Odisha Elections 2024

ଡେଙ୍ଗୁରେ ଆକ୍ରାନ୍ତ ହେଲେଣି ୩ହଜାରରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର,୨୯।୮(ଅଭିଜିତ ଦାସ):ରାଜ୍ୟରେ କ୍ଷିପ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ପ୍ରତିବର୍ଷ ପରି ଚଳିତବର୍ଷ ଡେଙ୍ଗୁ ମୁକାବିଲା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ନିଷ୍ପତ୍ତି ଓ ନିର୍ଦ୍ଦେଶ ତଳସ୍ତରରେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବାରୁ ଡେଙ୍ଗୁ ବେକାବୁ ହେବାରେ ଲାଗିଛି। ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ଥିବା ଉଚ୍ଚ ଅଧିକାରୀମାନେ କହୁଥିଲେ ମଧ୍ୟ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପିଛି। ବିଶେଷକରି ଶେଷ ୧୦ଦିନରେ ରାଜ୍ୟରେ ୧ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବାରୁ ଚିନ୍ତା ବଢ଼ିଛି। ଅନ୍ୟପକ୍ଷରେ ଏବେ ବି ଭୁବନେଶ୍ୱର ପାଇଁ ଖୋର୍ଦ୍ଧା ଜିଲା ହଟ୍‌ସ୍ପଟ୍‌ରେ ରହିଥିବାବେଳେ ପୁରୀ ଓ କଟକ ଜିଲାରେ ସଂକ୍ରମଣ ଅଧିକ ବଢ଼ୁଥିବା ଜଣାପଡିଛି।
ଜନସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ବିଭିନ୍ନ ଜିଲାରେ ୨୭ ତାରିଖ ସୁଦ୍ଧା ୪୬ ହଜାର ୪୯୧ ରକ୍ତ ନମୁନା ପରୀକ୍ଷଣ ହୋଇଥିବାବେଳେ ୩୦୯୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧ ହଜାର ୪୦୯ଜଣ ଡେଙ୍ଗୁ ଆକ୍ରାନ୍ତ ରହିଛନ୍ତି। ଏହା ତଳକୁ ପୁରୀ ଜିଲାରେ ୩୪୨, କଟକରେ ୨୭୮, ବାଲେଶ୍ୱରରେ ୨୭୭, ଜଗତ୍‌ସିଂହପୁରରେ ୧୭୩ ଓ ନୟାଗଡ ଜିଲାରେ ୧୧୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲାର ଅଧିକାଂଶ ଡେଙ୍ଗୁ ରୋଗୀ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳର ବୋଲି ଜଣାପଡିଛି।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଡେଙ୍ଗୁରେ ଅତିବେଶିରେ ମାତ୍ର ୫ ପ୍ରତିଶତ ଲୋକ ଗୁରୁତର ହେଉଛନ୍ତି। ଭୁବନେଶର କ୍ୟାପିଟାଲ ହସ୍ପିଟାଲ ଉପରୁ ଡେଙ୍ଗୁ ଚିକିତ୍ସା ବୋଝ କମାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ୪ଟି ଅର୍ବାନ ସିଏଚ୍‌ସିରେ ଡେଙ୍ଗୁ ରୋଗୀଙ୍କ ପାଇଁ ୧୦ଟି ଲେଖାଏ ସ୍ବତନ୍ତ୍ର ବେଡ୍‌ ବ୍ୟବସ୍ଥା କରାଯାଇଥିଲା। ସେହିପରି କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ଟେଷ୍ଟିଂ କେନ୍ଦ୍ର କରାଯିବା ସହ ଅଧିକ ମ୍ୟାନପାୱାର ମଧ୍ୟ ନିୟୋଜିତ ହୋଇଛନ୍ତି। ଏହାସହ ପଟିଆ ଅର୍ବାନ ସିଏଚ୍‌ସି ଓ ଆଇଆର୍‌ସି ଭିଲେଜ ଅର୍ବାନ ପିଏଚ୍‌ସିରେ ଟେଷ୍ଟିଂ ବ୍ୟବସ୍ଥା ସୋମବାରରୁ ଆରମ୍ଭ ହୋଇଛି। ଡେଙ୍ଗୁ ରୋଗୀ ଗୋଟିଏ ଜାଗାରେ ଗହଳି ନ କରି ସିଏଚ୍‌ସି ଓ ପିଏଚ୍‌ସି ହସ୍ପିଟାଲକୁ ଯିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଉଛି। ସେହିପରି ଡେଙ୍ଗୁ ଆକ୍ରାନ୍ତଙ୍କ ୨୦ ହଜାର ପର୍ଯ୍ୟନ୍ତ ପ୍ଲେଟ୍‌ଲେଟ୍‌ ଥିଲେ ବ୍ୟସ୍ତ କିମ୍ବା ବିବ୍ରତ ହୁଅନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୋହରାଇଲେ ମୋଦି, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୫: ଅନୁଗୋଳ ସଭାରେ ସମ୍ବୋଧିତ କରି ଓଡ଼ିଶାରେ ପ୍ରଥମଥର ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଯାଉଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ବିଜେଡି ସରକାରରେ ଓଡ଼ିଶା...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

”ଓଡ଼ିଶା ବରବାଦୀର କାରଣ ବିଜେଡି ସରକାର”: ନରେନ୍ଦ୍ର ମୋଦି

ଭୁବନେଶ୍ୱର,୨୦।୫: ସୋମବାର ସକାଳୁ ସକାଳୁ ପୁରୀରେ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୋଳରେ ପହଞ୍ଚିଥିଲେ। ଏଠାରେ ସେ ବକ୍ତବ୍ୟ ଦେଇ ସକାଳ...

ଭୋଟ୍‌ ଦେଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ଼,୨୦ା୫(ଶରତ ମିଶ୍ର): ବଲାଙ୍ଗୀର ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ଭୋଟ୍‌ ଦେଲେ ଅର୍ଥମନ୍ତ୍ରୀ

ଭଞ୍ଜନଗର,୨୦ା୫(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ସୋମବାର ନିଜ ଗ୍ରାମ ଅଗଝୋଳରେ ମତଦାନ ସାବ୍ୟସ୍ତ କରିଛନ୍ତି। ବିକ୍ରମ ସପ୍ତମଥର...

ମହାନଦୀ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ୱର,୨୦।୫: ପୁଣି ଭିଡିଓ ଜାରି କରି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଥିରେ ସେ ମହାନଦୀକୁ ପ୍ରସଙ୍ଗ କରି...

ସସ୍ତ୍ରୀକ ଭୋଟ୍‌ ଦେଲେ କଂଗ୍ରେସ ପ୍ରାର୍ଥୀ ନିପନ ଦାଶ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ଧାଡ଼ିରେ ଠିଆ ହୋଇ ମତଦାନ କଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବାଧାଡ଼ି ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri