ଜିଏସ୍‌ଟି କ୍ଷତିପୂରଣ ମତଭେଦ ଟଳିଲା; ପ୍ରଥମ ବିକଳ୍ପକୁ ରାଜ୍ୟଗୁଡ଼ିକର ସମ୍ମତି

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ନେଇ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ରହିଥିବା ମତଭେଦ ଏବେ ସମାଧାନ ହୋଇଛି। ପ୍ରଥମ ବିକଳ୍ପ ସପକ୍ଷରେ ଦେଶର ସବୁ ରାଜ୍ୟ ବର୍ତ୍ତମାନ ସମ୍ମତି ଜଣାଇଛନ୍ତି। ଫଳରେ ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟା ଏବେ ସମାଧାନ ହୋଇଯାଇଛି। ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋରୁ ୯୭ ହଜାର କୋଟି କିମ୍ବା ଖୋଲା ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କା ଋଣ କରିବାର ବିକଳ୍ପ ରାଜ୍ୟଗୁଡିକ ସାମ୍ନାରେ ରହିଥିଲା। ଏବେ ପ୍ରଥମ ବିକଳ୍ପକୁ ରାଜ୍ୟ ସମ୍ମତି ଜଣାଇ ସ୍ବତନ୍ତ୍ର ଓ୍ବିଣ୍ଡୋରୁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଉଠାଇବେ। ପ୍ରଥମ ବିକଳ୍ପ ସପକ୍ଷରେ ପ୍ରାୟ ରାଜ୍ୟ ମତ ରଖିଥିବା ବେଳେ କେବଳ ଝାଡ଼ଖଣ୍ଡ ସମ୍ମତି ଜଣାଇ ନ ଥିଲା। ବର୍ତ୍ତମାନ ଝାଡ଼ଖଣ୍ଡ ମଧ୍ୟ ଏହି ବିକଳ୍ପକୁ ଆପଣାଇ ନେଇଛି।
ସ୍ବତନ୍ତ୍ର ଓ୍ବିଣ୍ଡୋ ଋଣ ଦ୍ୱାରା ଝାଡ଼ଖଣ୍ଡକୁ ୧୬୮୯ କୋଟି ଟଙ୍କା ମିଳିବ। ଏହା ସହ ରାଜ୍ୟ ଜିଡିପିର ୦.୫% ଋଣ ଉଠାଇବାକୁ ମଧ୍ୟ ଅନୁମତି ମିଳିବ। ଏହି ଭଳି ଭାବେ ମୋଟ ୧୭୬୫ କୋଟି ଟଙ୍କା ସଂଗ୍ରହ କରିବାକୁ ଏହି ରାଜ୍ୟ ସକ୍ଷମ ହେବ। ରାଜ୍ୟଗୁଡିକ ଲାଗି କେନ୍ଦ୍ର ସରକାର ପୂର୍ବରୁ ୩୦ ହଜାର କୋଟି ଟଙ୍କାର ଋଣ ଉଠାଣ କରିଛନ୍ତି। ଏହି ରାଶି ରାଜ୍ୟଗୁଡିକୁ ପ୍ରଦାନ କରାଯାଇଛି। ଝାଡ଼ଖଣ୍ଡକୁ ଆଗାମୀ କିସ୍ତିରେ ୬ ହଜାର କୋଟି ଟଙ୍କା ମିଳିବ। ୭ ଡିସେମ୍ବରରେ ଏହି କିସ୍ତି ପ୍ରଦାନ କରାଯିବ।
କେନ୍ଦ୍ର ସରକାର କ୍ଷତିପୂରଣ ଲାଗି ପୂର୍ବରୁ ୨ଟି ପ୍ରସ୍ତାବ ଦେଇଥିଲେ। ପ୍ରଥମ ପ୍ରସ୍ତାବର ୯୭ ହଜାର କୋଟି ଟଙ୍କାକୁ ବଢ଼ାଯାଇ ୧.୧ ଲକ୍ଷ କୋଟି ଟଙ୍କା କରାଯାଇଛି।
ଏହି ରାଶିକୁ ଋଣ କରି ରାଜ୍ୟଗୁଡିକୁ ପ୍ରଦାନ କରିବା ଉପରେ କେନ୍ଦ୍ର ପ୍ରଥମେ ସହମତି ପ୍ରକାଶ କରିଛି। ଦ୍ୱିତୀୟ ବିକଳ୍ପକୁ ପରେ ହଟାଇ ଦିଆଯାଇଛି। ପ୍ରଥମେ ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ କେରଳ କୌଣସି ବିକଳ୍ପ ସପକ୍ଷରେ ନ ଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗ ଉପରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇଛି। ସ୍ପେଶାଲ ଓ୍ବିଣ୍ଡୋ ସୁବିଧା ଅନ୍ତର୍ଗତ ରାଜ୍ୟଗୁଡିକୁ କିସ୍ତିରେ ପାଣ୍ଠି ଯୋଗାଣ ଜାରି ରହିବ। ସେହିଭଳି ରାଜ୍ୟଗୁଡିକୁ ଅତିରିକ୍ତ ୧.୦୬ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ରାଶି ଋଣ କରିବା ଲାଗି ଅନୁମତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?