ଭେଣ୍ଡି କିଲୋ ୮୦୦ ଟଙ୍କା

ଭୋପାଳ,୭।୯: ଅଧିକାଂଶ ଲୋକ ନିଜ ଘରେ ସବୁଜ ଭେଣ୍ଡି ଖାଆନ୍ତି। କିନ୍ତୁ ଲାଲ ରଙ୍ଗର ଭେଣ୍ଡି ଦେଖିବା ଏବଂ ଶୁଣିବା ପାଇଁ ଅଦ୍ଭୁତ ଶବ୍ଦ ହୋଇପାରେ, କିନ୍ତୁ ଏହା ଖାଇବାକୁ ଯେମିତି ସ୍ବାଦିଷ୍ଟ ଏବଂ ଶରୀର ପାଇଁ ମଧ୍ୟ ସେତିକି ପୁଷ୍ଟିକର। ଭୋପାଳର ଖଜୁରିକଲା ଗ୍ରାମରେ ଚାଷ କରାଯାଉଥିବା ଲାଲ ଭେଣ୍ଡିକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ଏହି ଲାଲ ଭେଣ୍ଡି କିଲୋ ୮୦୦ ଟଙ୍କା। ଏହାକୁ ଚାଷ କରୁଥିବା କୃଷକ ମିଶ୍ରିଲାଲ ରାଜପୁତ କିଛି ସମୟ ପୂର୍ବରୁ ବନାରସରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଭେଜିଟେବୁଲ୍ସ ରିସର୍ଚ୍ଚ କେନ୍ଦ୍ରକୁ ଯାଇଥିଲେ। ଏହି ସମୟ ମଧ୍ୟରେ ସେ ଲାଲ ଭେଣ୍ଡି ବିଷୟରେ ଜାଣିବାକୁ ପାଇଲେ ଏବଂ ସେ ନିଜ କ୍ଷେତ୍ରରେ ଲାଲ ଭେଣ୍ଡି ମଞ୍ଜି ଆଣି ଚାଷ ମଧ୍ୟ କଲେ। ଯଦିଓ ଲାଲ ଭେଣ୍ଡି ଇଉରୋପୀୟ ଦେଶଗୁଡିକର ଫସଲ, କିନ୍ତୁ ଏବେ ଏହା ଭାରତରେ ମଧ୍ୟ ଏହାର ଚାଷ ବୃଦ୍ଧି ପାଇବାରେ ଲାଗିଛି।
ଭାରତୀୟ ପନିପରିବା ଅନୁସନ୍ଧାନ ପ୍ରତିଷ୍ଠାନ ଏହାର ଦେଶୀ କିଷମ କାଶୀ ଲାଲିମା ପ୍ରସ୍ତୁତ କରିଛି। ଏହି କିଷମ ସହଜରେ ପ୍ରସ୍ତୁତ ହୋଇ ନ ଥିଲା, ଏହାକୁ ପ୍ରସ୍ତୁତ କରିବାକୁ ୮ ରୁ ୧୦ ବର୍ଷ ସମୟ ଲାଗିଥିଲା । ଭୋପାଳ କୃଷକ ମିଶ୍ର୍ରିଲାଲ ବାରାଣାସୀରୁ ୧ କିଲୋଗ୍ରାମ ଲାଲ ଭେଣ୍ଡି ମଞ୍ଜି ୨୪୦୦ ଟଙ୍କାରେ ଆଣିଥିଲେ ଏବଂ ସେ ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ଏହି ମଞ୍ଜି ବୁଣିଥିଲେ। ଭେଣ୍ଡି ଫଳିବା ଦେଖି ଲୋକେ ଆଶ୍ଚର୍ଯ୍ୟ େoହାଇଯାଇଥିଲେ। କାରଣ ଏଠାକାର ଲୋକମାନେ ପ୍ରଥମ ଥର ପାଇଁ ଲାଲ ଭେଣ୍ଡି ଦେଖିଥିଲେ।
ସୂଚନାଯୋଗ୍ୟ, ସବୁଜ ଭେଣ୍ଡି ତୁଳନାରେ ଏହି ଲାଲ ଭେଣ୍ଡି ଫସଲ ୪୫ ରୁ ୫୦ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଥାଏ। ଗୋଟିଏ ଗଛରେ ପ୍ରାୟ ୫୦ଟି ଲାଲ ଭେଣ୍ଡି ଉତ୍ପାଦନ କରାଯାଇପାରିବ। ଗୋଟିଏ ଏକର ଜମି ୪୦ରୁ ୫୦ କ୍ୱିଣ୍ଟାଲ ଲାଲ ଭେଣ୍ଡି ଉତ୍ପାଦନ କରିହେବ। ଯଦି ପାଗ ଭଲ, ତେବେ ଏହି ଉତ୍ପାଦନ ୮୦ କ୍ୱିଣ୍ଟାଲକୁ ବୃଦ୍ଧି ପାଇପାରେ। ସାଧାରଣ ବଜାରରେ ସେ ଏହି ଲାଲ ଭେଣ୍ଡି ବିକ୍ରୟ କରିବେ ନାହିଁ ବୋଲି ମିଶ୍ରିଲାଲ ରାଜପୁତ କହିଛନ୍ତି। ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲାଲ ଭେଣ୍ଡି ଅତ୍ୟନ୍ତ ଲାଭଦାୟକ, ତେଣୁ ବଡ ମଲ ଏବଂ ଦୋକାନ ବଜାରରେ ବିକ୍ରି ହେବ। ସେ କହିଛନ୍ତି ଯେ, ବଜାରରେ ଏହାର ମୂଲ୍ୟ ଅଧକିଲୋ ପିଛା ୩୫୦ରୁ ୪୦୦ ଟଙ୍କା ରହିଛି। ଲାଲ ଭେଣ୍ଡିି କିଲୋପିଛା ୮୦୦ ଟଙ୍କାରେ ବିକ୍ରି ହେଉଛି।
ଏହି ଫସଲ ବିଷୟରେ ସର୍ବୋତ୍ତମ କଥା ହେଉଛି ଏଥିରେ ମଶା କିମ୍ବା ଅନ୍ୟ କୀଟପତଙ୍ଗ ଲାଗେ ନାହିଁ, କାରଣ ଏହାର ରଙ୍ଗ ଲାଲ ଅଟେ। ସବୁଜ ପନିପରିବାରେ କ୍ଲୋରୋଫିଲ ମିଳିଥାଏ, ଯାହା କୀଟପତଙ୍ଗ ପସନ୍ଦ କରନ୍ତି । ଏହି କାରଣ ହେଉଛି ଏହି ଲାଲ ଭେଣ୍ଡିରେ କୀଟନାଶକ ନାହିଁ। ଦ୍ୱିତୀୟ ବୈଶିଷ୍ଟ୍ୟ ହେଉଛି ଏଥିରେ ଆଣ୍ଟୋସିୟାନିନ ନାମକ ଏକ ସ୍ବତନ୍ତ୍ର ଉପାଦାନ ଅଛି, ଯାହା ଗର୍ଭବତୀ ମହିଳା ଏବଂ ପିଲାମାନଙ୍କର ମାନସିକ ବିକାଶ ପାଇଁ ଉପଯୋଗୀ । କେବଳ ଏତିକି ନୁହେଁ, ଲାଲ ଭେଣ୍ଡି ଦ୍ୱାରା ହୃଦରୋଗ, ମଧୁମେହ ଏବଂ କୋଲେଷ୍ଟ୍ରଲ୍ର ସମସ୍ୟା ମଧ୍ୟ କମିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ବିକି ଯୁବକ କୋଟିପତି, ଜାଣନ୍ତୁ କେମିତି ଏତେ ଟଙ୍କା କଲେ ରୋଜଗାର

ଦୁନିଆରେ ସମସ୍ତ ବ୍ୟକ୍ତିଙ୍କ କିଛି ନା କଛି ସ୍ବପ୍ନ ରହିଥାଏ। କିପରି ଅଧିକ ଅର୍ଥ ରୋଜଗାର କରି ଭଲରେ ଚଳିବେ ସେନେଇ ଅଧିକାଂଶ ଲୋକ ଭାବିଥାନ୍ତି।...

ସୀମାରେ ବଢ଼ୁଛି ଅନୁପ୍ରବେଶ ଉଦ୍ୟମ: ବିଏସ୍‌ଏଫ୍‌ ଡିଜି

ନୂଆଦିଲ୍ଲୀ,୨ା୧୨(ପି.ଟି.): ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଭାରତ-ପାକ୍‌ ସୀମାନ୍ତ ଅଧିକ ସମ୍ବେଦନଶୀଳ ହୋଇଥିବା...

ଉତ୍ପଳ ପାରିକରଙ୍କୁ ଭାଜପାର ଅନୁରୋଧ

ପଣଜି,୨୪ ।୧: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ସ୍ୱର୍ଗତ ମନୋହର ପାରିକରଙ୍କର ପୁଅ ଉତ୍ପଳ ପାରିକରଙ୍କୁ ଏଥର ବିଧାନସଭା...

ରାହୁଲଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ନଡ୍ଡା: ସିଏଏର ନିୟମ ଉପରେ ୧୦ ଲାଇନ୍‌ କହି ଦେଖାନ୍ତୁ

ଇନ୍ଦୋର,୨୨।୧୨: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିବାବେଳେ ବିରୋଧୀ କଂଗ୍ରେସ ମଧ୍ୟ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି। କଂଗ୍ରେସର...

ମା’ଙ୍କ ସ୍ମୃତିରେ ହାତରେ ଏଭଳି ଟାଟୁ କଲେ ଯୁବକ: ଲେଖାଯାଇଥିବା ବାର୍ତ୍ତା କରୁଛି ଭାବବିହ୍ବଳ

ସନ୍ତାନ ପାଇଁ ମା’ବାପାଙ୍କ ସ୍ଥାନ କେହି ବି ନେଇ ପାରିବେ ନାହିଁ। ତାଙ୍କୁ ହରାଇବା ଜୀବନରେ ଏକ ଅପୂରଣୀୟ କ୍ଷତ ଛାଡ଼ିଥାଏ। ହେଲେ ସେମାନଙ୍କର ସ୍ମୃତିକୁ...

ମାର୍କେଟରେ ‘ବିଟେକ୍‌ ଗୁପ୍‌ଚୁପ୍‌ ବାଲୀ’: ବୁଲେଟ୍‌ରେ ଷ୍ଟଲ ନେଇ ଆସୁଛନ୍ତି ୨୧ ବର୍ଷୀୟ ଯୁବତୀ…

ଯେତେବେଳେ ୨୨ ବର୍ଷୀୟ ପ୍ରଫୁଲ୍ଲ ବିଲୋର୍‌ ‘ଏମ୍‌ବିଏ ଚାଏଓ୍ବାଲା’ ନାମରେ ନିଜର ଦୋକାନ ଖୋଲିଥିଲେ, କେହି ବି ଭାବି ନ ଥିଲେ ଯେ ତାଙ୍କର ଚା’...

ସୂର୍ଯ୍ୟାସ୍ତ ସମୟରେ ବେଳାଭୂମିରେ କୁକୁର ଖେଳୁଛନ୍ତି ଏପରି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

ପିଲାଙ୍କ ସହ ମିଶିଲେ ମୋଦି

ନୂଆଦିଲ୍ଲୀ,୧୫।୮: ସମଗ୍ର ଦେଶ ପାଳୁଛି ୭୩ତମ ସ୍ବାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲାଠାରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ...

Advertisement
Archives

Model This Week