ୍‌ ଖୋଲିବା ନେଇ ଗୁରୁବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ସ୍କୁଲ୍‌ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡା ନାହିଁ। ସେ ନିଷ୍ପତ୍ତି ରାଜ୍ୟ...

ଆର୍‌ଜେଡି-ଜେଡ଼ିୟୁ ଭାଗବଣ୍ଟା ୧୬-୧୩ରେ ଶେଷ ହେବାର ସମ୍ଭାବନା…

ପାଟନା, ୧୦।୮ : ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ନୀତୀଶ କୁମାର ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ, କିନ୍ତୁ ଏଥର...

Advertisement
Archives

Model This Week