ଧାରଣାରେ ବସି ଆଳୁ ବିକିଲେ ପୂର୍ବତନ ଟାଏକୋଣ୍ଡୋ ଖେଳାଳି

ଭୁବନେଶ୍ୱର,୧୦ା୩(ସରୋଜ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ନ ମିଳିବା କାରଣରୁ ଧାରଣାରେ ବସି ପ୍ରତିବାଦ କରିଛନ୍ତି ପୂର୍ବତନ ଟାଏକୋଣ୍ଡୋ ଖେଳାଳି ଡ. ଅର୍ଚ୍ଚନା କାନୁନ୍‌ଗୋ। ୨୦୦୦ରେ ରାଜ୍ୟ ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ବିଜୟୀ ହୋଇଥିବା ଅର୍ଚ୍ଚନା ସମାନ ବର୍ଷରେ ଜାତୀୟସ୍ତରରେ ଚତୁର୍ଥ ସ୍ଥାନରେ ରହିଥିଲେ।

ଏହା ବ୍ୟତୀତ ରାଜ୍ୟର ପ୍ରତିନିଧିତ୍ୱ କରି ଏକାଧିକ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ନ ମିଳିବା କାରଣରୁ ସେ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ସହିତ ଆଳୁ ବିକ୍ରି କରୁଛନ୍ତି।

ଇତି ମଧ୍ୟରେ ଅର୍ଚ୍ଚନାଙ୍କ ଆନ୍ଦୋଳନକୁ ୧ ମାସ ବିତି ଯାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳି ନ ଥିବା ସେ କହିଛନ୍ତି। ମୁଖ୍ୟ ଶାସନ ସଚିବ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିବା ବେଳେ ସେ ଧାରଣାରୁ ଉଠିଥିଲେ। ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ୧୨୯୪ଜଣଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ମିଳିଥିଲା। ତାଲିକାରେ ଅର୍ଚ୍ଚନାଙ୍କ ନାମ ନ ଥିବାରୁ ସେ ପୁଣି ଧାରଣାରେ ବସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ୫-ଟି ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅର୍ଚ୍ଚନା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri