ବୁଗୁଡ଼ା ବନାଞ୍ଚଳରେ ୧୩ ହାତୀ, ଚିନ୍ତାରେ ଚାଷୀ

ବୁଗୁଡା,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳର ପଞ୍ଚୁଭୁତି ସେକ୍ସନ ଉଦୟପୁର ବିଟ୍‌ ନିକଟସ୍ଥ କରସିଙ୍ଗି ଗ୍ରାମରେ ଶନିବାର ରାତିରେ ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଥିଲା। ପୂର୍ବରୁ ୭ ଟିକିଆ ହାତୀପଲ ଏହି ଅଞ୍ଚଳର ଚାଷୀଙ୍କର ଅନେକ କ୍ଷୟକ୍ଷତି କରି ଓଡ଼ଗାଁ ବନାଞ୍ଚଳକୁ ଚାଲି ଯାଇଥିଲେ। କିନ୍ତୁ ଗତ ରାତିରେ ଅଚାନକ ୧୩ ଟିକିଆ ହାତୀପଲ ପୁଣି ଥରେ ଫେରି ଆସି କରସିଙ୍ଗି ଗ୍ରାମର ଅନେକ ଚାଷୀଙ୍କ ବିଭିନ୍ନ ପନିପରିବା ସହିତ ଅମଳ ଧାନକୁ ଖାଇ ନଷ୍ଟ କରିଦେଇଛନ୍ତି। ସକାଳୁ ହାତୀଙ୍କ ଉପଦ୍ରବ ଦେଖି ଚାଷୀମାନେ ହତାଶ ହୋଇଯାଇଥିଲେ। ବନପାଳ ପଲ୍ଲବୀ ନନ୍ଦ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି। ହାତୀଙ୍କ ଉପଦ୍ରବରେ ଗଙ୍ଗାଧର ପ୍ରଧାନଙ୍କ ଖଳାରେ ଥିବା ୩୫ ବସ୍ତା ଧାନକୁ ଖାଇ ନଷ୍ଟ କରିବା ସହ ରମେଶ ଚନ୍ଦ୍ର ବାରିକ, ସମିତା ବାରିକ, ସନ୍ଧ୍ୟା ବାରିକ, ଦେବ ସେଠୀ, ସୁଶାନ୍ତ ସେଠୀଙ୍କ ବ୍ୟାପକ ପନିପରିବା ମଧ୍ୟ ନଷ୍ଟ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଯଦିଓ ସରକାର କ୍ଷତିଗ୍ରସ୍ଥ ଚାଷୀଙ୍କୁ କିଛି ସହାୟତା ରାଶି ଯୋଗାଉଛନ୍ତି ତାହା ଚାଷୀଙ୍କ ପରିଶ୍ରମ ମୂଲ୍ୟର ସମୁଦ୍ରକୁ ଶଙ୍ଖେ ପାଣି ଭଳି। ଏହି ଅଞ୍ଚଳରେ ବନ୍ୟ ପ୍ରାଣୀଙ୍କ ଦ୍ୱାରା ଚାଷୀଙ୍କ ଅନେକ ପନିପରିବା, ଫସଲ ନଷ୍ଟ ହେଉଥିବା ବେଳେ ବନ ବିଭାଗ ଏହାର ପ୍ରତିକାରରେ ସଫଳ ହୋଇପାରୁନାହିଁ। ବନ ବିଭାଗ ପକ୍ଷରୁ ଜଙ୍ଗଲରେ ରାତ୍ର ପାଟ୍ରୋଲିଂ ଠିକ୍‌ ଭାବରେ କରାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ବୁଗୁଡା ବନାଞ୍ଚଳ ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କୁ ପଚାରିବାରେ ଏହାକୁ ଖଣ୍ଡନ କରି ଜଙ୍ଗଲରେ କର୍ମଚାରୀମାନେ ରାତି ପାଟ୍ରୋଲିଂ କରୁଛନ୍ତି। ଗତ ୧୫ ଦିନ ତଳେ ରାତ୍ର ପାଟ୍ରୋଲିଂ କରିବା ସମୟରେ ହାତୀପଲ ହାବୁଡ଼ରେ ପଡ଼ି ବନରକ୍ଷୀ ହୃଷିକେଶ ପାଣିଗ୍ରାହୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍‌ଏଫ୍‌ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri