Posted inଜାତୀୟ

ମୋଷ୍ଟ ଓ୍ବାଣ୍ଟେଡ୍‌ ଅମୃତପାଲ ଗିରଫ: ଏହି ଖଲିସ୍ଥାନୀ ନେତାଙ୍କ ନାଁରେ ରହିଛି ୬ଟି ଗୁରୁତର ମାମଲା

ପଞ୍ଜାବ,୨୩।୪: ଖଲିସ୍ତାନୀ ସମର୍ଥକ ତଥା ୱାରିସ ପଞ୍ଜାବ ଡେ ର ମୁଖ୍ୟ ଅମୃତପାଲ ସିଂଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ରବିବାର ପୋଲିସ ତାଙ୍କୁୁୁ ମୋଗାରୁ ଗିରଫ କରିଛି। ଦୀର୍ଘ ୩୬ଦିନ ଧରି ପଞ୍ଜାବ ପୋଲିସ ପଳାତକ ଅମୃତପାଲ ସିଂଙ୍କୁ ଖୋଜୁଥିଲା। ଅମୃତପାଲଙ୍କୁ ଧରିବା ପାଇଁ ପୋଲିସ ତାର ଟିମକୁ ପ୍ରାୟ ୯ଟି ରାଜ୍ୟକୁ ପଠାଇଥିଲା। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅମୃତପାଲଙ୍କ ବିରୋଧରେ ଏପରି ମାମଲା ରହିଛି ଯାହାକୁ ନେଇ ପଞ୍ଜାବ ପୋଲିସ ତାଙ୍କୁ ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ଅର୍ନ୍ତଭୁକ୍ତ କରିଛି।

ଅମୃତପାଲ ସିଂ ଫେବୃଆରୀ ୨୩ରେ ପ୍ରଥମ ଥର ପାଇଁ ଲୋକଲୋଚନରେ ଚର୍ଚ୍ଚାକୁ ଆସିଥିଲେ। ସେଦିନ ସେ ପଞ୍ଜାବର ଅଜନାଲା ଥାନାକୁ ନିଜ ସମର୍ଥକଙ୍କ ସହ ମିଶି ଖଣ୍ଡା ଏବଂ ଲାଠିରେ ଘେରାଉ କରିଥିଲା। ସେବେଠାରୁ ପଞ୍ଜାବ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିଲା। ମାର୍ଚ୍ଚ ୧୮ରୁ ପୋଲିସ୍‌ ଅମୃତପାଲ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ଲାଗି ମିଶନ ଆରମ୍ଭ କରିଥିଲା। ସେବେଠାରୁ ସେ ପୋଲିସକୁ ଚଖମା ଦେଇ ପଳାୟନ କରୁଥିଲ॥

ଅମୃତପାଲ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ହତ୍ୟା ଉଦ୍ୟମ, ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ, ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ଅନେକ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ମୋଟ ୬ଟି ମାମଲା ରୁଜୁ ହୋଇଛି। ଏଥିସହ ତା ଉପରେ ଏନଏସଏ ମାମଲା ମଧ୍ୟ ଲାଗିଛି।

୧୬ ଫେବୃଆରୀ- ଅମୃତପାଲଙ୍କ ବିରୋଧରେ ପ୍ରଥମ ମାମଲା ୧୬ଫେବୃଆରୀରେ ରୁଜୁ ହୋଇଥିଲା। ଅଜନାଲା ପୋଲିସ ଅମୃତପାଲ ବିରୋଧରେ ଅପହରଣ ଓ ଗଣ୍ଡଗୋଳ ମାମଲା ରୁଜୁ କରିଥିଲା। ଚାମକୋରର ବାସିନ୍ଦାଙ୍କ ଅଭିଯୋଗନୁଯାୟୀ ଅମୃତପାଲ ତାଙ୍କୁ ଅପହରଣ କରି ମାରପିଟ୍‌ କରିଥିଲେ। ଏବଂ ଧମକ ଦେଇଥିଲେ କି, ସୋସିଆଲ ମିଡିଆରେ ତାଙ୍କ ସଂଗଠନ ବିରୋଧରେ କିଛି ଲେଖିଲେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମାରିଦେବେ।

୨୨ ଫେବୃଆରୀ- ଅମୃତପାଲଙ୍କ ବିରୋଧରେ ଘୃଣା ମନ୍ତବ୍ୟ ଦେବା ମାମଲାରେ ପୋଲିସ ଏକ ମାମଲା ରୁଜୁ କରିଥିଲା।

୨୩ ଫେବୃଆରୀ- ପୋଲିସ୍‌ ଅମୃତପାଙ୍କେ ଖାସ୍‌ ଲୋକ ଲବପ୍ରୀତ ସିଂହ ତୁଫାନକୁ ଗିରଫ କରିଥିଲା। ଏହାକୁ ନେଇ ଅମୃତପାଲ ଅଜନାଲା ଥାନାକୁ ଘେରାଉ କରିଥିଲେ। ଏହି ସମୟରେ ତାଙ୍କ ସମର୍ଥକମାନେ ଖଣ୍ଡା ଏବଂ ଅସ୍ତ୍ରଶସ୍ତ୍ର ଧରି ଥାନା ଭିତରକୁ ପଶି ଆସିଥିଲେ। ଭିଡ ରୋକିବା ପାଇଁ ପୋଲିସ୍‌ ବ୍ୟାରିକେଡ ଲଗାଇ ଥିଲେ ହେଁ ତଅମୃତପାଲର ସହଯୋଗୀ ବ୍ୟାରିକେଡ ଭାଙ୍ଗି ଥାନା ଭିତରକୁ ପଶିଥିଲେ ଏବଂ ଲବପ୍ରୀତଙ୍କୁ ମୁକ୍ତ କରିଥିଲେ। ଏହି ସମୟରେ ଧସ୍ତାଧସ୍ତିରେ ୬ପୋଲିସ କର୍ମୀ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ପୋଲିସ ତାଙ୍କ ଉପରେ କଡା ନଜର ରଖିବା ଆରମ୍ଭ କଲା।

୨୪ଫେବୃଆରୀ- ଏହିଦିନ ପୋଲିସ ଅମୃତପାଲ ଏବଂ ତା ସମର୍ଥକଙ୍କ ବିରୋଧରେ ଥାନା ଉପରେ ଆକ୍ରମଣ, ପୋଲିସ ଉପରେ ଆକ୍ରମଣ ଏବଂ ହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ କରିଥିଲା।

୧୮ ମାର୍ଚ୍ଚ- ଅମୃତପାଲ ଏବଂ ତା ସହଯୋଗୀଙ୍କ ବିରୋଧରେ ଆର୍ମସ ଆକ୍ଟ ଏବଂ ଆଇପିସି ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଏହି ଦିନ ପଞ୍ଜାବ ପୋଲିସ ଅମୃତପାଲକୁ ଧରିବା ଲାଗି ମିଶନ ଆରମ୍ଭ କରିଥିଲା।

-ପୂର୍ବବର୍ଷ ଶିବସେନା ନେତା ସୁଧୀର ସୁରୀଙ୍କ ହତ୍ୟାକାଣ୍ଡରେ ଅମୃତପାଲ ନାଁରେ ଅଭିଯୋଗ ଆସିଥିଲା। ଏହାକୁ ନେଇ ପୋଲିସ ତା ଉପରେ ମାମଲା ରୁଜୁ କରି ସିଙ୍ଗାବାଲା ଗାଁରେ ନଜରବନ୍ଦୀ ରଖିଥିଲା।

-ଗତ କିଛିଦିନ ମଧ୍ୟରେ ରାଜ୍ୟରେ ଅମୃତପାଲ ଜେନରାଲ ସିଂ ଭିଣ୍ଡରାବାଲେ୨.୦ ଭାବେ ଚର୍ଚ୍ଚିତ ରହିଥିଲା। କାରଣ ସେ ତାଙ୍କପରି ଶିଖ୍‌ମାନଙ୍କ ପାଇଁ ଅଲଗା ଏକ ଖାଲିସ୍ଥାନୀ ଦେଶ କରିବାକୁ ଦାବି କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?