ଦୁଇଟି ଆଇନର ଆନ୍ଦୋଳନ

ଆକାର ପଟେଲ

ସଂଖ୍ୟାଧିକ ଭାରତୀୟଙ୍କ ସମସ୍ୟାକୁ ଅଣଦେଖା କରି ତାକୁ ଏକ ଜାତୀୟ ସଙ୍କଟର ରୂପ ଦେବା କାର୍ଯ୍ୟ ସରକାର ପୂର୍ବରୁ କରିଛନ୍ତି। ଏବେ ଏହି ସରକାର ପୁଣି ଥରେ ସେଭଳି ସ୍ବଭାବ ଦେଖାଇଛନ୍ତି। ଠିକ୍‌ ଗୋଟିଏ ବର୍ଷ ପୂର୍ବରୁ ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଭାରତୀୟ ସଂଖ୍ୟାଲଘୁଙ୍କୁ ଅନେକ ଧମକ ଦେଇଥିଲେ। ଭାରତ ଏକ ଆଇନ ପାସ୍‌ କଲା ଯାହାକୁ ନାଗରିକତା ଉପରେ ତାଙ୍କ କାଳକ୍ରମର ପ୍ରଥମ ପଦକ୍ଷେପ ବୋଲି ଶାହା ପ୍ରକାଶ କଲେ। ତା’ପରେ କ’ଣ ଘଟିଲା ସମସ୍ତେ ଜାଣନ୍ତି। ଏହି ଆଇନ ଦ୍ୱାରା ଯେଉଁମାନେ ପୀଡିତ ହେଉଥିଲେ ସେମାନେ ଏହାକୁ ବିରୋଧ କଲେ। ସେମାନଙ୍କୁ ଭାରତର ଆଭ୍ୟନ୍ତରୀଣ ଗଣତାନ୍ତ୍ରିକ ଢାଞ୍ଚାରୁ କୌଣସି ସମର୍ଥନ ମିଳିଲା ନାହିଁ। ଭାରତର ଏଭଳି ପଦକ୍ଷେପକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଗଲା। ଶାସକ ଦଳ ପକ୍ଷରୁ ହିଂସାକୁ ଉସ୍‌କାଇବା ସହ ପ୍ରୋତ୍ସାହିତ ମଧ୍ୟ କରାଗଲା। ଚଳିତ ବର୍ଷ ଆରମ୍ଭରୁ ମହାମାରୀ ସମୟରେ ଅଧ୍ୟାଦେଶ ବଳରେ ସରକାର କୃଷିରେ ପରିବର୍ତ୍ତନ ଲାଗି କେତୋଟି ଆଇନ ପ୍ରଣୟନ କଲେ। ଏହି ଆଇନଗୁଡ଼ିକ ପାଇଁ କେହି କହି ନ ଥିଲେ। ଏହା ପାଇଁ କୌଣସି କୃଷକ ସଂଘ ସହ ଆଲୋଚନା କରାଯାଇ ନ ଥିଲା ଏବଂ କାହିଁକି ଅଧ୍ୟାଦେଶ ମାଧ୍ୟମରେ ଏହାକୁ ପାସ୍‌ କରାଗଲା ତାହାର କୌଣସି ସ୍ପଷ୍ଟୀକରଣ ନ ଥିତ୍ଲା। ଅବଶ୍ୟ ଏହି ସରକାର ‘କ୍ଷମାଯାଚନା କରିବିନି କି ସ୍ପଷ୍ଟୀକରଣ ଦେବିନି’ ଉକ୍ତଟିକୁ ସତେ ଯେମିତି ବେଦର ଗାର ଭାବେ ମାନିନେଇଛନ୍ତିି। ଶାସନ କାଳରେ ଏହା କେବେ କୌଣସି ଘଟଣାରେ ଦୁଃଖ ପ୍ରକାଶ କରି ନାହିଁ କି ସ୍ପଷ୍ଟୀକରଣ ଦେଇନାହିଁ।
ମିଡିଆ ପାଇଁ କୃଷି ବିଲ୍‌ର କୌଣସି ଅର୍ଥ ନାହିଁ। ଆମମାନଙ୍କ ମଧ୍ୟରୁ ଅଳ୍ପ କେତେ ଜଣ ମଣ୍ଡି ଦେଖିଛନ୍ତି। ଏଗ୍ରିକଲ୍‌ଚରାଲ ପ୍ରଡ୍ୟୁସ ମାର୍କେଟ କମିଟି (ଏପିଏମ୍‌ସି)କ’ଣ ପାଇଁ କରାଯାଇଛି ଓ କ’ଣ କରୁଛି ଏବଂ ପଞ୍ଜାବୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍‌ପି) ସମସ୍ୟା କେମିିତି ରହିଛି ତାହା ଆମେ ଜାଣିଛନ୍ତି। ଏହି କାରଣ ପାଇଁ ଉକ୍ତ ବିଷୟକୁ ଶୀଘ୍ର ଶୀର୍ଷକରୁ ଦୂରେଇ ଦିଆଯାଇଥିତ୍ଲା। ଯାହା ଆଶଙ୍କା କରାଯାଉଥିତ୍ଲା ତାହା ହିଁ ହେଲା। କୃଷକମାନେ ପ୍ରତିବାଦ ଆରମ୍ଭ କଲେ। ଏହା ଏକ ଗଣ ଆନ୍ଦୋଳନରେ ପରିଣତ ହେଲା। କିନ୍ତୁ ଏହାର ପ୍ରଭାବ ରହିଲା ନାହିଁ, କାରଣ ଅନେକ ରାଜ୍ୟରେ ଜାତୀୟ ତଥା ଆଞ୍ଚଳିକ ଗଣମାଧ୍ୟମ ଏହାକୁ ଅଣଦେଖା କଲେ। ଦିଲ୍ଲୀ ସରକାର ମଧ୍ୟ ଏହା ପ୍ରତି ଦୃଷ୍ଟି ଦେଲେ ନାହିଁ। ଏହାକୁ ବିରୋଧ କଲେ। ଏପରି କି ପ୍ରତିବାଦକାରୀମାନେ ଯାତାୟାତରେ କୌଣସି ସମସ୍ୟା ସୃଷ୍ଟି କରିବେ ନାହିଁ ବୋଲି କହିଲେ ମଧ୍ୟ ପଞ୍ଜାବକୁ ଟ୍ରେନ ଚଳାଇବା ଲାଗି ରେଲଓ୍ବେକୁ ଅନୁମତି ଦେଲେ ନାହିଁ। ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ରେଲଓ୍ବେର କୌଣସି ସମ୍ପତ୍ତି ନଷ୍ଟ ହେଲା ନାହିଁ, କିନ୍ତୁ ପ୍ରତିବାଦକାରୀମାନେ ରେଳପଥ ଛାଡ଼ିଦେବା ପରେ ଦୁଇ ମାସ କୌଣସି ଟ୍ରେନ୍‌ ଚଳାଚଳ କଲା ନାହିଁ। ସରକାରଙ୍କ ଉପରେ ଚାପ ନ ପକାଇଲେ କୃଷି ଆଇନକୁ ଫେରାଇ ନେବେ ନାହିଁ ବୋଲି ଏଥିରୁ ସ୍ପଷ୍ଟ ହେଲା। ଏହି ପରିପ୍ରେକ୍ଷୀରେ କୃଷକମାନେ ଦିଲ୍ଲୀ ଘେରାଉ କରିବା ଲାଗି ସେମାନଙ୍କ ପଦଯାତ୍ରା ଆରମ୍ଭ କଲେ। ହରିୟାଣାରେ ଭାଜପା ମଧ୍ୟ ସେମାନଙ୍କୁ ରୋକିବା ଲାଗି ପଦକ୍ଷେପ ନେଲା। କିନ୍ତୁ କୃଷକମାନେ ସଙ୍କଳ୍ପ କରିଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିପାରିଲା ନାହିଁ। ସରକାରଙ୍କ ଅହଂକାର ଓ କଠୋରତାର ପରିଣତି ଏବେ ଆମେ ଦେଖୁଛୁ। କୃଷକମାନଙ୍କ ସହ ବୁଝାମଣା କରିବା ବ୍ୟତୀତ ସରକାରଙ୍କ ନିକଟରେ ଆଉ କୌଣସି ବିକଳ୍ପ ନାହିଁ। ପ୍ରଥମେ କୃଷକମାନଙ୍କ ସହ ଆଲୋଚନା କରି ପୁଣି ଆଇନ କରିବାକୁ ପଡିବ ଏବଂ ଏହା ମଧ୍ୟ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ କହିବେ ଯେ ସେ କୃଷକମାନଙ୍କ ଭଲ ଚାହଁୁଛନ୍ତି ଏବଂ ଆୟ ଦୁଇଗୁଣ ବଢାଇବାକୁ ଚାହାନ୍ତି। ଏହା ତାଙ୍କର ଏକ ମହାନ୍‌ ବିଚାର। କିନ୍ତୁ ଏହି ବିଚାରରେ ପହଞ୍ଚିବା ପୂର୍ବରୁ କୃଷକମାନଙ୍କ ସହ ଆଲୋଚନା କରିବା ଦରକାର। ଆଲୋଚନା ସେମାନଙ୍କୁ ସାହାଯ୍ୟ କରିବ, କିନ୍ତୁ ସେ ଗ୍ରହଣ କରିବେ ନାହିଁ।
କୃଷକ ଆନ୍ଦୋଳନ ଏବଂ ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦକୁ ଲକ୍ଷ୍ୟ କରନ୍ତୁ। ପ୍ରଥମେ ଏଭଳି ଆଇନଗୁଡ଼ିକ ପାଇଁ କେହି ଦାବି କରି ନ ଥିଲେ ମଧ୍ୟ ପାସ୍‌ କରାଗଲା। ଦ୍ୱିତୀୟରେ ଏହାଦ୍ୱାରା ପ୍ରଭାବିତ ସଂଖ୍ୟାଲଘୁମାନେ ସେମାନଙ୍କ ଉପରେ ବିପଦ ରହିଥିତ୍ବା ଅନୁଭବ କରି ଆନ୍ଦୋଳନକୁ ଓହ୍ଲାଇଲେ। କିନ୍ତୁ ଅନ୍ୟମାନେ ଏହା ଅନୁଭବ କରିପାରିିଲେ ନାହିଁି କି ଆନ୍ଦୋଳନ କଲେ ନାହିଁ। ତୃତୀୟରେ ଆମେ ଯେଉଁମାନେ ବାକି ରହିଲୁ ଏହି ଆଇନ ଉପରେ କିଛି ଗୁରୁତ୍ୱ ଦେଲୁନି। ଯେଉଁମାନେ ପ୍ରଭାବିତ ହେଲେ ସେମାନଙ୍କ ପ୍ରତି ସମବେଦନା ବି ପ୍ରକାଶ କଲୁନାହିଁ। ଯେଉଁ ମୁସଲମାନମାନଙ୍କୁ କନସେନ୍‌ଟ୍ରେଶନ ଶିବିରକୁ ପଠାଇଦିଆଯାଉଥିଲା ସେମାନେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଏବଂ ଶିଖମାନେ କୃଷି ବିଲ୍‌ ଆନ୍ଦୋଳନର ସର୍ବାଗ୍ରେ ରହିଲେ। ଚତୁର୍ଥରେ ସରକାର ପ୍ରତିବାଦକାରୀଙ୍କୁ ଶତ୍ରୁ ଭାବି ସେମାନଙ୍କୁ ଆତଙ୍କବାଦୀ, ବିଚ୍ଛିନ୍ନତାବାଦୀ ଓ ଖଲିସ୍ଥାନୀ ବୋଲି କହିଚାଲିଲେ। ପଞ୍ଚମରେ ଭାରତର ଏଭଳି କାର୍ଯ୍ୟଉପରେ ଅନ୍ୟ ଦେଶଗୁଡ଼ିକ ଚିନ୍ତାପ୍ରକଟ କରିବା ସହ ହସ୍ତକ୍ଷେପ ମଧ୍ୟ କଲେ। ଭାରତକୁ ଅନ୍ୟ ଦେଶର କଥା ତ ଭଲ ଲାଗେନାହିଁ, କିନ୍ତୁ ତୁମେ ଯଦି କାହାକୁ ମୂର୍ଖ ଭାବିକ ତେବେ ତୁମକୁ ହିଁ ପରିଣାମ ଭୋଗିବାକୁ ପଡିବ। ୟୁରୋପୀୟ ସଂଘର ପାର୍ଲାମେଣ୍ଟ ସଦସ୍ୟମାନେ ଭାରତର ନାଗରିକତା ଆଇନ ବିରୋଧରେ ଏକ ଦୃଢ ପ୍ରସ୍ତାବ ଲେଖିଲେ। କାନାଡ଼ାରେ ବହୁ ସଂଖ୍ୟାରେ ଅଧିକ ପ୍ରଭାବଶାଳୀ ଶିଖ ରହିଛନ୍ତି। ଏହି ଦେଶ ଏଥିରେ ଚିନ୍ତା ପ୍ରକଟ କରି ଭାରତକୁ ଜଣାଇଥିଲା। କିନ୍ତୁ ଭାରତ ତା’ର ହସ୍ତକ୍ଷେପକୁ ବିରୋଧ କଲା। ଯଦି ହଜାର ହଜାର କାନାଡ଼ାବାସୀ ପ୍ରତିମାସରେ ଭାରତକୁ ଆସୁଥାନ୍ତେ, ତେବେ ଆମେ ନିଶ୍ଚିତ କିଛି କହିଥାନ୍ତୁ। ଷଷ୍ଠ କଥାଟି ଉଭୟ ଘଟଣା ପାଇଁ ପ୍ରାୟ ସମାନ ଯାହା ଏକା ପ୍ରକାରେ ଶେଷ ହେବାର ସମ୍ଭାବନା ଦେଖାଦେଇଛି। ମୋଦିମେଡ୍‌ ଅମିତ ଶାହା ଅତୀତରେ ଯାହା କହିଥିତ୍ଲେ ତାହା ଭୁଲ୍‌ ଥିଲା ଏବଂ ଏନ୍‌ଆରସି ଘଟଣା ଉପରେ ଆଲୋଚନା କରାଯାଇ ନ ଥିଲା ବୋଲି ପ୍ରକାଶ କଲେ। ଏହା ମାମଲାକୁ ଶାନ୍ତ କରିଛି। କୃଷି ବିଲ୍‌ ଘଟଣାରେ ଠିକ୍‌ ଏମିତି ହୋଇପାରେ। ସରକାର କୃଷକଙ୍କ ଉପରେ ସବୁ ପ୍ରକାର କୌଶଳ ପ୍ରୟୋଗ କରିଛନ୍ତି। କିନ୍ତୁ ସେମାନେ ଏଯାବତ ଦିଲ୍ଲୀକୁ ଘେରାଉ କରି ଠିଆ ହୋଇଛନ୍ତି। ଏମିତି ମାସ ମାସ ଧରି ଠିଆ ହେବାକୁ ପ୍ରସ୍ତୁତ ଅଛନ୍ତି। ଅବଶ୍ୟ ସେମାନଙ୍କ ଦାବି ପୂରଣ ହୋଇଯିବ ଏବଂ ଏହି ସରକାର କ୍ଷମାଯାଚନା କିମ୍ବା ସ୍ପଷ୍ଟୀକରଣ ବିନା ପରବର୍ତ୍ତୀ ମହାନ୍‌ ବିଚାର ଉପରେ ଆଗକୁ ବଢିବ ବୋଲି ଆଶା କରାଯାଏ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?