ଶହୀଦ ଚନ୍ଦ୍ରକାନ୍ତଙ୍କ ସ୍ମୃତିରେ ଶୋକସଭା

ରାଇକିଆ,୨୪ା୬(ଡି.ଏନ.ଏ)-ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଶହୀଦ ହୋଇଥିବା କନ୍ଧମାଳ ଜିଲା ରାଇକିଆ ବ୍ଲକ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସ୍ମୃତିରେ ଶୋକ ସଭା (ଆଦିବାସୀ ସଂସ୍କୃତିରେ ମାଡ଼ା) ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ା ଶହୀଦଙ୍କ ବାସଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଇକିଆ ସମେତ ଅନ୍ୟାନ୍ୟ ଅଞ୍ଚଳର ଲୋକ ବହୁ ସଂଖ୍ୟାରେ ଆସି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଘର ସାମ୍ନାରେ ଚନ୍ଦ୍ରକାନ୍ତଙ୍କ ଫଟୋ ଚିତ୍ର୍ର ରଖି ମାଲ୍ୟାର୍ପଣ କରାଯାଇଥିଲା। ଲୋକ ସମାଗମକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଥିଲା ା ଗାଁ ପ୍ରତି ଚନ୍ଦ୍ରକାନ୍ତଙ୍କ ରହିଥିବା ଅବଦାନକୁ ଗ୍ରାମବାସୀ ମନେ ପକାଇବା ସହ ତାଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାପାଇଁ କହିଥିଲେ। ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସାମିଲ ହୋଇ ଶୋକ ସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେବା ସହ ରାଇକିଆ ବସଷ୍ଟାଣ୍ଡକୁ ଶହୀଦ ଚନ୍ଦ୍ରକାନ୍ତଙ୍କ ନାମରେ ନାମିତ କରିବା ପାଇଁ ପଦକ୍ଷେପ ନେବା ଓ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ। ରାଇକିଆ ନାଗରିକ ମଞ୍ଚ ସଭାପତି ସୁଶାନ୍ତ କୁମାର ଜେନା ମଞ୍ଚ ତରଫରୁ ଚନ୍ଦ୍ରକାନ୍ତଙ୍କ ପରିବାରକୁ ମାନପତ୍ର୍ର ପ୍ରଦାନ କରିଥିଲେ। ଏଥିସହ ତୁରନ୍ତ ପ୍ରତିମୂର୍ତ୍ତି ନିର୍ମାଣ ଓ ବିଅରପାଙ୍ଗା ଗ୍ରାମବାସୀଙ୍କ ପାଇଁ ଏକ କମ୍ୟୁନିଟ ହଲ୍‌ ନିର୍ମାଣ ନିମନ୍ତେ ପୂର୍ବରୁ ଚନ୍ଦ୍ରକାନ୍ତ ଉଦ୍ୟମ କରିଥିବାରୁ ଉକ୍ତ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ସେ କହିଥିଲେ ା ଏମ୍‌ପି ପ୍ରତିନିଧି ଟୁକୁନା ପାଣିଗ୍ରାହୀ ଯୋଗଦେଇ ଏମପିଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ସହାୟତା ପ୍ରଦାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri