ମା’ପରି କିଏ ହେବ

ଜଣେ ମହିଳାଙ୍କ ପ୍ରେରଣା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଫଳତା ଆଣି ଦେଇଥାଏ। ମାତ୍ର ଜଣେ ମାଆ ପାଇଁ ଏହି ପ୍ରେରଣା ନିଜ ପିଲାଙ୍କ କ୍ଷେତ୍ରରେ ବହୁଗୁଣିତ ହୋଇଥାଏ। ମାଆ ସବୁ ବେଳେ ସବୁ କ୍ଷେତ୍ରରେ ପିଲାଙ୍କ ସଫଳତା କାମନା କରିଥାଏ। ରବିବାର ବିଶ୍ୱ ମାତୃ ଦିବସ । ଏହି ଅବସରରେ ଆମେ ଦକ୍ଷିଣ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା କେତେକ ସଫଳ ବ୍ୟକ୍ତିତ୍ୱଙ୍କୁ ଭେଟିଥିଲୁ। ସେମାନେ ନିଜ ମାଆଙ୍କ ପ୍ରେରଣାରେ ସାଉଁଟିଥିବା ସଫଳତାର ଅନୁଭୂତିରୁ କିଛି….

ବୋଉଙ୍କୁ ଝୁରୁଛି ସେବା ସମାଜବୋଉଙ୍କୁ ଝୁରୁଛି ସେବା ସମାଜ

ଗୁଣପୁର,(ଡି.ଏନ୍‌.ଏ.):  ପଦ୍ମଶ୍ରୀ ଶାନ୍ତି ଦେବୀ ରାୟଗଡ଼ା ଜିଲାର ଗୁଣପୁରଠାରେ ସେବା ସମାଜ ନାମରେ ଏକ ଅନୁଷ୍ଠାନ କରିଥିଲେ। ଅନେକ ଗରିବ ଓ ଅସହାୟ ଝିଅଙ୍କୁ ଆଣି ପାଖରେ ରଖି ସେମାନଙ୍କୁ ନିଜ ସନ୍ତାନ ରୂପେ ପାଳିଥିଲେ। ତେଣୁ ସେବା ସମାଜରେ ସେ ବୋଉ ରୂପେ ପରିଚିତ ଥିଲେ। ବୋଉଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଅନୁଷ୍ଠାନରେ ବିଶ୍ୱ ମାତୃ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ତଙ୍କର ଆବର୍ତ୍ତମାନରେ ସେବା ସମାଜର ଝିଅମାନେ ବୋଉଙ୍କୁ ଝୁରୁଛନ୍ତି। ସେବା ସମାଜର ସମସ୍ତ ଅନ୍ତେବାସୀ ଖୁସିରେ ଏହି ଦିବସକୁ ଖୁସିରେ ପାଳିଥାନ୍ତି। ଚଳିତ ବର୍ଷ ସମସ୍ତେ ଅଛୁ ହେଲେ ଯେଉଁ ପ୍ରିୟ ବୋଉଙ୍କ ଉଦ୍ଦେଶ୍ୟରେ ଏହି ଦିବସ ପାଳୁଥିଲୁ ସେ ନାହାନ୍ତି ବୋଲି ଏଠାରେ ରହୁଥିବା ଝିଅମାନେ କହିଛନ୍ତି। ବିଦୁସ୍ମିତା ଶବର, ସୁଭଦ୍ରା ଶବର, ଏସନି ଶବର, ଲିଲି ହିମିରିକା, ନାଗିନ ଶବର ପ୍ରମୁଖ ପ୍ରତ୍ୟେକ ବର୍ଷ ମାତୃ ଦିବସରେ କବିତା ଲେଖି ବୋଉଙ୍କ ଉଦ୍ଦେଶ୍ୟରେ ଗାଇଥାନ୍ତି। ବୋଉ ମଧ୍ୟ ଖୁସିରେ ହସିଦିଅନ୍ତି। ସେ ହସ ଆମ ପାଇଁ ଅମୂଲ୍ୟ। ଆଜି ବି ସେ ଆମମାନଙ୍କ ମଧ୍ୟରେ ଜୀବିତ ବୋଲି ଝିଅମାନେ କହିଛନ୍ତି।

ମା’ଙ୍କ ପରିଶ୍ରମ, ପ୍ରେରଣା ପାଇଁ ମିଳିଛି ସଫଳତା

ମାଲକାନଗିରି, (ଡି.ଏନ୍‌.ଏ.): ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରୁ ବାହାରି ଜାତୀୟସ୍ତରରେ ଖେଳି ଓଡ଼ିଶା ପାଇଁ ଅନେକ ପଦକ ହାତେଇଛନ୍ତି ସବିତା କଚିମ। ସବୁ ସଫଳତାର ଶ୍ରେୟ ସେ ତାଙ୍କ ମା’ଙ୍କୁ ଦିଅନ୍ତି। ପିଲାଟି ବେଳୁ ବାପା ନାହାନ୍ତି। ମା’ ହୀରାମଣିଙ୍କ ପରିଶ୍ରମ ଓ ପ୍ରେରଣା ଯୋଗୁ ସଫଳତାର ଗୋଟିଏ ପରେ ଗୋଟିଏ ଶିଢ଼ି ଚଢୁଛି ବୋଲି ସବିତା କହିଛନ୍ତି।
ବିବାହର କିଛି ବର୍ଷ ପରେ ସବବିତାଙ୍କ ବାପା ଆରପାରିକୁ ଚାଲିଗଲେ। କୋଳରେ ଛାଡିଗଲେ ଦେଢ଼ ବର୍ଷର ସବିତା। ଏତେ ଛୋଟବେଳରୁ ବାପା ନ ଥିଲେ ମଧ୍ୟ ମା’ ହୀରାମଣି କେଉଁଥିରେ ମଧ୍ୟ ଊଣା ରଖିନାହାନ୍ତି। ପିଲାଟିବେଳୁ ସବିତାଙ୍କର ଖେଳପ୍ରତି ରୁଚି ଦେଖି ମା’ ହୀରାମଣି ତାଙ୍କୁ କ୍ରୀଡ଼ା ହଷ୍ଟେଲରେ ଭର୍ତ୍ତି କରିଥିଲେ। ଝିଅଙ୍କ ପାଠପଢ଼ା ଓ ଖେଳ ପାଇଁ ହୀରାମଣି ପର ଘରେ କାମ କରୁଥିଲେ। ସମୟ ସହ ସବିତା ଓ ତାଙ୍କ ସ୍ବପ୍ନ ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଲା। ମା’ ହୀରାମଣି ମଧ୍ୟ ସବିତାଙ୍କ ସ୍ବପ୍ନ ପୁରା କରିବାରେ କୌଣସି ହେଳା କରିନାହନ୍ତି। ଅଧିକରୁ ଅଧିକ କାମ କରି ସେ ଝିଅ ସବିତାଙ୍କୁ ଖେଳିବାକୁ ପଠାଇଛନ୍ତି। ସବିତା ଜିଲା କ୍ରୀଡା ହଷ୍ଟେଲରେ ରହି ପ୍ରଶିକ୍ଷଣ ନେବା ପରେ ଜିଲା ଭଲିବଲ ଦଳରେ ସ୍ଥାନ ପାଇଥିଲେ। ଜିଲାସ୍ତରରେ ସଫଳତା ହାସଲ କରିବା ପରେ ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳଥିଲା। ସେ ୧୪ ବର୍ଷରୁ କମ ଓ ୧୯ ବର୍ଷରୁ କମ ଜାତୀୟ ଟୁର୍ନାମେଣ୍ଟରେ ଭାଗ ନେଇ ସଫଳ ମଧ୍ୟ ହୋଇଛନ୍ତି। ଜାତୀୟସ୍ତରରେ ଓଡ଼ିଶା ପାଇଁ ଖେଳିଛନ୍ତି। ସେ ଭଲିବଲ ସହ ଜାତୀୟସ୍ତର କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି।

 

ପୋଲିସ ହେବାରେ ମା’ ପ୍ରେରଣା

ବିଷମକଟକ, (ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅଞ୍ଚଳରେ ରହିଥିବା ଛୋଟିଆ ଗାଁ କଲାଣ୍ଡରେ ମୋର ଜନ୍ମ। ଛୋଟବେଳୁ ହିଁ ମୋତେ ପୋଲିସ ଅଫିସର କରିବାକୁ ମା’ ସ୍ବପ୍ନ ଦେଖିଥିଲେ। ସମାଜରୁ ଅପରାଧକୁ ମୂଳପୋଛ କରିବା ଦିଗରେ ସେ ମୋତେ ସବୁବେଳେ ପ୍ରେରିତ କରୁଥିଲେ। ଏହା ହିଁ ତାଙ୍କୁ ଜଣେ ପୋଲିସ ଅଫିସର ହେବା ପାଇଁ ଉତ୍ସାହିତ କରିଥିଲା। ଓଡ଼ିଶା ପୋଲିସରେ ଯୋଗ ଦେବାପରେ ୨୦୧୬ ରେ ପ୍ରଥମେ ରାଉରକେଲା ଏସ୍‌ଡିପିଓ ଦାୟିତ୍ୱରେ ଥିଲି। ପରେ ରାୟଗଡ଼ା ଜିଲାକୁ ବଦଳି ହୋଇଥିଲା। ୨୦୨୦ ରେ ବିଷମକଟକ ଏସ୍‌ଡିପିଓ ରୂପେ ଯୋଗ ଦେଇଥିଲି। ଅଧୀନରେ ଥିବା ୪ଟି ଥାନା ଦାୟିତ୍ୱ ନିଷ୍ଠାପର ଭାବେ ତୁଲାଇଥିବାରୁ ନିକଟରେ ଡିଜିପି ଡିସ୍କ ଆଓ୍ବାର୍ଡ ପାଇଛି। ଏହି ପୁରସ୍କାର ପଛରେ ମଧ୍ୟ ମା’ଙ୍କ ପ୍ରେରଣା ରହିଛି। ତେଣୁ ଆଓ୍ବାର୍ଡ ପାଇବା ପରେ ପ୍ରଥମେ ମା’ଙ୍କ ଆଶୀର୍ବାଦ ନେଇଥିଲି। ମୋ ମା’ କୁହନ୍ତି, ଯଦି ସମାଜରେ ସବୁ ପୁଅ ଅପରାଧରୁ ଦୂରେଇଯିବେ ତାହା ହିଁ ସେମାନଙ୍କ ମା’ଙ୍କ ପ୍ରତି ପ୍ରକୃତ ସମ୍ମାନ ହେବ।

 

ଖେଳିବା ପାଇଁ ଉତ୍ସାହିତ କରିଥିଲେ ମା’
ଉମରକୋଟ, (ସ୍ବ.ପ୍ର.): ଛୋଟ ବୟସରୁ ଖେଳପ୍ରତି ବହୁତ ଆଗ୍ରହ ଥିଲା। ମୁଁ ପ୍ରଥମେ ଆତ୍ମରକ୍ଷା କୌଶଳ ତାଲିମ ନେଉଥିଲି। ଉମରକୋଟରେ ଖେଳିବା ପାଇଁ ଏତେଟା ସୁବିଧା ନ ଥିବାରୁ ଅନ୍ୟ ଜିଲାକୁ ଯାଇ ତାଲିମ ନେଲି। ମୋ ମା ସବିତା କବିରାଜ ଏଥିରେ ବହୁତ ସହଯୋଗ କରି ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଛନ୍ତି। ଅନେକଙ୍କ ଘରେ ଝିଅମାନଙ୍କୁ ବାହାରକୁ ପ୍ରାୟ ଛାଡ଼ନ୍ତି ନାହିଁ, କିନ୍ତୁ ମୋ ମା ମୋତେ ଭଲ ଖେଳିବା ପାଇଁ ସାହସ ଦେଇଥିଲେ। ମା’ଙ୍କ ଆଶୀର୍ବାଦରୁ ହିଁ ସଫଳତା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ଆଡ଼କୁ ମାଡିଆସୁଛି ଗଭୀର ଅବପାତ: IMDର ବଡ଼ ସୂଚନା, ଆଜି ରାତି ସୁଦ୍ଧା…

ଭୁବନେଶ୍ୱର,୨୩।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଡିପ ଡିପ୍ରେସନରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ…

ସମୁଦ୍ର ଅଶାନ୍ତ: ଜେଟିରେ ବୁଡ଼ିଲା ଡଙ୍ଗା, ସ୍ଥାନୀୟ ମତ୍ସ୍ୟଜୀବୀ…

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ଉପକୁଳ ଜେଟିରେ ବନ୍ଧା ହୋଇଥିବା ମାଛ ଡଙ୍ଗା ବୁଡ଼ିଯିବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?