ବିଷ ପିଇ ଜୀବନ ହାରିଲେ ମା-ପୁଅ

କୋଚିଂ,୧୦ା୯: କୋଚିଂ ସହର କୋଟାରେ ପୁଣି ଥରେ ଦୁଇଜଣ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ବୋରଖେଡ଼ା ଥାନା ଅନ୍ତର୍ଗତ ଏକ ବହୁ ମହଲା କୋଠାରେ ରହୁଥିବା ମା’ ଏବଂ ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆଶ୍ଚର୍ଯ୍ୟର କଥା ବହୁ ମହଲା କୋଠାରେ ଥାଇ ମଧ୍ୟ ୨୪ ଘଣ୍ଟା ଧରି ଏହି ଘଟଣା ବିଷୟରେ କେହି ଜାଣିପାରି ନ ଥିଲେ। ଯେତେବେଳେ ମା’ ଏବଂ ପୁଅ ସେମାନଙ୍କ ଫୋନ୍‌ର ଉତ୍ତର ଦେଇ ନ ଥିଲେ, ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଫ୍ଲାଟ୍‌ର କବାଟ ଭାଙ୍ଗିଥିଲେ, ପରେ ଘଟଣା ସାମ୍ନାକୁ ଆସିଥିଲା।

ବୋରଖେଡା ଥାନା ଅଧିକାରୀ ଜିତେନ୍ଦ୍ର ସିଂ କହିଛନ୍ତି, ଏହି ଘଟଣା ଉକ୍ତ ଅଞ୍ଚଳର ୮୦ ଫୁଟ ରାସ୍ତାରେ ଅବସ୍ଥିତ ବହୁ ମହଲା କୋଠାରେ ଘଟିଛି। ସତବିନ୍ଦର କୌର (୫୯) ଏବଂ ତାଙ୍କ ପୁଅ ରବିନ (୨୯)ଙ୍କ ସହ ରହୁଥିଲେ। ଶନିବାର ଉଭୟଙ୍କ ମୃତଦେହ ସେମାନଙ୍କ ଫ୍ଲାଟରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଉଭୟ ମୃତଦେହ ନିକଟରେ ଏକ ଗ୍ଲାସ ମଧ୍ୟ ମିଳିଥିଲା। ଏଥିରେ ବିଷାକ୍ତ ପଦାର୍ଥର କିଛି ଚିହ୍ନ ଦେଖିବାକୁ ମିଳିଥିଲା। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ କରିଛି। ଏଥିରେ ରବିନ ତାଙ୍କ ସହ ଘଟୁଥିବା ଦୁଃଖଦ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି।

ମୃତଦେହ ମିଳିବାର ପ୍ରାୟ ୨୪ ଘଣ୍ଟା ପୂର୍ବରୁ ଉଭୟଙ୍କୁ ପରିବାର ସଦସ୍ୟ ଅନେକ ଥର ଫୋନ କରିଥିଲେ ମଧ୍ୟ ଉଭୟ ମା ଓ ପୁଅଙ୍କ ମୋବାଇଲ ଫୋନ ଉଠାଯାଇ ନ ଥିଲା। ସେ ବିଲ୍ଡିଂରେ ରହୁଥିବା ପଡ଼ୋଶୀମାନଙ୍କୁ ଡାକି ଏ ବିଷୟରେ ପଚାରିଥିଲେ। ପରେ ଯେତେବେଳେ ବିଲ୍ଡିଂରେ ରହୁଥିବା ଲୋକମାନେ ତାଙ୍କ ଫ୍ଲାଟ୍‌ର କବାଟ ବାଡ଼େଇଲେ, କୌଣସି ପ୍ରତିକ୍ରିୟା ମିଳି ନ ଥିଲା। ସେ ତାଙ୍କ ପରିବାର ସଦସ୍ୟଙ୍କୁ ଏହା ଜଣାଇଥିଲେ। ପରେ ପରିବାର ଲୋକଙ୍କ ସହ ଫ୍ଲାଟ୍‌ରେ ପହଞ୍ଚିଥିଲେ। ଯେତେବେଳେ ସେମାନେ ଫ୍ଲାଟ୍‌ର କବାଟ ଭାଙ୍ଗିଥିଲେ, ସେମାନଙ୍କ ମୃତଦେହ ଭିତରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ଏକ ବର୍ଷ ପୂର୍ବେ ସତବିନ୍ଦରଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ମା ଏବଂ ପୁଅ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ସେ ଋଣ ଗ୍ରସ୍ତ ଅଛନ୍ତି।  ଆର୍ଥିକ ପ୍ରତିବନ୍ଧକ ହେତୁ ଦୁହେଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ବୋରଖେଡ଼ା ପୋଲିସ ସମଗ୍ର ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତ ଦେଢ଼ ବର୍ଷ ମଧ୍ୟରେ କୋଟାରେ ଆତ୍ମହତ୍ୟା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରମୁଳାରୁ ୨ ହାଇବ୍ରିଡ୍‌ ଆତଙ୍କବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର,୨।୮ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସୁରକ୍ଷା ବାହିନୀ ବାରମୁଳାଠାରୁ ଦୁଇ ଜଣ...

ବିହାର ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌…

ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୨୦୨୦ ମସିହାରେ ଗାଲୱାନ...

ଦିଲ୍ଲୀ ଅଧ୍ୟାଦେଶ ବିଲ୍‌ର ଚର୍ଚ୍ଚା ସମୟରେ ସାୟରି କହିଲେ ରାଘବ

ନୂଆଦିଲ୍ଲୀ,୩।୮: ଦିଲ୍ଲୀ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ସହ ଜଡିତ ଅଧ୍ୟାଦେଶ ସ୍ଥାନ ନେଉଥିବା ବିଧେୟକ ଉପରେ ଗୁରୁବାର ଲୋକ ସଭାରେ ଚର୍ଚ୍ଚା ହୋଇଛି। ଏହି...

୧୦% ସଂରକ୍ଷଣ ମହାରାଷ୍ଟ୍ରର ପିଜି ମେଡିକାଲ ପାଠ୍ୟକ୍ରମରେ ଲାଗୁ ହୋଇପାରିବନି

ନୂଆଦିଲ୍ଲୀ,୩୧।୫ :(ପି.ଟି.):ସାଧାରଣ ବର୍ଗ ଗରିବ (ଇଡବ୍ଲ୍ୟୁଏସ୍‌)ଙ୍କ ଲାଗି ଉଦ୍ଦିଷ୍ଟ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁବିଧା ୨୦୧୯-୨୦ ଶିକ୍ଷାବର୍ଷ ଲାଗି ମହାରାଷ୍ଟ୍ରରେ ପିଜି ମେଡିକାଲ ପାଠ୍ୟକ୍ରମରେ ଲାଗୁ...

ଅଟୋ ଡ୍ରାଇଭରଙ୍କୁ ବିବାହ କଲେ ପ୍ରେମିକା: ଏଭଳି ଉପାୟରେ ପ୍ରତିଶୋଧ ନେଉଥିଲେ ପ୍ରେମିକ…

ମୁମ୍ବାଇ, ୨୬।୮: ପ୍ରେମିକା ଧୋକା ଦେଲେ। ଏଥିରେ ମର୍ମାହତ ହୋଇ ପ୍ରେମିକ ଏକ ନିଆରା ଉପାୟରେ ପ୍ରତିଶୋଧ ନେଉଥିଲେ। ଏହାର ପର୍ଦ୍ଦାଫାଶ୍‌ ମୁମ୍ବାଇ ପୋଲିସ କରିଛି।...

ଅଳିଆ ପକାଇବାକୁ କେନ୍ଦ୍ରକରି ଦୁଇ ପରିବାର ମୁହାଁମୁହିଁ

ଭୁବନେଶ୍ୱର,୬ା୧(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସମେଇ ଗାଡିଆ ଅଞ୍ଚଳରେ ଅଳିଆ ପକାଇବାକୁ କେନ୍ଦ୍ରକରି ଦୁଇ ପରିବାର ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପରିବାରର ଭୁଜାଲି ଓ ରଡ଼୍‌...

ଦିଲ୍ଲୀ ପରେ ଉତ୍ତରାଖଣ୍ଡରେ ଭୂକମ୍ପ

ଡେରାଡୁନ୍‌,୯।୧୧: ଦିଲ୍ଲୀ ପରେ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା। ବୁଧବାର ଉତ୍ତରାଖଣ୍ଡର ପିଥୋରଗଡରେ ସକାଳ ପ୍ରାୟ ୬.୨୭ ମିନିଟ୍‌ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଳ୍‌ରେ ଏହାର...

ଅବ୍ୟବସ୍ଥା ଭାରତର କାଳ

ନୂଆଦିଲ୍ଲୀ,୧୩ା୫: ଭାରତ ପାଇଁ କାଳ ହୋଇଛି ଚରମ ଅବହେଳାରୁ ସୃଷ୍ଟ ଅବ୍ୟବସ୍ଥା। ଦେଶର ଅଢ଼େଇ ଲକ୍ଷ ଲୋକଙ୍କ ଜୀବନ ନେଇ କୋଟି କୋଟି ଭାରତୀୟଙ୍କୁ ଛଟପଟ...

Advertisement
Archives

Model This Week