୫ ଦିନରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୫ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହୁଛି। ଫଳରେ ଗତ ୫ଦିନ ମଧ୍ୟରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ଧାରା ଜାରି ରହିଲେ ଆଉ ୪ ଦିନ ମଧ୍ୟରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଛୁଇଁବାର ଆଶଙ୍କା ଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୬ ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩୮ ହଜାର ୧୩୫ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୯୭୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୭୭୧ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୋମବାର ସୁଦ୍ଧା ୧୧ ଲକ୍ଷ ୮୬ ହଜାର ୨୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫ଲକ୍ଷ ୭୯ ହଜାର ୩୫୭ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଅଗଷ୍ଟ ୨ ସୁଦ୍ଧା ଦେଶରେ ୨ କୋଟି ୨ ଲକ୍ଷ ୨ ହଜାର ୮୫୮ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି। ରବିବାର ୩ ଲକ୍ଷ ୮୧ ହଜାର ୨୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ଶେଷ ସୁଦ୍ଧା ଭାରତକୁ ମିଳିବ ୩୦ ଲକ୍ଷ ସ୍ପୁଟନିକ୍‌-ଭି ଡୋଜ୍‌: ଅଗଷ୍ଟରେ ଉତ୍ପାଦନ ହେବ ଆରମ୍ଭ…

ନୂଆଦିଲ୍ଲୀ,୨୨।୫: ଭାରତରେ କରୋନା ମହାମାରୀ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଦେଶରେ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡର ସାର୍ବଜନୀକ ଟିକାକରଣ ଜାରି ରହିଛି। ଦେଶରେ ରୁଷିଆ ଟିକା...

ତାମିଲନାଡୁରେ ଭାଜପା ହାତ ଛାଡ଼ିଲା ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୧୯ା୯: ତାମିଲନାଡୁରେ ଭାଜପା ସହ ମେଣ୍ଟ ନ ଥିବା ଏଆଇଏଡିଏମ୍‌କେ ସୋମବାର ଘୋଷଣା କରିଛି। ମେଣ୍ଟ ସମ୍ପର୍କିତ କୌଣସି ନିଷ୍ପତ୍ତି ନିର୍ବାଚନ ବେଳେ ନିଆଯିବ ବୋଲି ଦଳ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆରମ୍ଭ ହୋଇଥିବା କୁହାଯାଉଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି।...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେନି ଅଖିଳେଶ,ମାୟାବତୀ!

ନୂଆଦିଲ୍ଲୀ,୨୬।୧୨: ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ବିଏସ୍‌ପି ସୁପ୍ରିମୋ ମାୟାବତୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ...

ସ୍ଥିତି ନୁହେଁ ଉପଯୋଗୀ ଶାହିନ ବାଗ୍‌ ଶୁଣାଣି ମାର୍ଚ୍ଚ ୨୩ରେ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀର ସ୍ଥିତି ଉପଯୋଗୀ ନ ଥିବାରୁ ଶାହିନ ବାଗ୍‌ ଶୁଣାଣି ଏବେ ହେବନି ବୋଲି ସୁପ୍ରିମ୍‌କୋର୍ଟ ବୁଧବାର କହିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି ଶାନ୍ତ...

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର: ୧୧ ଦୃଷ୍ଟିଶକ୍ତି ହରାଇଲେ

ଭୋପାଳ,୧୮ା୮(ଆଇଏଏନ୍‌ଏସ୍‌): ଇନ୍ଦୋର ଆଇ ହସ୍ପିଟାଲ୍‌ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ୧୧ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ଅସ୍ତ୍ରୋପଚାର କକ୍ଷକୁ ସିଲ୍‌ କରିଦେବା ସହ...

ସୁଧହାର କମାଇଲା ଆରବିଆଇ

ନୂଆଦିଲ୍ଲୀ,୪।୧୦: ମୁଦ୍ରାନୀତି ସମୀକ୍ଷା ପରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୦.୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଫଳରେ ୫.୧୫ ପ୍ରତିଶତକୁ ରେପୋ ରେଟ...

CORONAVIRUS UPDATE: ଦିନକରେ ଚିହ୍ନଟ ହେଲେ ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩,୭୨୩

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଶନିବାର ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨୫ ଜଣଙ୍କୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ରେ...

Advertisement
Archives

Model This Week