ଶହୀଦ ଚନ୍ଦ୍ରକାନ୍ତଙ୍କ ସ୍ମୃତିରେ ଶୋକସଭା

ରାଇକିଆ,୨୪ା୬(ଡି.ଏନ.ଏ)-ଲଦାଖର ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଶହୀଦ ହୋଇଥିବା କନ୍ଧମାଳ ଜିଲା ରାଇକିଆ ବ୍ଲକ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସ୍ମୃତିରେ ଶୋକ ସଭା (ଆଦିବାସୀ ସଂସ୍କୃତିରେ ମାଡ଼ା) ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ା ଶହୀଦଙ୍କ ବାସଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଇକିଆ ସମେତ ଅନ୍ୟାନ୍ୟ ଅଞ୍ଚଳର ଲୋକ ବହୁ ସଂଖ୍ୟାରେ ଆସି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଘର ସାମ୍ନାରେ ଚନ୍ଦ୍ରକାନ୍ତଙ୍କ ଫଟୋ ଚିତ୍ର୍ର ରଖି ମାଲ୍ୟାର୍ପଣ କରାଯାଇଥିଲା। ଲୋକ ସମାଗମକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଥିଲା ା ଗାଁ ପ୍ରତି ଚନ୍ଦ୍ରକାନ୍ତଙ୍କ ରହିଥିବା ଅବଦାନକୁ ଗ୍ରାମବାସୀ ମନେ ପକାଇବା ସହ ତାଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାପାଇଁ କହିଥିଲେ। ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସାମିଲ ହୋଇ ଶୋକ ସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେବା ସହ ରାଇକିଆ ବସଷ୍ଟାଣ୍ଡକୁ ଶହୀଦ ଚନ୍ଦ୍ରକାନ୍ତଙ୍କ ନାମରେ ନାମିତ କରିବା ପାଇଁ ପଦକ୍ଷେପ ନେବା ଓ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ। ରାଇକିଆ ନାଗରିକ ମଞ୍ଚ ସଭାପତି ସୁଶାନ୍ତ କୁମାର ଜେନା ମଞ୍ଚ ତରଫରୁ ଚନ୍ଦ୍ରକାନ୍ତଙ୍କ ପରିବାରକୁ ମାନପତ୍ର୍ର ପ୍ରଦାନ କରିଥିଲେ। ଏଥିସହ ତୁରନ୍ତ ପ୍ରତିମୂର୍ତ୍ତି ନିର୍ମାଣ ଓ ବିଅରପାଙ୍ଗା ଗ୍ରାମବାସୀଙ୍କ ପାଇଁ ଏକ କମ୍ୟୁନିଟ ହଲ୍‌ ନିର୍ମାଣ ନିମନ୍ତେ ପୂର୍ବରୁ ଚନ୍ଦ୍ରକାନ୍ତ ଉଦ୍ୟମ କରିଥିବାରୁ ଉକ୍ତ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ସେ କହିଥିଲେ ା ଏମ୍‌ପି ପ୍ରତିନିଧି ଟୁକୁନା ପାଣିଗ୍ରାହୀ ଯୋଗଦେଇ ଏମପିଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ସହାୟତା ପ୍ରଦାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

କଂଗ୍ରେସ ଦଳ ବୈଠକରେ କର୍ମୀଙ୍କ ପ୍ରଶ୍ନରେ ବିଧାୟକ ଘାଇଲା, ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି…

ଦାରିଙ୍ଗବାଡ଼ି,୨୦ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରଫୁଲ ପ୍ରଧାନ ବୁଧବାର ବ୍ରାହ୍ମଣୀଗାଁ ଗସ୍ତରେ ଯାଇଥିଲେ। ସେଠାରେ ବିଧାୟକଙ୍କୁ କିଛି କର୍ମୀ…

ତୁମୁଡିବନ୍ଧ BJDରେ ନୂଆ ନେତୃତ୍ୱ: ମଙ୍ଗ ଧରିଲେ କୁନା ଦଣ୍ଡସେନା ଓ ଯୋହନ ବାରିକ

ତୁମୁଡିବନ୍ଧ,୧୯ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ଏକ ବୈଠକ ବୁଧବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ମୁଣ୍ଡିଗଡ଼ ସେବା…

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଶିଶୁଙ୍କୁ କାମୁଡ଼ିଲା ସାପ, ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ କର୍ମୀ-ସିଡିପିଓ

ଦାରିଙ୍ଗବାଡ଼ି,୧୯ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ନୀଳକନ୍ଦର ସାହିରେ ରହିଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ମଧ୍ୟାହ୍ନରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri