Posted inଫୁରସତ

ମୂଷାର ଗଞ୍ଜେଇ ନିଶା, ଶେଷରେ ଘଟିଲା ଏମିତି…

ସାଧାରଣତଃ ମଣିଷମାନେ ନିଶାଦ୍ରବ୍ୟ ସେବନ କରିଥାନ୍ତି। ମାତ୍ର ପଶୁପକ୍ଷୀ ଯେ, ନିଶା ପାଇଁ ପାଗଳ ଏକଥା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏପରି ଘଟଣା ଦେଖିବାକୁ ମିଳିଛି କାନାଡାରେ।
ଏଠାକାର ଜଣେ ଲୋକଙ୍କ ବାଡ଼ିରୁ ପ୍ରତିଦିନ ଗଞ୍ଜେଇ ଗଛ ଚୋରି ହେଉଥିଲା। ଦିନେ ସେ ଦେଖିଲେ ତାଙ୍କ ଛୋଟ ଚାଷଜମିରେ ମୂଷାମାନେ ଗଞ୍ଜେଇ ପତ୍ର ଖାଇ ନିଶାସକ୍ତ ଅବସ୍ଥାରେ ପଡ଼ିଛନ୍ତି। କାନାଡାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ଗଞ୍ଜେଇ ଚାଷ କରିବାକୁ ଅନୁମତି ଦିଆଯାଇଛି। କୋଲିନ୍‌ ନାମକ ଜଣେ ବ୍ୟକ୍ତି ତାଙ୍କ ଫେସ୍‌ବୁକ୍‌ରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଫଟୋ ଶେୟାର କରି ସେ କ୍ୟାପଶନ୍‌ ଲେଖିଛନ୍ତି, ଦୁଇଦିନ ଧରି ଏକ ଛୋଟ ମୂଷା ଗଞ୍ଜେଇ ପତ୍ର ଚୋରି କରି ଖାଉଥିଲା। ସେ ଏହାକୁ ଏତେ ମାତ୍ରାରେ ଖାଇଥିଲା ଯେ ଶେଷରେ ବୋହୋସ ହୋଇ ଚାଷଜମିରେ ପଡ଼ିଥିଲା। ଫଟୋରୁ ସ୍ପଷ୍ଟ ଜଣାପଡୁଛି ମୂଷାଟି ଗଞ୍ଜେଇ ପତ୍ର ଖାଇବା ପରେ ଓଲଟା ଶୋଇପଡ଼ିଛି। ସତେ ଯେପରି ଚେତା ନାହିଁ।
କୋଲିନ୍‌ ଲେଖିଛନ୍ତି, ଗୋଟିଏ ସପ୍ତାହ ମଧ୍ୟରେ ମୂଷା ଏତେ ପରିମାଣର ଗଞ୍ଜେଇ ଖାଉଥିଲା ଯେ, ସେ ଜଙ୍ଗଲରେ ଛାଡ଼ିବାକୁ ଚିନ୍ତା କଲେ। ମାତ୍ର ପରେ ମୂଷାର ନିଶା ଖସି ନ ଥିଲା। ସେ ପୁଣି ଚାଷଜମିକୁ ଆସି ଗଞ୍ଜେଇପତ୍ର ଖାଇବାରେ ଲାଗିଲା। ଶେଷରେ ମୂଷାକୁ ଏପରି ପରିଣାମ ଭୋଗିବାକୁ ପଡ଼ିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri