Posted inଜାତୀୟ

ବାଘ ସଂରକ୍ଷଣ ପାଇଁ ସୃଷ୍ଟି ହେବ ଅଧିକ ଟାଇଗର କରିଡୋର…

ନୂଆଦିଲ୍ଲୀ,୮।୧ : ଦେଶରେ ବାଘଙ୍କର ସଂରକ୍ଷଣ ସହିତ ସେମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟମାନଙ୍କ ସହିତ ଅଧିକ ଟାଇଗର କରିଡର ସୃଷ୍ଟି କରିବେ। ଗତ ଏକ ବର୍ଷ ମଧ୍ୟରେ ଦେଶରେ ୧୧୬ ବାଘଙ୍କ ମୃତ୍ୟୁ ଦୁର୍ଘଟଣା ଏବଂ ଅସୁରକ୍ଷିତ ଗତିବିଧି କାରଣରୁ ଘଟିଥିଲା। ଏଭଳି ପରିସ୍ଥିତିରେ, କରିଡରର ସମ୍ପ୍ରସାରଣ ଦ୍ୱାରା ବାଘମାନେ ମୁକ୍ତ ଭାବରେ ବୁଲିବାରେ ସକ୍ଷମ ହେବେ ଏବଂ ସେମାନଙ୍କୁ ସଂରକ୍ଷଣ କରିବାକୁ ସରକାର ମଧ୍ୟ ସକ୍ଷମ ହେବେ। ବର୍ତ୍ତମାନ ଦେଶରେ ୩୨ ଟି ବାଘ କରିଡୋର ଅଛି ।

ଏଥି ସହିତ ବନ୍ୟଜନ୍ତୁ ମନ୍ତ୍ରଣାଳୟ ରାଜ୍ୟଗୁଡିକ ସହିତ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ କର୍ନାଟକ ଆଦି ଅଧିକ ବାଘ ଥିବା ଅଞ୍ଚଳରୁ କମ୍‌ ବାଘ ସଂଖ୍ୟା ଥିବା ସଂରକ୍ଷଣ ଅଞ୍ଚଳକୁ ସ୍ଥାନାନ୍ତର କରୁଛି। ନିକଟରେ ସତପୁରା, ମୁକୁନ୍ଦରା ପାହାଡ, ସରିସ୍କା ଏବଂ ବିଷଧାରୀ ଟାଇଗର ରିଜର୍ଭକୁ ବାଘ ପଠାଯାଇଛି। ଏଥିରେ ଅଣ୍ଡିରା ବାଘ ସ୍ଥାନାନ୍ତର ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ୨୦୧୮ ଜନଗଣନା ଅନୁଯାୟୀ ଦେଶରେ ୨,୯୬୭ ବାଘ ଅଛନ୍ତି। ସେମାନେ ୫୪ଟି ଟାଇଗର ସଂରକ୍ଷଣ ଏବଂ ୩୨ କରିଡୋରରେ ମୁକ୍ତ ଭାବରେ ବାସ କରୁଛନ୍ତି ।

ନିକଟରେ କର୍ନାଟକରେ ଜାତୀୟ ଟାଇଗର ସଂରକ୍ଷଣ ପ୍ରାଧିକରଣର ବୈଠକରେ ବାଘଙ୍କ ଜନସଂଖ୍ୟା ପରିଚାଳନା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏଥିରେ ବିହାର, ଓଡିଶା, ମିଜୋରାମ, ଝାଡଖଣ୍ଡ, କେରଳ ଭଳି ରାଜ୍ୟର ଜଙ୍ଗଲ ଅଞ୍ଚଳରେ କରିଡୋର ବିସ୍ତାର କରିବାର ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା। ରାଜସ୍ଥାନରେ କୁମ୍ବଲଗଡକୁ ଟାଇଗର ରିଜର୍ଭ ଘୋଷଣା କରିବା ନେଇ ସହମତି ପ୍ରକାଶ ପାଇଥିଲା।

୨୦୧୮ ଜନଗଣନା ଅନୁଯାୟୀ ମଧ୍ୟପ୍ରଦେଶରେ ସର୍ବାଧିକ ବାଘ ସଂଖ୍ୟା ୫୨୬ ରହିଛି। କର୍ନାଟକରେ ୫୨୪, ଉତ୍ତରାଖଣ୍ଡରେ ୪୪୨ ବାଘ ରହିଛନ୍ତି। ସେହିପର ମହାରାଷ୍ଟ୍ରରେ ୩୧୨ ଏବଂ ତାମିଲନାଡୁରେ ୨୬୫ ବାଘ ଅଛନ୍ତି। ବର୍ତ୍ତମାନର ଜନଗଣନା ବାଘ ଜନସଂଖ୍ୟାକୁ ଦ୍ୱିଗୁଣିତ କରିବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଶୀଘ୍ର ବାଘମାନଙ୍କୁ ସଂରକ୍ଷିତ ସ୍ଥାନ ଦେବା କାର୍ଯ୍ୟରେ ନିୟୋଜିତ ଅଛି।

ଟାଇଗର ଜନସଂଖ୍ୟା ବୃଦ୍ଧି ଉପରେ ମନ୍ତ୍ରଣାଳୟ ନଜର ରଖିଛି ବୋଲି ଏନଟିସିଏ ସଦସ୍ୟ ସଚିବ ଡକ୍ଟର ଏସପି ଯାଦବ କହିଛନ୍ତି। ବାଘ ପାଇଁ ବୁଲିବା ଏବଂ ମୁକ୍ତ ଭାବରେ ଯିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିବା ଆବଶ୍ୟକ। ଏହା ସଂରକ୍ଷଣ ସହିତ ଟାଇଗର ଜନସଂଖ୍ୟା ବିସ୍ତାର କରିବାରେ ସାହାଯ୍ୟ କରିବ। ସେ କହିଛନ୍ତି, ଅଧିକ ବାଘ ଜନସଂଖ୍ୟାରୁ କମ ଜନସଂଖ୍ୟା ଅଞ୍ଚଳକୁ ବାଘ ପଠାଇବା ପ୍ରକ୍ରିୟା ସମୟ ସମୟରେ କରାଯାଇଥାଏ। ଯଦି କରିଡୋରର ସମ୍ପ୍ରସାରଣ ସଠିକ ଭାବରେ କରାଯାଏ, ତେବେ ବାଘ ଜନସଂଖ୍ୟାରେ ଆହୁରି ବୃଦ୍ଧି ହେବା ସହିତ ସଂରକ୍ଷଣ ମଧ୍ୟ ସହଜ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?