Posted inଜାତୀୟ

ରାଜ୍ୟ ସଭାରେ ହଠାତ୍‌ ଭୋ-ଭୋ ହୋଇ କାନ୍ଦିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୫।୩: ପାର୍ଲାମେଣ୍ଟର ଉଭୟ ଗୃହରେ ଆଜି ଉତ୍ତେଜନାପୂର୍ଣ୍ଣ ଥିଲା। ଶୁକ୍ରବାର ଭାଜପା ସମେତ ଅଧିକାଂଶ ଦଳ ପଶ୍ଚିମବଙ୍ଗ ବୀରଭୂମ ହିଂସାକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ଟିଏମସିକୁ ଜବାବ ମାଗିଥିଲେ। ଭାଜପା ଏମ୍‌ପି ରୂପା ଗାଙ୍ଗୁଲି ମଧ୍ୟ ରାଜ୍ୟ ସଭାରେ ଟିଏମସିକୁ ଟାର୍ଗେଟ କରିଥିଲେ। ଏହି ହିଂସା ବିଷୟରେ କହି ରୂପା ହଠାତ୍‌ କାନ୍ଦିବାକୁ ଲାଗିଥିଲେ। ସେ କହିଛନ୍ତି, ଆମେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଚାହୁଁଛୁ। ସେଠାରେ ବହୁତ ହତ୍ୟାକାଣ୍ଡ ଘଟୁଛି। ଲୋକମାନେ ନିଜ ଘର ଛାଡି ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। ସେହି ରାଜ୍ୟ ଆଉ ରହିବା ଯୋଗ୍ୟ ନୁହେଁ। ଆମର ବଞ୍ଚିବାର ଅଧିକାର ଅଛି। ପଶ୍ଚିମବଙ୍ଗରେ ଜନ୍ମ ହେବା ଅପରାଧ ନୁହେଁ। ଏହା କହି ସେ କାନ୍ଦିବାକୁ ଲାଗିଥିଲେ। ଗାଙ୍ଗୁଲିଙ୍କ ଏହି ବିବୃତ୍ତି ପରେ ଭାଜପା ଏବଂ ଟିଏମସି ଏମ୍‌ପିମାନେ ପରସ୍ପରକୁ ଟାର୍ଗେଟ କରିଥିଲେ। ଏହି କାରଣରୁ ଗୃହର ପ୍ରକ୍ରିୟା କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା।
ସୂଚନାଯୋଗ୍ୟ, ନିକଟରେ ଟିଏମ୍‌ସି ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଡଜନେରୁ ଅଧିକ ଘର ଜାଳି ଦିଆଯାଇଥିଲା। ଏଥିରେ ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ, ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ (ସଂଶୋଧନ) ବିଲ, ୨୦୨୨ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଲୋକ ସଭାରେ ଉପସ୍ଥାପିତ ହୋଇଛି। ଏହି ସଂଶୋଧନ ମାଧ୍ୟମରେ କେନ୍ଦ୍ର ସରକାର ଦିଲ୍ଲୀର ତିନୋଟି ମ୍ୟୁନିସିପାଲିଟି କର୍ପୋରେସନ ମିଶ୍ରଣ କରି ଗୋଟିଏ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଫୋକସରେ ସୀମାନ୍ତବର୍ତ୍ତୀ ୪୬ ଆସନ

ନୂଆଦିଲ୍ଲୀ,୧୭।୧୦: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ କ୍ଷମତାରେ ଥିବା ଭାଜପା ଏଥର ତ୍ରିମୁଖୀ ଲଢ଼େଇର ସମ୍ମୁଖୀନ ହେବାକୁ...

ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ

ରାୟପୁର, ୧୭।୨:ମାଓବାଦୀଙ୍କ ଦ୍ୱାରା ଅପହୃତ ଇଞ୍ଜିନିୟର ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ ହୋଇଯାଇଛନ୍ତି। ଛତିଶଗଡ଼ ରାଜଧାନୀ ରାୟପୁରରେ ଘଟିଛି ଏହି ଘଟଣା। ଗତ ୧୧...

ବିଷାକ୍ତ ମଦ ପିଇ ୪ମୃତ, ଅନେକ ହସ୍ପିଟାଲରେ ଭର୍ତ୍ତି

ଅହମଦାବାଦ,୨୫।୭: ଗୁଜରାଟର ବୋଟାଡ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବୋଟାଡ ଜିଲା ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ ରଖିଲେ ବଦଳିବ ମୌସୁମୀ, ହେବ ବର୍ଷା: ସ୍ୱାମୀ ଚକ୍ରପାଣି ମହାରାଜ

ନୂଆଦିଲ୍ଲୀ,୨୯ ।୪: ଗୋଟିଏ ପଟେ ଅସହ୍ୟ ଗରମରେ ରାଜଧାନୀ ଦିଲ୍ଲୀରେ ଲୋକେ ଘରୁ ବାହାରକୁ ବାହାରି ପାରୁ ନ ଥିବା ବେଳେ ବେଳକୁ ବେଳ ତାତି...

ୟୁକ୍ରେନ ସଙ୍କଟ: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୩: ୟୁକ୍ରେନରେ ଫଶିଥିବା ଛାତ୍ରୀଛାତ୍ର ଓ ସାଧାରଣ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତର ଉଦ୍ୟମ ଜାରି ରହିଛି। ଏହି ଅବସରରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସ୍କୁଲରେ ଆଉ ମିଳିବନି ସିଙ୍ଗଡ଼ା-ପିଜା-ବର୍ଗର-କୋଲ୍ଡଡ୍ରିଙ୍କ୍ସ୍‌

ନୂଆଦିଲ୍ଲୀ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଅନ୍‌ଲକ୍‌ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ସ୍କୁଲ କଲେଜ...

ହକି ଦଳ ଯାହା କଲେ, ଆଜି ସାରା ଦେଶ ଖୁସିରେ ନାଚୁଛି: ପିଏମ୍‌ ମୋଦି…

ନୂଆଦିଲ୍ଲୀ,୫।୮: ଭାରତୀୟ ପୁରୁଷ ହକି ଦଳ ଗୁରବୁାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛି। ହକି ଦଳ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ବ୍ରୋଞ୍ଜ...

ବିତର୍କିତ ‘କଶ୍ମୀର ଫାଇଲ୍ସ’

ପଣଜୀ/ନୂଆଦିଲ୍ଲୀ,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସମର୍ଥିତ ଚଳିତବର୍ଷର ବହୁଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ ପୁଣିଥରେ ବିବାଦ ଘେରକୁ ଚାଲିଆସିଛି। ଭାରତର...

Advertisement
Archives

Model This Week