୩କୋଟିରୁ ଊର୍ଦ୍ଧ୍ୱ ଠକେଇ, ଓରିସନ୍‌ ଏମ୍‌ଡି ଗିରଫ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜଧାନୀରେ ଜମି ଯୋଗାଇଦେବାକୁ କହି ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଲୁଚି ବୁଲୁଥିବା ଜଣେ ବିଲ୍ଡରଙ୍କୁ ଶହୀଦନଗର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଓରିସନ ଇଞ୍ଜିନିୟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କା (୪୦)। ୨୦୦୮ରୁ ୨୦୧୯ ମଧ୍ୟରେ ସେ ବହୁ ଲୋକଙ୍କୁ ଠକେଇ କରିଥିବାବେଳେ ତାଙ୍କ ନାମରେ ଶହୀଦନଗର ଥାନାରେ ୩ଟି ଓ ଚନ୍ଦ୍ରଶେଖରପୁର ଥାନାରେ ଗୋଟିଏ ମାମଲା ରହିଛି। ଏଥିସହ ବିଭିନ୍ନ ଥାନାରେ ଆହୁରି ବହୁ ଲୋକ ଅଭିଯୋଗ କରିଥିବାରୁ ମାମଲା ସଂଖ୍ୟା ବଢ଼ିବ। ତେବେ ଏହି ଠକେଇରେ ମନୋଜଙ୍କ ଦୁଇ ସହଯୋଗୀ ଓ ଅନ୍ୟମାନେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ସେମାନେ ଧରାପଡିଲେ ଠକେଇର ବହୁ ଗୁମର ପଦାକୁ ଆସିବ ବୋଲି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ କହିଛନ୍ତି।
ମନୋଜଙ୍କ ଘର କଟକ ନେମାଳ ଥାନା ଅନ୍ତର୍ଗତ ମୋହନପୁରରେ ହୋଇଥିବାବେଳେ ସେ ଭୁବନେଶ୍ୱର ନୀଳାଦ୍ରିବିହାର ବୁଦ୍ଧପାର୍କ ନିକଟରେ ରହି ଶହୀଦନଗର ଥାନାଞ୍ଚଳରେ ଉକ୍ତ ସଂସ୍ଥାର ଅଫିସ ଖୋଲିଥିଲେ। ଜମି ଦେବା ବାହାନାରେ ଲୋକଙ୍କୁ ନାନା ଭାବେ ପ୍ରଲୋଭିତ କରି ଟଙ୍କା ହାତେଇବା ପରେ ୫ରୁ ୬ବର୍ଷ ଲାଗିଯିବ ବୋଲି କୁହନ୍ତି। କିନ୍ତୁ ପରେ କାହାକୁ ଜାଗା ନ ଦେଇ ଫସାନ୍ତି। ପୁଣି ଗୋଟିଏ ଜାଗାକୁ ୫/୬ଜଣଙ୍କ ନାଁରେ ରେଜିଷ୍ଟ୍ରେଶନ କରି ଠକନ୍ତି। ଏନେଇ ଠକାମିର ଶିକାର ହୋଇଥିବା ଏକାଧିକ ଲୋକ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ। ଏହାପରଠୁ ମନୋଜ ଓ ସହଯୋଗୀମାନେ ଅଫିସରେ ତାଲା ପକାଇ ଫେରାର ହୋଇଥିଲେ।
ଟାର୍ଗେଟ୍‌ରେ ଥିଲେ ଅଧିକାଂଶ କଲେଜ ପ୍ରଫେସର
ଅଭିଯୁକ୍ତ ମନୋଜଙ୍କ ଟାର୍ଗେଟ୍‌ରେ ବଡ଼ବଡିଆ ବିଶେଷକରି ଅଧିକାଂଶ କଲେଜ ଲେକ୍‌ଚରର ଓ ପ୍ରଫେସର ରହୁଥିଲେ। କୌଣସି ଏକ ସୁଯୋଗରେ ସେମାନଙ୍କ ସହ ସମ୍ପର୍କ ଯୋଡ଼ିବା ସହ ନିଜ ପରିଚୟ ଓ ଓରିସନ୍‌ ସଂସ୍ଥା ବିଷୟରେ କହି ବିଶ୍ୱାସଭାଜନ ହେଉଥିଲେ। ଅଳ୍ପ ମୂଲ୍ୟରେ ଭଲ ସ୍ଥାନରେ ଘର ଉପଯୋଗୀ ଜମି କରାଇଦେବାର ରଙ୍ଗିନ୍‌ ସ୍ବପ୍ନ ଦେଖାଇ ଲକ୍ଷଲକ୍ଷ ଟଙ୍କା ହାତେଇ ନେଉଥିଲେ। ମନୋଜ ଏହିପରି ଭାବେ ବାଙ୍କୀ କଲେଜର ୬ଜଣ ଲେକ୍‌ଚରର ଓ ପ୍ରଫେସର, ଆର୍‌ଡି ମହିଳା ବିଶ୍ୱବିଦ୍ୟାଳୟର ଜଣେ ମହିଳା ପ୍ରଫେସର ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କୁ ଠକିଥିବା ନେଇ ଅଭିଯୋଗ ହୋଇଛି।
ପୋଲିସ ଜାଲରେ ଫସିଗଲେ ମନୋଜ
ପୋଲିସ ଆଖିରେ ଧୂଳି ଦେଇ ବାରମ୍ବାର ସ୍ଥାନ ବଦଳାଇ ଲୁଚି ରହୁଥିବାରୁ ମନୋଜଙ୍କୁ ଧରିବା କଷ୍ଟକର ହୋଇପଡୁଥିଲା। ତେଣୁ ଶହୀଦନଗର ଥାନା ପୋଲିସ ଜାଲ ବିଛାଇଥିଲା। ଠକାମିର ଶିକାର ହୋଇଥିବା ଜଣେ ଅଭିଯୋଗକାରୀଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଥିଲା। ପୋଲିସର ଯୋଜନା ମୁତାବକ ଅଭିଯୋଗକାରୀ ଜଣକ ମନୋଜଙ୍କ ସହ ଫୋନ୍‌ରେ କଥା ହୋଇ ତାଙ୍କୁ ବୁଝାଇଶୁଝାଇ ଜରୁରୀ ଦେଖା କରିବାକୁ ଆଚାର୍ଯ୍ୟବିହାରସ୍ଥିତ ଏକ ସ୍ଥାନକୁ ଡାକିଥିଲେ। ପୋଲିସର ଏପରି ଚାଲ୍‌କୁ ମନୋଜ ବୁଝି ନ ପାରି ନିର୍ଦ୍ଧାରିତ ସମୟ ଅନୁସାରେ ଉକ୍ତ ସ୍ଥାନରେ ପହଞ୍ଚତ୍ ଅଭିଯୋଗକାରୀଙ୍କ ସହ କଥା ହେଉଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଘେରି ରହିଥିବା ପୋଲିସ ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri