Posted inଜାତୀୟ

ଲଞ୍ଚ ହେଲା ‘ମୌସମ’ ଆପ୍‌

ନୂଆଦିଲ୍ଲୀ,୨୮।୭(ପି.ଟି.): ପାଣିପାଗ ସମ୍ପର୍କିତ ସବିଶେଷ ତଥ୍ୟ ଲୋକଙ୍କ ପାଖରେ ଉପଲବ୍ଧ ହେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ମୌସମ’ ଆପ୍‌ ଲଞ୍ଚ୍‌ ହୋଇଛି। ଭୂବିଜ୍ଞାନ ମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର ଏହି ଆପ୍‌ର ଶୁଭାରମ୍ଭ କରିଛନ୍ତି। ଏହା ସହର ଭିତ୍ତିକ ପାଣିପାଗ ପୂର୍ବାନୁମାନ ସମେତ ଅନ୍ୟାନ୍ୟ ସତର୍କ ସୂଚନା ଦେବ। ଇଣ୍ଟରନ୍ୟାଶନାଲ କର୍ପ୍‌ସ ରିସର୍ଚ୍ଚ ଇନ୍‌ଷ୍ଟଚ୍ୟୁଟ ଫର ଦି ସେମି-ଅରିଡ୍‌ ଟ୍ରପିକ୍ସ (ଆଇସିଆର୍‌ଆଇଏସ୍‌ଏଟି), ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟ୍ରପିକାଲ ମେଟେରୋଲୋଜି (ଆଇଆଇଟିଏମ୍‌) ପୁଣେ ଏବଂ ଭାରତୀୟ ପାଣିପାଗ ବିଭାଗ ମିଳିତ ଭାବେ ଏହି ମୋବାଇଲ ଆପ୍ଲିକେଶନର ବିକାଶ କରିଛନ୍ତି। ଏହି ଆପ୍‌ ଉଭୟ ଗୁଗଲ୍‌ ପ୍ଲେ ଷ୍ଟୋର ଏବଂ ଆପଲ୍‌ ଆପ୍‌ ଷ୍ଟୋରରେ ଉପଲବ୍ଧ। ଏହା ୨୦୦ ସହରକୁ ତତ୍କାଳ ପାଣିପାଗ ସୂଚନା ସମେତ ତାପମାତ୍ରା, ଆର୍ଦ୍ରତା, ପବନର ବେଗ ଓ ଦିଗ ସମ୍ପର୍କରେ ଜଣାଇଦେବ। ଦିନକୁ ୮ ଥର ତଥ୍ୟକୁ ସଂଶୋଧନ କରାଯାଇ ସଦ୍ୟ ସୂଚନା ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି। ସ୍ଥାନୀୟ ପାଗ ସମ୍ପର୍କରେ ତତ୍କାଳ ସୂଚନା ସହ ପ୍ରତି ୩ ଘଣ୍ଟାରେ ସତର୍କ କରାଇଦିଆଯିବ। ଏହାବ୍ୟତୀତ ଦେଶର ୪୫୦ ସହରରେ ଆଗାମୀ ୭ ଦିନର ପାଣିପାଗ ସମ୍ପର୍କରେ ପୂର୍ବାନୁମାନ ମଧ୍ୟ ମୌସମ ଆପ୍‌ରେ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ଏତିକି କିଲୋର କିଣିପାରିବେ ଚିନି! ବିଗ୍‌ବାସ୍କେଟ-ଇନଷ୍ଟାମାର୍ଟ ଭଳି କମ୍ପାନୀ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୬।୮: ଭାରତରେ ପର୍ବପର୍ବାଣିର ମୁଖ୍ୟ ଋତୁ ପୂର୍ବରୁ ଯୋଗାଣରେ ହ୍ରାସ କାରଣରୁ D-Mart ଭଳି ରିଟେଲର୍ସ ଏବଂ BigBasket, Blinkit ଓ Swiggy Instamart ଭଳି…

ମହଙ୍ଗା ମାଡ଼: ବଢ଼ିଲା ଅଣ୍ଡା ଦର, ଏତିକି ଟଙ୍କା ହେବ ଚିକେନ ଦାମ୍

ନୂଆଦିଲ୍ଲୀ,୨୬।୮: ଦୈନନ୍ଦିନ ଖାଦ୍ୟସାମଗ୍ରୀର ବୃଦ୍ଧିପାଉଥିବା ଦରଦାମ୍ ମଧ୍ୟରେ ଏବେ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ…

ବୋମା ଗିଳିଦେଲା ଷଣ୍ଢ, ଚାଲିଗଲା ଜୀବନ

ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍‌ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍‌ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ବଡ଼ ଆଲର୍ଟ ଜାରି କଲା RBI, ଚିନି-ପିଆଜ ପରେ ଆହୁରି ମହଙ୍ଗା ହେବ…

ନୂଆଦିଲ୍ଲୀ, ୨୬।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୫ ଅଗଷ୍ଟ ୨୦୨୬ରେ ଜାରି କରିଥିବା ନିଜର ମାସିକ ବୁଲେଟିନ୍‌ରେ ଅଗଷ୍ଟ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ…

ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ସୂର୍ଯ୍ୟ-ବୁଧ-କେତୁଙ୍କ ଅଦ୍ଭୁତ ସଂଯୋଗ: ସୁନା ଭଳି ଚମକିବ ୩ ରାଶିଙ୍କ ଭାଗ୍ୟ, ଯାହା ଚାହିଁବେ ତାହା ହେବ!

ବର୍ତ୍ତମାନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ଏବଂ ରାଜକୁମାର ବୁଧ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ସଂଯୋଗବଶତଃ କେତୁ ମଧ୍ୟ ଏହି ନକ୍ଷତ୍ରରେ ରହିଥିବାରୁ ଏକ ବିଶେଷ ଗ୍ରହ…

ଭାରତ ଠାରୁ ପାକିସ୍ତାନରେ ଏତେ ଶସ୍ତା ଚିନି! ତା’ ହେଲେ ଭାରତରେ ମହଙ୍ଗା କାହିଁକି?

ନୂଆଦିଲ୍ଲୀ, ୨୬।୮: ଚିନିକୁ ନେଇ ଭାରତ ଏବଂ ପାକିସ୍ତାନରେ ଆଜିକାଲି ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଯେଉଁଠି ଭାରତର ଖୁଚୁରା ବଜାରରେ ଚିନିର ଦର କିଲୋଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri