ଜିଏସ୍‌ଟି କ୍ଷତିପୂରଣ ମତଭେଦ ଟଳିଲା; ପ୍ରଥମ ବିକଳ୍ପକୁ ରାଜ୍ୟଗୁଡ଼ିକର ସମ୍ମତି

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ନେଇ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ରହିଥିବା ମତଭେଦ ଏବେ ସମାଧାନ ହୋଇଛି। ପ୍ରଥମ ବିକଳ୍ପ ସପକ୍ଷରେ ଦେଶର ସବୁ ରାଜ୍ୟ ବର୍ତ୍ତମାନ ସମ୍ମତି ଜଣାଇଛନ୍ତି। ଫଳରେ ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟା ଏବେ ସମାଧାନ ହୋଇଯାଇଛି। ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋରୁ ୯୭ ହଜାର କୋଟି କିମ୍ବା ଖୋଲା ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କା ଋଣ କରିବାର ବିକଳ୍ପ ରାଜ୍ୟଗୁଡିକ ସାମ୍ନାରେ ରହିଥିଲା। ଏବେ ପ୍ରଥମ ବିକଳ୍ପକୁ ରାଜ୍ୟ ସମ୍ମତି ଜଣାଇ ସ୍ବତନ୍ତ୍ର ଓ୍ବିଣ୍ଡୋରୁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଉଠାଇବେ। ପ୍ରଥମ ବିକଳ୍ପ ସପକ୍ଷରେ ପ୍ରାୟ ରାଜ୍ୟ ମତ ରଖିଥିବା ବେଳେ କେବଳ ଝାଡ଼ଖଣ୍ଡ ସମ୍ମତି ଜଣାଇ ନ ଥିଲା। ବର୍ତ୍ତମାନ ଝାଡ଼ଖଣ୍ଡ ମଧ୍ୟ ଏହି ବିକଳ୍ପକୁ ଆପଣାଇ ନେଇଛି।
ସ୍ବତନ୍ତ୍ର ଓ୍ବିଣ୍ଡୋ ଋଣ ଦ୍ୱାରା ଝାଡ଼ଖଣ୍ଡକୁ ୧୬୮୯ କୋଟି ଟଙ୍କା ମିଳିବ। ଏହା ସହ ରାଜ୍ୟ ଜିଡିପିର ୦.୫% ଋଣ ଉଠାଇବାକୁ ମଧ୍ୟ ଅନୁମତି ମିଳିବ। ଏହି ଭଳି ଭାବେ ମୋଟ ୧୭୬୫ କୋଟି ଟଙ୍କା ସଂଗ୍ରହ କରିବାକୁ ଏହି ରାଜ୍ୟ ସକ୍ଷମ ହେବ। ରାଜ୍ୟଗୁଡିକ ଲାଗି କେନ୍ଦ୍ର ସରକାର ପୂର୍ବରୁ ୩୦ ହଜାର କୋଟି ଟଙ୍କାର ଋଣ ଉଠାଣ କରିଛନ୍ତି। ଏହି ରାଶି ରାଜ୍ୟଗୁଡିକୁ ପ୍ରଦାନ କରାଯାଇଛି। ଝାଡ଼ଖଣ୍ଡକୁ ଆଗାମୀ କିସ୍ତିରେ ୬ ହଜାର କୋଟି ଟଙ୍କା ମିଳିବ। ୭ ଡିସେମ୍ବରରେ ଏହି କିସ୍ତି ପ୍ରଦାନ କରାଯିବ।
କେନ୍ଦ୍ର ସରକାର କ୍ଷତିପୂରଣ ଲାଗି ପୂର୍ବରୁ ୨ଟି ପ୍ରସ୍ତାବ ଦେଇଥିଲେ। ପ୍ରଥମ ପ୍ରସ୍ତାବର ୯୭ ହଜାର କୋଟି ଟଙ୍କାକୁ ବଢ଼ାଯାଇ ୧.୧ ଲକ୍ଷ କୋଟି ଟଙ୍କା କରାଯାଇଛି।
ଏହି ରାଶିକୁ ଋଣ କରି ରାଜ୍ୟଗୁଡିକୁ ପ୍ରଦାନ କରିବା ଉପରେ କେନ୍ଦ୍ର ପ୍ରଥମେ ସହମତି ପ୍ରକାଶ କରିଛି। ଦ୍ୱିତୀୟ ବିକଳ୍ପକୁ ପରେ ହଟାଇ ଦିଆଯାଇଛି। ପ୍ରଥମେ ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ କେରଳ କୌଣସି ବିକଳ୍ପ ସପକ୍ଷରେ ନ ଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗ ଉପରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇଛି। ସ୍ପେଶାଲ ଓ୍ବିଣ୍ଡୋ ସୁବିଧା ଅନ୍ତର୍ଗତ ରାଜ୍ୟଗୁଡିକୁ କିସ୍ତିରେ ପାଣ୍ଠି ଯୋଗାଣ ଜାରି ରହିବ। ସେହିଭଳି ରାଜ୍ୟଗୁଡିକୁ ଅତିରିକ୍ତ ୧.୦୬ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ରାଶି ଋଣ କରିବା ଲାଗି ଅନୁମତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri