Posted inଖେଳ

ମୋର୍ଗାନଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା

ମୁମ୍ବାଇ, ୨୨ା୪ (ପି.ଟି.)-ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଆଇପିଏଲ୍‌ ମ୍ୟାଚ ବେଳେ ଏକ ସ୍ଲୋ ଓଭର ରେଟ୍‌ ପାଇଁ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇଅନ ମୋର୍ଗାନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ବୁଧବାର ରାତିରେ ଅନୁଷ୍ଠିତ ଏହି ମ୍ୟାଚରେ ଫାଫ୍‌ ଡୁ’ପ୍ଲେସି ଚମତ୍କାର ୯୫ରନ କରି ଅପରାଜିତ ରହିଥିବାବେଳ ଦୀପକ ଚହରଙ୍କ ୪ ଉଇକେଟ ସଫଳତା ଯୋଗୁ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବିପକ୍ଷରେ ସିଏସ୍‌କେ ୧୮ରନରେ ବିଜୟ ଲାଭ କରିଥିଲା। ଏହି ହାଇସ୍କୋରିଂ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ସିଏସକେ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ବିନିମୟରେ ୨୨୦ ରନ କରିଥିଲା। ଜବାବରେ କେକେଆର ୨୦୨ ରନ କରିବାରେ ସମର୍ଥ ହୋଇଥିଲା। ଆଇପିଏଲ୍‌ ଆଚରଣ ସଂହିତା ଅଧୀନରେ କେକେଆର ବିପକ୍ଷରେ ଏହା ଥିଲା ପ୍ରଥମ ସ୍ଲୋ ଓଭର ରେଟ୍‌ ଅଭିଯୋଗ। ପ୍ରଥମ ଅପରାଧ ହୋଇଥିବାରୁ ଦଳର ଅଧିନାୟକ ଭାବେ ମୋର୍ଗାନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ସିଜନରେ ସ୍ଲୋ ଓଭର ରେଟ୍‌ରେ ଦ୍ୱିତୀୟ ଦୃଷ୍ଟାନ୍ତ ଦେଖିବାକୁ ମିଳିଲେ କେକେଆର୍‌ ଅଧିନାୟକଙ୍କୁ ଦୁଇଗୁଣା ଅର୍ଥାତ୍‌ ୨୪ ଲକ୍ଷ ଟଙ୍କା ଜରିମାନା କରାଯିବ। ଏହାଛଡ଼ା ଦଳର ପ୍ରତ୍ୟେକ ଖେଳାଳିଙ୍କୁ ମ୍ୟାଚ ଫି’ର ୨୫ ପ୍ରତିଶତ ଅବା ୬ ଲକ୍ଷ ଟଙ୍କା ଜରିମାନା ହେବ। ବୁଧବାରର ଏହି ବିଜୟ ପରେ ସିଏସ୍‌କେ ୪ ମ୍ୟାଚରୁ ୬ ପଏଣ୍ଟ ସହ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଥିଲା। ଅନ୍ୟପକ୍ଷରେ କେକେଆର ୬ଷ୍ଠ ସ୍ଥାନକୁ ଖସି ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇସିବି ହରାଇପାରେ ୩୮୦ ନିୟୁତ ପାଉଣ୍ଡ

ଲଣ୍ଡନ, ୬ା୫ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ସମଗ୍ର ସିଜନ ଖେଳ ନ ହୁଏ ତେବେ ଇଂଲଣ୍ଡ କ୍ରିକେଟ ପାଖାପାଖି ୩୮୦ ନିୟୁତ ପାଉଣ୍ଡ ରାଜସ୍ବ...

ଇତିହାସ ରଚିଲେ ଏହି କ୍ରିକେଟର

ଢାକା,୧୦।୮: ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଟି-୧୦ ମ୍ୟାଚ୍‌ରେ ବାଂଲାଦେଶ ଅଷ୍ଟ୍ରେଲିଆକୁ ୬୦ ରନରେ ପରାସ୍ତ କରିଛି। ଏହା ସହ ଦଳ ୫...

ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଚଣ୍ଡିଗଡ଼,୨୭।୫(ପି.ଟି.): କିମ୍ବଦନ୍ତୀ ଆଥ୍‌ଲେଟ ମିଲ୍‌ଖା ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଇଣ୍ଟେନସିଭ କେୟାର ୟୁନିଟ୍‌ (ଆଇସିୟୁ) ବାହାରକୁ ନିଆଯାଇଛି। ସେ କୋଭିଡ୍‌ ନିମୋନିଆ ପାଇଁ...

ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସେଲ୍ଫ ଆସୋଲେଶନରେ ରହିବାକୁ କୁହାଯାଇଥିଲା

ଜୋହାନ୍ସବର୍ଗ,୧୯।୩(ପି.ଟି.)- ଭାରତ ଗସ୍ତରୁ ସ୍ବଦେଶ ଫେରିବା ପରେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସେଲ୍ଫ ଆସୋଲେଶନରେ ରହିବାକୁ କୁହାଯାଇଥିଲା। କରୋନା ଭାଇରସ ଆତଙ୍କ କାରଣରୁ ଗସ୍ତ ଅଧାରୁ...

ଆଇପିଏଲ୍‌ରେ କୋଭିଡ୍‌ର କଳାବାଦଲ: ବିଦେଶୀ ଖେଳାଳିଙ୍କୁ ପଠାଇବା ବ୍ୟବସ୍ଥା କରିବ ବିସିସିଆଇ

ନୂଆଦିଲ୍ଲୀ/ମେଲବୋର୍ନ,୨୮ା୪(ପି.ଟି.)-ଭାରତରେ କୋଭିଡ୍‌ର ଦ୍ୱିତୀୟ ଲହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଉଥିବାରୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଂଶଗ୍ରହଣ କରିବାକୁ ଆସିଥିବା...

୧୨ ବର୍ଷ ପରେ କୋହଲିଙ୍କ ନାଁରେ ଏହି ଲଜ୍ଜାଜନକ ରେକର୍ଡ

କାନବେରା,୨।୧୨: ଭାରତୀୟ କ୍ରିକେଟ ଦଳର ଅଧବନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ୬୩ରନ୍‌ କରି ଜୋଶ ହେଜେଲଉଡଙ୍କ ଶିକାର ହୋଇଥିଲେ। ଲଗାତାର...

ବେଲି ଅଷ୍ଟ୍ରେଲିଆ କ୍ରିକେଟ ଚୟନକାର୍ତ୍ତା

ସିଡ୍‌ନୀ,୨୭।୧୧(ଏଏଫ୍‌ପି): ପୂର୍ବତନ ଟି୨୦ ଦଳର ଅଧିନାୟକ ଜର୍ଜ ବେଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଚୟନକର୍ତ୍ତା ପଦରେ ବୁଧବାର ନିଯୁକ୍ତ ହୋଇଛନ୍ତି। ସେ ୩ ଜଣିଆ ଜାତୀୟ...

୧୨୪ରେ ଅଟକିଲା ଟିମ୍‌ ଇଣ୍ଡିଆ

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ବିଫଳ ହୋଇଛି ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ। ପ୍ରାରମ୍ଭିକ...

Advertisement
Archives

Model This Week