ମା ଦଣ୍ଡ କାଳୀଙ୍କ ପ୍ରସିଦ୍ଧ  ୨୧ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ 

ପୁରୁଷୋତ୍ତମ ପୁର,୨୫/୩(ଡିଏନ୍ଏ) ଗଞ୍ଜାମ ଜିଲ।ର ପ୍ରସିଦ୍ଧ ମା ଦଣ୍ଡ କାଳୀ ଙ୍କ ୨୧ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି। ଗତ ତିନି ବର୍ଷ ହେଲା ମହାମାରି କରୋନାକୁ ନେଇ ଯାତ୍ରା ବନ୍ଦ ହୋଇ ପଡିଥିବା ବେଳେ କେବଳ ପରମ୍ପରା ଅନୁସାରେ ଦେବ ନିତି କରାଯାଇଥିଲା। ଚଳିତ ବର୍ଷ ସରକାର ଙ୍କ ପକ୍ଷରୁ ଅନୁମତି ମିଳିଥିବାରୁ ଭକ୍ତ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ସମଗ୍ର  ପୁରୁଷୋତ୍ତମପୁର ସହରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇପଡିଛି। ଏଠାରେ  ଥିବା ତିନି ଗୋଟି ଦଣ୍ଡ ଯାତ୍ରା ଦଳ ଧୋବା ପୁଞ୍ଜା,  ବିପତି ହାରିଣି ତେଲି ପୁଞ୍ଜା ଓ ଗୌଡ ପୁଞ୍ଜା ରେ ଶତାଧିକ ମାନସିକ ଧାରି ମାନେ ଭୂକ୍ତା ଭାବରେ ସାମିଲ ହୋଇଛନ୍ତି। ଏମାନେ କଷା ବସ୍ତ୍ର ପିନ୍ଧି ମହାଦେବ ଶିବ ଓ କାଳୀଙ୍କୁ ସଙ୍ଗରେ ଧରି ଚାଲିଚାଲି  ଦିର୍ଘ ୨୧ ଦିନ କାଳ ଜିଲ।ର ବିଭିନ୍ନ ଗ୍ରାମ ଗ୍ରାମ ବୁଲି ମାନସିକ ଧାରୀଙ୍କ ଦାଣ୍ଡରେ କଠୋର ନୃତ୍ଯ ମାନ ପରିବେଷଣ କରିବେ। ଯାହାକି ମଧ୍ଯାନ୍ନ ଖରାରେ ଧୂଳି ଦଣ୍ଡ, ନଦୀ କିମ୍ବା ପୋଖରୀ ରେ ପାଣି ଦଣ୍ଡ ଓ ଅର୍ଦ୍ଧ ରାତ୍ରରେ ଅଗ୍ନି ଦଣ୍ଡ ମାନ ପରିବେଷଣ କରିବେ। ଭୂକ୍ତାମାନେ ଘରକୁ ନଯାଇ ମନ୍ଦିର କିମ୍ବା ନିଘାଞ୍ଚନ ସ୍ଥାନରେ ରହିବେ। ଆମ୍ବ ପତ୍ରରେ ଦାନ୍ତ ଘଷିବା ସହ ନିଷବ୍ଦ ରାତ୍ରରେ ଗୋଟି ଥର ମାତ୍ର  ଅକଟା ଅବଟା ଖାଦ୍ୟ ଖାଇବେ। ଏହି ଯାତ୍ରା ମେଷ ସଂକ୍ରାନ୍ତିରେ ଉଦ୍ ଯାପିତ ହେବ। ଧୋବା ପୁଞ୍ଜା ପକ୍ଷରୁ  ଅପେରା  ଶିନ୍ଦୁର ଦେଖିଲେଡରଲାଗୁଛି  ପରିବେଷଣ କରୁଥିବା ବେଳେ ବିପତ୍ତି ହାରିଣି   ତେଲି ପୁଞ୍ଜା ଗିତାକୁ ଛୁଇଁଲେ ପାପ ଓ ଗୌଡ ପୁଞ୍ଜା ଦଣ୍ଡ ବିଧାନ ପରିବେଷଣ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ:ରାସ୍ତା ମରାମତି ପରେ ଉଚ୍ଛେଦ ହେଉ

ବଇଣ୍ଡା,୧୦।୯(ଡି.ଏନ.ଏ.)କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ ବାମୁର ପର୍ଯ୍ୟନ୍ତ ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୧୧, ୧୨, ୧୩ ତାରିଖରେ ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଲି...

ମନୁଭାଇଙ୍କ ହର୍ବାଲ ଚା’

ବାଲେଶ୍ୱର ଅଫିସ, ୪।୩-ହର୍ବାଲ ଚା’। ଏଥିରେ ପଡୁନି ଚା’ ପତି କି ଚିନି। କପ୍‌ ୫ଟଙ୍କାର ଏଇ ଚା’ ପିଇବାକୁ ବି ଭିଡ଼ ଲାଗୁଛି। ବାଲେଶ୍ୱର...

ବିଭିନ୍ନ ସଙ୍ଗଠନ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା

ଖଇରା, ୨୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥଦାନ...

୮ ଘଣ୍ଟା ମୃତଦେହ ପକାଇ ରଖିଲେ ପରିବାର: ଶୁଭେନ୍ଦୁ ହତ୍ୟାକାରୀଙ୍କ ଗିରଫ ପ୍ରତିଶ୍ରୁତି ମିଳିଲା

ରାଇକିଆ,୬ା୨(ଡ଼ି.ଏନ.ଏ)-ଗତ ଜାନୁୟାରୀ ୧୫ରୁ ନିଖୋଜ ଥିବା ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକଙ୍କ ମୃତଦେହ ଗୁରୁବାର ଡଲାମାହା ପାହାଡ଼ରୁ ଠାବ କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା...

ବୁଲା ବାବାଙ୍କ ଲଡୁ ଖାଇ ୬ ଅସୁସ୍ଥ

ଦଶମନ୍ତପୁର, ୧୧।୩(ଡି.ଏନ୍‌.ଏ.): ହାତ ଦେଖିବାକୁ ଗାଁକୁ ଆସିଥିଲେ ବୁଲା ବାବା। ଲୋକମାନଙ୍କୁ ଖାଇବାକୁ ଦେଲେ ଲଡୁ। ବୁଲା ବାବାଙ୍କଠାରୁ ଲଡୁ ଖାଇଥିବା ୬ଜଣ ଏବେ ଅସୁସ୍ଥ।...

ଦୁର୍ନୀତି ନ କରିବା ପାଇଁ ଶପଥ ନେଲେ ଅଗ୍ନିଶମ କର୍ମଚାରୀ

ପାଟଣା,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପୁଟୁଳିଆରେ ଥିବା ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ କର୍ମଚାରୀମାନେ...

ଗଞ୍ଜାମରେ ଡିସେମ୍ବର ପହିଲା ଯାଏ ଖୋଲିବନି ମନ୍ଦିର

ଛତ୍ରପୁର,୨ା୧୧(ଡି.ଏନ୍‌.ଏ.)-କେତେକ ଦେଶରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ସଂକ୍ରମିତ ହେଲେ ନିଶ୍ଚିତରୂପେ ଜୀବନ ପ୍ରତି ବିପଦ ଦେଖାଦେଉଛି...

ପ୍ରତିଶ୍ରୁତି ରଖିଲାନି ବନ ବିଭାଗ: କର୍ମଚାରୀ ୮ ଘଣ୍ଟା ଅଟକ

ପରଜଙ୍ଗ, ୨୧।୧୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀପଲ ଆତଙ୍କ ଥମୁନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପୁଞ୍ଜୀଭୂତ ଅସନ୍ତୋଷ...

Advertisement
Archives

Model This Week