କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣା: ପଳାସପୁର ଗାଁରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌

ଚାନ୍ଦବାଲି,୨୫ା୩(ଡି.ଏନ୍‌.ଏ.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ଟିମ୍‌ ଶୁକ୍ରବାର ଚାନ୍ଦବାଲି ଥାନା ଅଧୀନସ୍ଥ ପଳାସପୁର ଗାଁକୁ ଯାଇ ପଚରାଉଚରା କରିଛନ୍ତି। ସେମାନଙ୍କ ସହିତ ଚାନ୍ଦବାଲି ଥାନାଧିକାରୀ କରୁଣାକର ରାଉତ ଓ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ଉପସ୍ଥିତ ଥିଲେ। ଏକ ବିବାହ ଉତ୍ସବରେ କନ୍ୟାପକ୍ଷର ଫଟୋ ଉତ୍ତୋଳନ କରିବାକୁ ଆସିଥିବା ବେଳେ ମାନସଙ୍କୁ ଏଠାରୁ ଶର୍ମିଷ୍ଠା ରାଉତ ଓ ତାଙ୍କର ସହଯୋଗୀ ଏକ କାର୍‌ ଯୋଗେ ଅପହରଣ କରି ନେଇଥିଲେ। ପଳାସପୁର ଗାଁର ସାମଲସାହିରେ ଅଚିନ୍ତ ରାଉତଙ୍କ ଭାଣିଜୀର ବିବାହ ଉତ୍ସବରେ ଫଟୋ ଉତ୍ତୋଳନ କରିବାକୁ ମାନସ ଫେବୃୟାରୀ ୬ ତାରିଖ ଭୁବନେଶ୍ୱରରୁ କ୍ୟାମେରା ନେଇ ଆସିଥିଲେ। ସ୍ଥାନୀୟ ଯଶୀପୁର ଅଞ୍ଚଳର ଏକ ଷ୍ଟୁଡିଓ ମାଲିକ ବିବାହ ଫଟୋ ଉଠାଇବା ପାଇଁ ଭୁବନେଶ୍ୱର ସିଆରପି ଛକର ଏକ ଷ୍ଟୁଡିଓ ସହିତ ଯୋଗାଯୋଗ କରିଥିଲେ। ସେମାନଙ୍କ ମାଧ୍ୟମରେ ପଟୋ ଉଠାଇବାକୁ ଭଡ଼ାରେ ମାନସ ଭୁବନେଶ୍ୱରରୁ ଆସି ପଳାସପୁର ଗାଁରେ ପହଞ୍ଚିଥିଲେ। ମାନସଙ୍କ ସାଙ୍ଗ ଦୀପକ ସେଠୀଙ୍କଠାରୁ ଏ ଖବର ପାଇ ଶର୍ମିଷ୍ଠା ଓ ତାଙ୍କର ଅନ୍ୟ ୪ ସହଯୋଗୀ ଏକ କାର୍‌ ଯୋଗେ ୬ ତାରିଖ ରାତିରେ ଆସି ପଳାସପୁର ଗାଁରେ ପହଞ୍ଚିଥିଲେ। ଗାଁ ଦାଣ୍ଡରେ କାର୍‌ରେ ରାତି ଯାକ ସେମାନେ ରହିଥିଲେ ମଧ୍ୟ ବରଯାତ୍ରୀ ଭାବି କେହି ଗାଁ ଲୋକ ସନ୍ଦେହ କରି ନ ଥିଲେ। ୭ ତାରିଖ ସକାଳ ପ୍ରାୟ ୮ଟା ବେଳେ ଫଟୋ ଉଠାକାମ ସାରି ମାନସ ଭୁବନେଶ୍ୱର ଫେରିବାକୁ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଆସୁଥିବା ବେଳେ ପଳାସପୁର ଛକ ନିକଟରେ ପୂର୍ବରୁ ପ୍ରସ୍ତୁତ ଥିବା ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ମାନସଙ୍କୁ ଉଠାଇ ନେଇ ଭୁବନେଶ୍ୱର ଦୟାଲ ଆଶ୍ରମକୁ ଯାଇଥିଲେ। ମେମୋରି ଚିପ୍ସ ଫେରାଇବାକୁ ସେଠାରେ ମାଡ଼ମାରିବା ଯୋଗୁ ମାନସଙ୍କର ମୃତ୍ୟୁ ହୋଇଥିଲା। ପରେ ମୃତଦେହକୁ ନେଇ ନୟାଗଡ଼ ଥାନା ରଣପୁର ଅଞ୍ଚଳର ଏକ ପାହାଡ଼ ତଳେ ପୋତି ଦେଇଥିଲେ। ଏ ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦୁଇଦିନ ତଳେ ତଦନ୍ତ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri