ମା’ର ମମତା: ୫ ବର୍ଷର ରୋଗୀଣା ପୁଅକୁ ଦେଖିବାକୁ ୧୮ଶହ କିଲୋମଟିର ଗାଡ଼ି ଚଳାଇ ପହଞ୍ଚିଲେ ମହିଳା

ଜାମସେଦପୁର,୨୮।୭: କୁହାଯାଏ ମା’ର ମମତା ସବୁଠାରୁ ନିଆରା। ସେ ନିଜ ପିଲାର ସୁରକ୍ଷା ପାଇଁ ସାତ ସମୁଦ୍ର ତେର ନଈ ପାର କରିପାରେ। ଏବେ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଜାମସେଦପୁରରେ। କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ନିଜ ୫ ବର୍ଷର ରୋଗୀଣା ପୁଅକୁ ଦେଖା କରିବାକୁ ଜଣେ ୨୬ ବର୍ଷର ମହିଳା ମହାରାଷ୍ଟ୍ରରୁ ଝାଡ଼ଖଣ୍ଡ ଦୁଇ ଚକିଆ ଗାଡ଼ି ଚଳାଇ ଚାଲି ଆସିଛନ୍ତି। ସୂଚନାଯୋଗ୍ୟ, କମଦା ସ୍ଥିତ ଭାଟିଆ ବସ୍ତିରେ ରହୁଥିବା ସୋନିଆ ଦାସ ଲକ୍‌ଡାଉନ ପାଇଁ ରୋଜଗାର ହରାଇଛନ୍ତି। ହେଲେ ଏପଟେ ତାଙ୍କ ସ୍ବାମୀଙ୍କ ସହ ରହୁଥିବା ୫ ବର୍ଷର ପୁଅ ଜ୍ୱରରେ ପୀଡ଼ିତ ଥିବା ଜଣାପଡିବା ପରେ ସେ ପୁଅକୁ ଦେଖିବାକୁ ତାଙ୍କ ସାଥି ସବିୟା ବାନୋଙ୍କ ସହ ମିଶି ଏକ ଦୁଇ ଚକିଆ ଗାଡ଼ିରେ ପୁଣେରୁ ଆସି ଜାମସେଦପୁରରେ ପହଞ୍ଚିଥିଲେ। ସେଠାରେ ପ୍ରଥମେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଜାମସେଦପୁର ଡିଏସ୍‌ପି ଅରବିନ୍ଦ କୁମାର କହିଛନ୍ତି ପ୍ରଥମେ ଉଭୟ ମହିଳାଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ଏହା ନେଗେଟିଭ ଆସିବା ପରେ ଏବେ ଏମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ସୋନିଆ କହିଛନ୍ତି ସେ ଉଭୟ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ସରକାରଙ୍କୁ ଏ ନେଇ ସାହାଯ୍ୟ ମାଗିଥିଲେ ମଧ୍ୟ କୌଣସି ସହଯୋଗ ନ ମିଳିବାରୁ ସେ ଟୁ ହ୍ବିଲରରେ ଘରକୁ ଫେରିବାକୁ ସ୍ଥିର କରିଥିଲେ। ବାଟରେ ଆସିବା ସମୟରେ ଦୀର୍ଘ ୫ ଦିନ ଭିତରେ ସେ ୧୦ଟି ପେଟ୍ରୋଲ୍‌ ପମ୍ପ ଓ ୫ଟି ଢାବାରେ ବିଶ୍ରାମ ନେଇଥିବା ପ୍ରକାଶ କରିଛନ୍ତି। ତେବେ ସେ କ୍ୱାରାଣ୍ଟାଇନ ସେଣ୍ଟର ଯିବା ପୂର୍ବରୁ ୫ ବର୍ଷର ପୁଅ ଓ ପରିବାର ସଦସ୍ୟଙ୍କୁ ବାଲକୋନିରୁ ଦେଖିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri