ବିଶ୍ୱର ସବୁଠାରୁ ମହଙ୍ଗା ବର୍ଗର:ଦାମ୍‌ ଜାଣିଲେ…

କୋଭିଡ-୧୯ ମହାମାରୀ ଓ ଲକ୍‌ଡାଉନ ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇଦେଇଛି। ଏଥିଯୋଗୁ ରେଷ୍ଟୁରାଣ୍ଟ ବ୍ୟବସାୟ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଥିବା ବେଳେ ଅନେକ ଲୋକ ବେରୋଜଗାର ହୋଇଛନ୍ତି। କିନ୍ତୁ ଏହି ସମୟରେ ବ୍ୟବସାୟକୁ ଆହୁରି ବଢ଼ାଇବା ସହ ରେକର୍ଡ କରିବାକୁ ନେଦରଲାଣ୍ଡର ଏକ ଫୁଡ୍‌ ଆଉଟଲେଟ ଏକ ନିଆରା ପ୍ରକ୍ରିୟା ଆପଣାଇଛି। ଏହି ଆଉଟ୍‌ଲେଟରେ ଏମିତି ମହଙ୍ଗା ବର୍ଗର ଉପସ୍ଥାପନ କରାଯାଇଛି ଯେ, ଯାହାର ଦାମ୍‌ ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଏହି ବର୍ଗରର ନାଁ ଦିଆଯାଇଛି ‘ଦ ଗୋଲ୍ଡେନ ବୟ’। ଯାହାର ଦାମ୍‌ ରହିଛି ୫ହଜାର ପାଉଣ୍ଡ(ପ୍ରାୟ ୪ଲକ୍ଷ ୪୭ହଜାର ଟଙ୍କା)। ଏହି ମୂଲ୍ୟରେ ଏକ ରୋଲେକ୍ସର ଘଣ୍ଟା ଆସିଯିବ।

ସୂଚନା ମୁତାବକ ବୁର୍ଥୁଇଜେନ ସହର ସ୍ଥିତ ଫୁଡ୍‌ ଆଉଟ୍‌ଲେଟ ଡି ଡାଲଟୋନ୍ସର ମାଲିକ ରବର୍ଟ ଜେନ ଡି ବିନ ଏହି ମହଙ୍ଗା ବର୍ଗର ତିଆରି କରିଛନ୍ତି। ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଛୋଟବେଳୁ ହିଁ ରବର୍ଟ ଜେନଙ୍କ ଓ୍ବାଲ୍ଡ ରେକର୍ଡ କରିବାର ସ୍ବପ୍ନ ରହିଥିଲା। ବର୍ତ୍ତମାନ ସାରା ବିଶ୍ୱରେ ତାଙ୍କ ବର୍ଗର ରେକର୍ଡ କରିବା ପରେ ଏହା ଏକ ଅଦ୍ଭୁତ ଅନୁଭୂତି ବୋଲି ସେ କହିଛନ୍ତି। ଏଥିସହ କହିଛନ୍ତି, ଯେତେବେଳେ ସେ ଗିନିଜ୍‌ ଓ୍ବାଲ୍ଡ ରେକର୍ଡର ଅନୁସନ୍ଧାନରେ ଥିଲେ ସେତେବେଳେ ଜାଣିବାକୁ ପାଇଥିଲେ ଯେ, ପୂର୍ବରୁ ଆମେରିକାର ଓରେଗାନର ଜୁସିସ୍‌ ଆଉଟ୍‌ଲୋ ଗ୍ରୀଲ୍‌ ବିଶ୍ୱର ସବୁଠାରୁ ଦାମୀ ବର୍ଗରର ରେକର୍ଡ କରିସାରିଛି। ୨୦୧୧ରେ ରେକର୍ଡ କରିଥିବା ଏହି ଫୁଡ ଆଉଟଲେଟର ବର୍ଗର ଦାମ୍‌ ହେଉଛି ୪୨୦୦ ପାଉଣ୍ଡ(ପ୍ରାୟ ୩ଲକ୍ଷ ୭୨ହଜାର ଟଙ୍କା)। ଯାହାର ଓଜନ ପ୍ରାୟ ୩୫୨.୪୪ କିଲୋଗ୍ରାମ୍‌ ରହିଥିଲା। ତେବେ ଏହାଠାରୁ ଅଧିକ ଭଲ କରିବାକୁ ସେ ଚେଷ୍ଟା କରିଥିଲେ ବୋଲି ରବର୍ଟ ଜେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri