Posted inଖେଳ

ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲାଇକ୍‌ କରି ଚର୍ଚ୍ଚାରେ ଏହି କ୍ରିକେଟର୍‌

ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିଜ ଫଟୋ କିମ୍ବା ଭିଡିଓ ଶେୟାର କରି ଚହଲ ପ୍ରାୟତଃ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଥା’ନ୍ତି। ତେବେ ଏବେ ଚହଲ ଟୁଇଟର୍‌ରେ ଏକ ସୁନ୍ଦରୀ ଯୁବତୀଙ୍କ ଫଟୋ ଲାଇକ୍‌ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଯୁବତୀ ଜଣଙ୍କ କୌଣସି ମଡେଲ କିମ୍ବା ଅଭିନେତ୍ରୀଙ୍କ ତୁଳନାରେ କମ ନୁହଁନ୍ତି। ୟୁଜଭେନ୍ଦ୍ର ଚହଲ,ଯୁବତୀଙ୍କ ଫଟୋ ଲାଇକ କରିଛନ୍ତି, ସେ ଚେସ୍‌ ଦୁନିଆର ଜଣେ ବଡ ଖେଳାଳି। ଏହି ଖେଳାଳିଙ୍କ ନାମ ହେଉଛି କିୟୁ ଜୋହ। ସେ ଚାଇନାର ମୂଳର ଖେଳାଳି। କିୟୁ ୨୦୦୫ରୁ ୨୦୧୧ପର୍ଯ୍ୟନ୍ତ ଫିନଲ୍ୟାଣ୍ଡ ପାଇଁ ଚେସ୍‌ ଖେଳିଥିଲେ ଏବଂ ଏହା ପରେ ସେ କାନାଡାରେ ଅବସ୍ଥାନ କରିଥିଲେ। କିୟୁ ଜୋହଙ୍କୁ ମାତ୍ର ୨୧ ବର୍ଷ ବୟସ ଏବଂ ସେ ୨୦୧୭ରେ ମହିଳା ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ୨୦୧୬ ମସିହାରେ, ସେ ଫିଡେ ମାଷ୍ଟର ଆଖ୍ୟା ମଧ୍ୟ ପାଇଥିଲେ। ୟୁଜବେନ୍ଦ୍ର ଚହଲ ନିଜେ ମଧ୍ୟ ଜଣେ ଚେସ୍‌ ଖେଲାଳି। ସେ ୨୦୧୩ରେ ଭାରତ ପାଇଁ ଚେସ ବିଶ୍ୱକପରେ ଅଂଶଗ୍ରହଣ କରିବା ସହିତ ଜାତୀୟ ସ୍ତରରେ ଚେସ ଚାମ୍ପିୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ପୁଣି ଯୁଦ୍ଧ ମୁହାଁ ମିଡଲ ଇଷ୍ଟ, ଇରାନ ଉପରେ ଆକ୍ରମଣ ପରେ ଟ୍ରମ୍ପ କହିଛନ୍ତି – ତେହରାନ ସରକାର ଏକ କର୍କଟ; ଶୀଘ୍ର ଅସ୍ତ୍ରୋପଚାର ଆବଶ୍ୟକ, ଜବାବ ରଖିଲା ଇରାନ

ଓ୍ବାଶିଂଟନ,୮।୭: ପଶ୍ଚିମ ଏସିଆ ପୁଣି ଥରେ ବଡ଼ ସଂଘର୍ଷ ଆଡକୁ ମୁହାଁଇଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସରକାର…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri