କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୫ ଗିରଫ

ଭୁବନେଶ୍ୱର,୨୮ା୮(ସତ୍ୟଜିତ୍‌ ରାଉତ): ସିବିଆଇ ଅଫିସର କହି ଘରେ ପଶିଥିଲେ। ବାପପୁଅଙ୍କୁ ବାନ୍ଧି ବନ୍ଧୁକ ମୁନରେ ଭୟ ଦେଖାଇ ସିନେମା ଷ୍ଟାଇଲ୍‌ରେ ଲୁଟିଥିଲେ ୧.୭ କୋଟି ନଗଦ ଟଙ୍କା ସମେତ ସୁନା ଅଳଙ୍କାର। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାର ଅଞ୍ଚଳରେ ଘଟିଥିବା ଏହି ଡକାୟତିରେ ସମ୍ପୃକ୍ତ ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଧରିବା ସହ ୫ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୋଳ ଜିଲା ରେଙ୍ଗାଲି ଡ୍ୟାମ୍‌ ସାଇଟ୍‌ ଥାନା ଅଞ୍ଚଳର ହେମନ୍ତ କୁମାର ଧୀର୍‌ (୩୨), ସନାତନ ନାୟକ ଓରଫ ସନା, ଭୁବନେଶ୍ୱର ମୈତ୍ରୀବିହାର ଥାନା ଅଞ୍ଚଳରେ ରହୁଥିବା ଅନୁଗୋଳ ଜିଲା ଟାଉନ ଥାନା ଅଞ୍ଚଳର ଅର୍ବାଜ୍‌ ଖାନ୍‌ (୨୨), କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ସଞ୍ଜୟ ମଲ୍ଲିକ (୩୬) ଓ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା ଯାଜପୁର ଜିଲା ବରି ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଅଜମିର୍‌ ଅଲ୍ଲୀ (୪୮)। ଅଭିଯୁକ୍ତଙ୍କ ପାଖରୁ ୧.୦୨ କୋଟି ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ମଙ୍ଗଳସୂତ୍ର, ଗୋଟିଏ ଚେନ୍‌, ୪ଟି ମୁଦି ଓ ଗୋଟିଏ କାନଫୁଲ ଜବତ ହୋଇଛି। ରବିବାର ସେମାନଙ୍କୁ କୋର୍ଟଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି। ହେମନ୍ତ ଜଣେ ବିଧାୟକଙ୍କ ସହଯୋଗୀ ବୋଲି ସୂଚନା ମିଳିଛି। ଏହି ମାମଲାରେ ଅଭିଯୋଗକାରୀଙ୍କ ଜଣେ ବନ୍ଧୁଙ୍କ ଡ୍ରାଇଭର ବାଦଲ ସମେତ ୪ଜଣ ଫେରାର ଅଛନ୍ତି। ସେମାନଙ୍କୁ ଖୁବ୍‌ଶ୍ରୀଘ୍ର ଗିରଫ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ଡିସିପି ପ୍ରତୀକ ସିଂ କହିଛନ୍ତି। ଅଗଷ୍ଟ ୨ ସା ପ୍ରାୟ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ନନ୍ଦନବିହାର ବସୁନ୍ଧରା କଲୋନୀର ପ୍ଲଟ ନଂ.୨୬୮/୨ସ୍ଥିତ ଘରେ ଏହି ଡକାୟତି ହୋଇଥିଲା। ସେତେବେଳେ ଭୁବନେଶ୍ୱରରେ ବର୍ଷା ହେଉଥିଲା। ଘରେ ବରିଷ୍ଠ ନାଗରିକ ନିବାରଣ ପାଣି ଏବଂ ତାଙ୍କ ପୁଅ ଶୁଭମ୍‌ ଥିଲେ। ହଠାତ୍‌ ୩ଜଣ ଯୁବକ କବାଟ ଠକ୍‌ ଠକ୍‌ କରି ନିଜକୁ ସିବିଆଇ ଅଫିସର ବୋଲି କହିଥିଲେ। ସେମାନେ ଭିତରକୁ ଯିବାପରେ ତାଙ୍କ ଘରେ ରେଡ୍‌ ହୋଇଥିବା କହିଥିଲେ। ଏହାପରେ ବାହାରେ ଥିବା ଅନ୍ୟ ୫ଜଣ ଯୁବକ ହଠାତ୍‌ ଘର ଭିତରକୁ ପଶିଯାଇଥିଲେ। ସମସ୍ତ ଅଭିଯୁକ୍ତମାନେ ବାପପୁଅଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ଭୟଭୀତ କରାଇଥିଲେ। ଉଭୟଙ୍କ ମୁହଁରେ ସେଲୋଟେପ୍‌ ଗୁଡ଼ାଇ ହାତକୁ ଟାଉଲ୍‌ରେ ବାନ୍ଧି ଦେଇଥିଲେ। ଏହାପରେ ସେମାନେ ଡକାୟତି କରି ଫେରାର ହୋଇଯାଇଥିଲେ। ଏନେଇ ନିବାରଣଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା (ନଂ.୨୬୩ /୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ବନ୍ଧୁଙ୍କ ଡ୍ରାଇଭର ରଚିଥିଲେ ଡକାୟତି ଷଡ଼ଯନ୍ତ୍ର

ଗୃହକର୍ତ୍ତା ନିବାରଣଙ୍କ ଜଣେ ବନ୍ଧୁଙ୍କ ଡ୍ରାଇଭର ବାଦଲ ହିଁ ଏହି ଡକାୟତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଘଟଣାର କିଛିଦିନ ପୂର୍ବରୁ ନିବାରଣଙ୍କ ବନ୍ଧୁଙ୍କ ସହ ବାଦଲ ଉକ୍ତ ଘରକୁ ଆସିଥିଲେ। ନିବାରଣ ଘର କିଣିବା ପାଇଁ ବିପୁଳ ଟଙ୍କା ରଖିଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ଅନ୍ୟମାନଙ୍କ ସହ ମିଶି ଏହି ଯୋଜନା କରିଥିଲେ। ଘଟଣା ପରେ ଲୁଟ୍‌ ଟଙ୍କାଙ୍କୁ ପରସ୍ପର ବାଣ୍ଟି ନେଇଥିଲେ।

ଅଭିଯୁକ୍ତଙ୍କ ପାଖରେ କେମିତି ପହଞ୍ଚତ୍ଲା

ପୋଲିସଅଭିଯୁକ୍ତମାନେ ଏକ କାର୍‌ (ଓଡ଼ି୨୫ଇ୧୦୫୧) ରେ ଆସିଥିଲେ। ଲୁଟ୍‌ କରିବା ପରେ ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ ବାଦଲ ଆଣିଥିବା ତାଙ୍କ ବ୍ୟାଗକୁ ଘଟଣାସ୍ଥଳରେ ଛାଡ଼ି ଚାଲିଯାଇଥିଲେ। ତଦନ୍ତ ସମୟରେ ମିଳିଥିବା ଉକ୍ତ ବ୍ୟାଗ୍‌କୁ ନିବାରଣ ଚିହ୍ନି ତାହା ତାଙ୍କ ବନ୍ଧୁଙ୍କ ଡ୍ରାଇଭରଙ୍କର ବୋଲି କହିଥିଲେ। ବ୍ୟାଗ୍‌ରୁ ମିଳିଥିବା ଏକ ସିମ୍‌ କାର୍ଡକୁ ଯାଞ୍ଚ କରିବା ପରେ ତାହା ବାଦଲର ବୋଲି ମଧ୍ୟ ସ୍ପଷ୍ଟ ହୋଇଥିଲା। ଅନ୍ୟପଟେ ସିସିଟିଭି ଫୁଟେଜ୍‌ ଯାଞ୍ଚରୁ ଅଭିଯୁକ୍ତମାନେ ଆସିଥିବା କାର୍‌ର ନମ୍ବର ମିଳିଯାଇଥିଲା। ଉକ୍ତ ନମ୍ବରକୁ ଟ୍ରାକ୍‌ କରିବା ପରେ ତାହା ହେମନ୍ତଙ୍କ ନାଁରେ ଥିବା ଜଣାପଡିଥିଲା। ପ୍ରଥମେ ହେମନ୍ତ ଧରାପଡ଼ିବା ପରେ ସେ ଅନ୍ୟମାନଙ୍କ ନାଁ କହିଥିଲେ। ପୋଲିସ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?