ଚଳଚ୍ଚିତ୍ର ମାଇଣ୍ଡଗେମ ୪ ଭାଷାରେ ନିର୍ମିତ: ଅଭିନେତା ମନୋଜ ମିଶ୍ର

ରାଉରକେଲା,୧୨।୧୦ (ବିପ୍ଳବରଞ୍ଜନ ଦାଶ): ଓଡିଆ, ସମ୍ବଲପୁରୀ, ହିନ୍ଦୀ ଓ ତେଲଗୁ ଭାଷାରେ ନିର୍ମିତ ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ମାଇଣ୍ଡଗେମ ବିଷୟରେ ସବିଶେଷ ସୂଚନା ଦେଇଛନ୍ତି ଅଭିନେତା ମନୋଜ ମିଶ୍ର। ବୁଧବାର ରାଉରକେଲା କ୍ଲବଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମନୋଜ ମିଶ୍ର ଯୋଗଦେଇ ଚଳଚ୍ଚିତ୍ରର ସସ୍ପେନ୍ସ, ଡ୍ରାମା ଏବଂ ଥ୍ରୀଲର ଆଦି ଦୃଶ୍ୟ ଦର୍ଶକ ପସନ୍ଦ କରୁଥିବା କହିଥିଲେ। ଚଳଚ୍ଚିତ୍ରଟି ବିଭିନ୍ନ ଓଡିଆ ଖବର କାଗଜରେ ପ୍ରକାଶିତ ହୋଇଥିବା ପାର୍ଶଲ ବୋମା ଆର୍ଟିକିଲ ଆଧାରରେ ନିଖୁଣ ଭାବେ ନିର୍ମାଣ କରାଯାଇଛି ବୋଲି କହିବା ସହିତ ସମସ୍ତଙ୍କୁ ଚଳଚ୍ଚିତ୍ରଟି ଦେଖିବାକୁ ଅନୁରୋଧ କରିଥିଲେ। ଚଳିତ ମାସର ୬ରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ଦର୍ଶକମାନେ ଅଧିକରୁ ଅଧିକ ପସନ୍ଦ କରିବେ ବୋଲି କହିଥିଲେ। ଚଳଚ୍ଚିତ୍ରରେ ବଲିଉଡ ଜଗତର ସୁନାମଧନ୍ୟ ଅଭିନେତା ଅତୂଲ କୁଲକର୍ଣ୍ଣୀଙ୍କ ସହ ବହୁ ବରିଷ୍ଠ ଓଡିଆ,ହିନ୍ଦୀ ଓ ତେଲଗୁ ଭାଷୀୟ ଅଭିନେତା, ଅଭିନେତ୍ରୀ ଜୀବନ୍ତ ଅଭିନୟ କରିଥିବା ଉଲ୍ଲେଖ କରିଥିଲେ। ପରେ ଅଭିନେତା ମନୋଜ ମିଶ୍ର ରାଉରକେଲା ସହରର ତିନୋଟି ସିନେମାହଲରେ ଚାଲିଥିବା ମାଇଣ୍ଡଗେମ ଚଳଚ୍ଚିତ୍ର ଦର୍ଶକଙ୍କ ସହିତ ମିଶି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?