ବିଧାନସଭାରେ ଶୋକ:ଭିଡିଓ କନ୍‌ଫରେନ୍ସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ):  ଷୋଡ଼ଶ ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପୂର୍ବତନ ବାଚସ୍ପତି ଶରତ ଚନ୍ଦ୍ର କରଙ୍କ ସମେତ ଦିବଂଗତ ବିଧାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ପରମ୍ପରା ଅନୁଯାୟୀ ପୂର୍ବତନ ବାଚସ୍ପତିଙ୍କ ବିୟୋଗରେ ଗୃହ କାର୍ଯ୍ୟ ଗୋଟିଏ ଦିନ ମୁଲତବୀ ରହୁଥିଲା। ହେଲେ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର ପ୍ରଥମ ପର୍ଯ୍ୟାୟ ତଥା ପୂର୍ବାହ୍ନ ଅଧିବେଶନକୁ ମୁଲତବୀ ରଖିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଏବଂ ୫ଜଣ ବିଧାୟକ ଲୋକସେବା ଭବନ ସମ୍ମିଳନୀ କକ୍ଷରୁ ଭିଡିଓ କନ୍‌ଫରେନ୍ସରେ ଗୃହ କାର୍ଯ୍ୟରେ ଯୋଗଦେଇଥିଲେ। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଦିବଂଗତ ପୂର୍ବତନ ବାଚସ୍ପତି ଶରତ କର, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଗୁରୁପଦ ନନ୍ଦ, ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର ଏବଂ କୋଭିଡ୍‌ରେ ଜୀବନ ହରାଇଥିବା କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶୋକ ପ୍ରସ୍ତାବ ଉପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଏମ୍‌ ସଦସ୍ୟ ଲକ୍ଷଣ ମୁଣ୍ଡା ନିଜ ନିଜର ବକ୍ତବ୍ୟ ରଖିବାପରେ ବାଚସ୍ପତି ଦିବଂଗତ ସଦସ୍ୟ ଓ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ ଚାଲାଣର ସୁରକ୍ଷିତ ମାଧ୍ୟମ: ନାଇଟ୍‌ କୋଚ୍‌ ବସ୍‌, ଲେଡି ଏଜେଣ୍ଟ

ବେଆଇନ ନିଶା କାରବାରର ପେଣ୍ଠସ୍ଥଳ ପାଲଟିଗଲାଣି ଓଡ଼ିଶା। ବ୍ରାଉନସୁଗାର, ହିରୋଇନ୍‌, ଚରସ ଆଦି ନିଶାଦ୍ରବ୍ୟ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବାବେଳେ ଏଠାରୁ ଗଞ୍ଜେଇ ଓ ଅଫିମ...

ସାହସ ଭରିଲା ଯୁଦ୍ଧାବସାନ ବାଦ୍ୟ

ଭୁବନେଶ୍ୱର,୧।୨(ବ୍ୟୁରୋ): ପତାକା ଅବତରଣ ଉତ୍ସବ ୭ମ ବାଟାଲିୟନ ପଡିଆରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସୈନିକମାନଙ୍କୁ ଉତ୍ସାହିତ...

କ୍ୟାପିଟାଲ ହସ୍ପିଟାଲରେ ହେବ ହାର୍ଟ ଅପରେଶନ୍‌

ଭୁବନେଶ୍ୱର, ୭।୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ହାର୍ଟ-ସର୍ଜରି ୟୁନିଟ୍‌ ଆରମ୍ଭ ହେବ। ଫଳରେ ଏଠାରେ ହାର୍ଟ ଅପରେଶନ୍‌, ଓପନ ହାର୍ଟ ସର୍ଜରି, କମ୍ପ୍ଲେକ୍ସ ଆଞ୍ଜିଓଗ୍ରାଫି, ଡିଭାଇସ୍‌ କ୍ଲୋଜର,...

ଅରିନ୍ଦମଙ୍କ ପରିବାରକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି

କେନ୍ଦୁଝର,୨୬।୯(ସ୍ବ.ପ୍ର.): କଟକ ମୁଣ୍ଡଳି ଜଳସ୍ରୋତରେ ଫସି ରହିଥିବା ହାତୀର ଖବର ସଂଗ୍ରହକୁ ଯାଇ ଖବର ପାଲଟି ଯାଇଥିବା ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ...

୧୨୫ ନୂଆ ଓଏଏସ୍‌ ପଦବୀ

ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଗ୍ରୁପ୍‌-ଏ ଜୁନିୟର ବ୍ରାଞ୍ଚରେ ୧୨୫ ନୂତନ ପଦବୀକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଫଳରେ କ୍ୟାଡର ସଂଖ୍ୟା ୧୧୮୮ରୁ ୧୩୧୩କୁ...

ଟି-୨୦ ଲାଗି ଜୁନ୍‌ ୧ରେ ଅନ୍‌ଲାଇନ ଟିକେଟ୍‌ ବୁକିଂ

କଟକ ଅଫିସ,୩୦।୫: ବାରବାଟୀ ଟି-୨୦ ପାଇଁ ଆସନ୍ତା ଜୁନ୍‌ ୧ରେ ଅନ୍‌ଲାଇନରେ ଟିକେଟ୍‌ ବୁକିଂ ଆରମ୍ଭ ହେବ। ଏ ନେଇ ଓସିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା...

ଉଦ୍‌ଘାଟନ ହେଲା ବୋଟ୍‌ ଆମ୍ବୁଲାନ୍ସ ସେବା

ମାଲକାନଗିରି/ଚିତ୍ରକୋଣ୍ଡା,୨୮।୧(ଡି.ଏନ୍‌.ଏ.) ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ଅବସରରେ ବୁଧବାର ବୋଟ୍‌ ଆମ୍ବୁଲାନ୍ସ ସେବା ଉଦ୍‌ଘାଟିତ ହୋଇଯାଇଛି। ଜାନବାଇ ବିଏସ୍‌ଏଫ୍‌ କ୍ୟାମ୍ପ ପକ୍ଷରୁ...

ଡେଙ୍ଗୁ କବଳରେ ଲକ୍ଷ୍ମୀପୁର, ୩ ଦିନରେ ୧୫ ଚିହ୍ନଟ

କୋରାପୁଟ,୧୯ା୬(ସ୍ବ.ପ୍ର.): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଏବେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ସବୁବେଳେ ରୋଗୀଙ୍କ ଭିଡ଼ ଜମୁଛି। କିଛିଦିନ ତଳେ...

Advertisement
Archives

Model This Week