ମାଉଥ୍‌ ସ୍ପ୍ରେ କରୋନା ସଂକ୍ରମଣରୁ ରଖିବ ଦୂରେଇ…

ଷ୍ଟକ୍‌ହୋମ୍‌, ୨୬।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ୭ ମାସ ବିତି ଯାଇଥିଲେ ବି ଏହାର ପ୍ରତିଷେଧକ ଟୀକା ବାହାରି ପାରିନି। ଏପରିସ୍ଥଳେ ସ୍ବିଡେନ୍‌ର କେତେକ ଗବେଷକ ଦାବି କରିଛନ୍ତି ଯେ, ସାଧାରଣ ଥଣ୍ଡା ଏବଂ କାଶ ଲାଗି ବ୍ୟବହୃତ ହେଉଥିବା ମାଉଥ୍‌ ସ୍ପ୍ରେ ଦ୍ୱାରା କରୋନା ସଂକ୍ରମଣରୁ ଦୂରେଇ ରହିହେବ। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ମାଉଥ୍‌ ସ୍ପ୍ରେ ବ୍ୟବହାର କଲେ ୯୮.୩ ପ୍ରତିଶତ ପର୍ଯ୍ୟନ୍ତ ଭୂତାଣୁ ନଷ୍ଟ ହୋଇଯାଇଥାନ୍ତି ବୋଲି ଗବେଷକ କହିଛନ୍ତି। ସ୍ବିଡେନ୍‌ରେ ବହୁଳ ଭାବେ ବ୍ୟବହୃତ ହେଉଥିବା କୋଲ୍ଡଜାଇମ୍‌ ମାଉଥ୍‌ ସ୍ପ୍ରେ ଦ୍ୱାରା ଏହା କରୋନା ସଂକ୍ରମଣରୁ ଦୂରେଇ ରହିହେବ। ଏନେଇ ଔଷଧ କମ୍ପାନୀ ଏଞ୍ଜିମାଟିକା ପକ୍ଷରୁ ଦାବି କରାଯାଇଛି। ଏନେଇ କମ୍ପାନୀ ପକ୍ଷରୁ କ୍ଲିନିକାଲ ଟ୍ରାଏଲ ମଧ୍ୟ କରାଯାଇଛି। ଏହି ମାଉଥ୍‌ ସ୍ପ୍ରେ ଗ୍ଲିସେରଲ ଏବଂ ଆଟଲାଣ୍ଟିକ୍‌ କୋଡ୍‌ ଟ୍ରିପ୍ସିନ୍‌ରୁ ପ୍ରସ୍ତୁତ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ମାଉଥ୍‌ ସ୍ପ୍ରେ ଯେ କୌଣସି ଭୂତାଣୁ ଏବଂ ବ୍ୟାକ୍ଟେରିଆକୁ ଗଳା ଅବା ନାସା ପଥ ଦେଇ ପ୍ରବେଶ କରିବାକୁ ଦେଇ ନ ଥାଏ। ସମସ୍ତ ସଂକ୍ରମଣରୁ ମଧ୍ୟ ଦୂରେଇ ରଖିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌: କିପରି ଚାଲିଛି ପରିବାର

କରୋନା କଟକଣା ବଢ଼ାଇଛି ଜଞ୍ଜାଳ। ଘରେ ଏବେ ପରିବାରର ସବୁ ସଦସ୍ୟ। ଏ ସମୟରେ ବଢ଼ିଛି ଗୃହିଣୀଙ୍କ କାମ। ନିତିଦିନିଆ କାମ ସାଙ୍ଗକୁ ପିଲା ଓ...

କରୋନା ସଚେତନତା ସୃଷ୍ଟିକଲେ ଯୁବଗୋଷ୍ଠୀ

ବନ୍ତ,୧୨ା୪(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ତ ପଞ୍ଚାୟତ ସଖୀପାଟଣା ଗ୍ରାମରେ କରୋନା ଭୂତାଣୁ ପ୍ରତିହତ ପାଇଁ ଚାରିଆଡ଼େ ସଫେଇ ଚାଲିଛି। ୱାର୍ଡ ସଭ୍ୟା ଗୀତାଞ୍ଜଳି ବାରିକଙ୍କ...

ରାଜଧାନୀବାସୀଙ୍କୁ ଡରାଇଲାଣି କରୋନା: ଆଜି ଚିହ୍ନଟ ହେଲେ ୫୧ ଆକ୍ରାନ୍ତ; ଅଛି ୧୬ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ୫୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ୩୫ଜଣ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୧୬...

‘ଧନ୍‌ତେରସ୍‌’ରେ ଏହି ୫ ଜିନିଷ କିଣିବା ବହୁତ ଶୁଭ; ଜ୍ୟୋତିଷଶାସ୍ତ୍ରରେ ରହିଛି ମାନ୍ୟତା

ଦୀପାବଳି ଆରମ୍ଭ ‘ଧନ୍‌ତେରସ୍‌’ରୁ ହୋଇଥାଏ। ଚଳିତ ବର୍ଷ ନଭେମ୍ବର ୨ରେ ଏହା ପଡ଼ୁଛି। ତେବେ ଏହି ଦିନ ମା’ ଲକ୍ଷ୍ମୀଙ୍କ ପ୍ରସନ୍ନ କରିବାକୁ ନେଇ ଲୋକମାନେ...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ...

ଘରକରଣା

ତରକାରି ଅଧିକ ରାଗ ହୋଇଥିଲେ ସେଥିରେ ତୁରନ୍ତ କିଛି ଘିଅ କିମ୍ବା ବଟର ମିଶାଇ ଦିଅନ୍ତୁ। ତରକାରିରେ କ୍ରିମ୍‌ କିମ୍ବା ଦହି ମିଶାଇ ଦେଲେ ତା’ର...

୫ମ ସଂକ୍ରମିତଙ୍କ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨।୪(ବ୍ୟୁରୋ): ୫ମ କରୋନା ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ଚିକିତ୍ସା ଏବଂ ଯାତାୟତ ବିବରଣୀ ରାଜ୍ୟ ସ୍ବାସ୍ଥ୍ୟବିଭାଗ ଗୁରୁବାର ପ୍ରକାଶ କରିଛି। ପ୍ରଦୀପ୍ତ କେବେ କେଉଁ ମେଡିକାଲକୁ...

ଦଶମ ପାଠ୍ୟପୁସ୍ତକ ପରିବର୍ତ୍ତନକୁ ବିରୋଧ

କଟକ ଅଫିସ୍‌,୧୬ା୪: ଲକ୍‌ଡାଉନ୍‌ ଯୋଗୁ ସାରା ଦେଶରେ ଏବେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଛି। ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

Advertisement
Archives

Model This Week