ବିଷ ପିଇ ଜୀବନ ହାରିଲେ ମା-ପୁଅ

କୋଚିଂ,୧୦ା୯: କୋଚିଂ ସହର କୋଟାରେ ପୁଣି ଥରେ ଦୁଇଜଣ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ବୋରଖେଡ଼ା ଥାନା ଅନ୍ତର୍ଗତ ଏକ ବହୁ ମହଲା କୋଠାରେ ରହୁଥିବା ମା’ ଏବଂ ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆଶ୍ଚର୍ଯ୍ୟର କଥା ବହୁ ମହଲା କୋଠାରେ ଥାଇ ମଧ୍ୟ ୨୪ ଘଣ୍ଟା ଧରି ଏହି ଘଟଣା ବିଷୟରେ କେହି ଜାଣିପାରି ନ ଥିଲେ। ଯେତେବେଳେ ମା’ ଏବଂ ପୁଅ ସେମାନଙ୍କ ଫୋନ୍‌ର ଉତ୍ତର ଦେଇ ନ ଥିଲେ, ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଫ୍ଲାଟ୍‌ର କବାଟ ଭାଙ୍ଗିଥିଲେ, ପରେ ଘଟଣା ସାମ୍ନାକୁ ଆସିଥିଲା।

ବୋରଖେଡା ଥାନା ଅଧିକାରୀ ଜିତେନ୍ଦ୍ର ସିଂ କହିଛନ୍ତି, ଏହି ଘଟଣା ଉକ୍ତ ଅଞ୍ଚଳର ୮୦ ଫୁଟ ରାସ୍ତାରେ ଅବସ୍ଥିତ ବହୁ ମହଲା କୋଠାରେ ଘଟିଛି। ସତବିନ୍ଦର କୌର (୫୯) ଏବଂ ତାଙ୍କ ପୁଅ ରବିନ (୨୯)ଙ୍କ ସହ ରହୁଥିଲେ। ଶନିବାର ଉଭୟଙ୍କ ମୃତଦେହ ସେମାନଙ୍କ ଫ୍ଲାଟରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଉଭୟ ମୃତଦେହ ନିକଟରେ ଏକ ଗ୍ଲାସ ମଧ୍ୟ ମିଳିଥିଲା। ଏଥିରେ ବିଷାକ୍ତ ପଦାର୍ଥର କିଛି ଚିହ୍ନ ଦେଖିବାକୁ ମିଳିଥିଲା। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ କରିଛି। ଏଥିରେ ରବିନ ତାଙ୍କ ସହ ଘଟୁଥିବା ଦୁଃଖଦ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି।

ମୃତଦେହ ମିଳିବାର ପ୍ରାୟ ୨୪ ଘଣ୍ଟା ପୂର୍ବରୁ ଉଭୟଙ୍କୁ ପରିବାର ସଦସ୍ୟ ଅନେକ ଥର ଫୋନ କରିଥିଲେ ମଧ୍ୟ ଉଭୟ ମା ଓ ପୁଅଙ୍କ ମୋବାଇଲ ଫୋନ ଉଠାଯାଇ ନ ଥିଲା। ସେ ବିଲ୍ଡିଂରେ ରହୁଥିବା ପଡ଼ୋଶୀମାନଙ୍କୁ ଡାକି ଏ ବିଷୟରେ ପଚାରିଥିଲେ। ପରେ ଯେତେବେଳେ ବିଲ୍ଡିଂରେ ରହୁଥିବା ଲୋକମାନେ ତାଙ୍କ ଫ୍ଲାଟ୍‌ର କବାଟ ବାଡ଼େଇଲେ, କୌଣସି ପ୍ରତିକ୍ରିୟା ମିଳି ନ ଥିଲା। ସେ ତାଙ୍କ ପରିବାର ସଦସ୍ୟଙ୍କୁ ଏହା ଜଣାଇଥିଲେ। ପରେ ପରିବାର ଲୋକଙ୍କ ସହ ଫ୍ଲାଟ୍‌ରେ ପହଞ୍ଚିଥିଲେ। ଯେତେବେଳେ ସେମାନେ ଫ୍ଲାଟ୍‌ର କବାଟ ଭାଙ୍ଗିଥିଲେ, ସେମାନଙ୍କ ମୃତଦେହ ଭିତରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ଏକ ବର୍ଷ ପୂର୍ବେ ସତବିନ୍ଦରଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ମା ଏବଂ ପୁଅ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ସେ ଋଣ ଗ୍ରସ୍ତ ଅଛନ୍ତି।  ଆର୍ଥିକ ପ୍ରତିବନ୍ଧକ ହେତୁ ଦୁହେଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ବୋରଖେଡ଼ା ପୋଲିସ ସମଗ୍ର ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତ ଦେଢ଼ ବର୍ଷ ମଧ୍ୟରେ କୋଟାରେ ଆତ୍ମହତ୍ୟା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?