୩ ଦିନରେ ଗଲାଣି ୩୦ରୁ ଊର୍ଦ୍ଧ୍ୱ ଜୀବନ

ଭୁବନେଶ୍ୱର,୪ା୧୨(ସତ୍ୟଜିତ୍‌ ରାଉତ): ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ଡିସେମ୍ବର ପ୍ରଥମ ସପ୍ତାହକୁ ରାଜ୍ୟ ସରକାର ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ଭାବେ ପାଳନ କରୁଛନ୍ତି। ବ୍ୟାପକ ସଚେତନତା ସହ ରାସ୍ତାରେ ଚେକିଂ, ଆହତଙ୍କୁ ତୁରନ୍ତ ଉଦ୍ଧାର, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ନେବାକୁ ଜିଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ହୋଇଛି। ହେଲେ ଏହି ସପ୍ତାହ ଆରମ୍ଭରୁ ଦୁର୍ଘଟଣା ବଢ଼ିବା ଚିନ୍ତା ବଢ଼ାଇଛି। ‘ଶୂନ୍ୟ ମୃତ୍ୟୁ ସପ୍ତାହ’ର ପ୍ରଥମ ୩ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ହେଁ ଦୁର୍ଘଟଣା କମାଇବାକୁ ଏହା ପର୍ଯ୍ୟାପ୍ତ ହେଉନାହିଁ। ଡିସେମ୍ବର ୧ ଶୁକ୍ରବାର କେନ୍ଦୁଝର ଜିଲା ବାଲିଯୋଡ଼ି ନିକଟ ଜାତୀୟ ରାଜପଥ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ବିଳମ୍ବିତ ରାତିରେ ଭୁବନେଶ୍ୱର ପାହାଳ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଶନିବାର ନୂଆପଡ଼ା ଜିଲା ଲଖନା ଥାନା ଅନ୍ତର୍ଗତ ମେଣ୍ଢାଟାଲ ଛକରେ ଡମ୍ପର ଧକ୍କାରେ ବଡ଼ବାପା ଓ ଝିଆରୀଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ଦିନ ଭୁବନେଶ୍ୱର ନୟାପଲ୍ଲୀ ଡେଲ୍‌ଟା ଛକରେ ସ୍କୁଟି ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ଜୀବନ ଯାଇଥିଲା। ରବିବାର ମଧ୍ୟ ପାହାଳ ଓ ଚନ୍ଦ୍ରଶେଖରପୁରରେ ଘଟିଥିବା ପୃଥକ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ଏଥିସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟି ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫଳରେ ରାଜ୍ୟ ପରିବହନ ବିଭାଗର ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ଗତ ଏପ୍ରିଲ ୧ରୁ ୭ ପର୍ଯ୍ୟନ୍ତ ପ୍ରଥମ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ହୋଇଥିଲା। ଉକ୍ତ ସପ୍ତାହରେ ବୌଦ୍ଧ, ରାୟଗଡ଼ା, ସୋନପୁର, ଭଦ୍ରକ, ମାଲକାନଗିରି, ନୟାଗଡ଼ ଓ ସମ୍ବଲପୁରରେ ଦୁର୍ଘଟଣାରେ କୌଣସି ମୃତ୍ୟୁ ହୋଇ ନ ଥିଲା। ହେଲେ ଅନ୍ୟ ଜିଲାଗୁଡ଼ିକରେ ପ୍ରାୟ ୧୨୫ ବଡ଼ ଦୁର୍ଘଟଣାରେ ୭୦ ଜଣଙ୍କ ଜୀବନ ଯାଇଥିଲା। ଏସବୁ ଦୁର୍ଘଟଣା ପାଇଁ ପରିବହନ ବିଭାଗ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)କୁ ଦାୟୀ କରିଥିଲା। ଜାତୀୟ ରଜପଥଗୁଡ଼ିକରେ ବେଆଇନ ପାର୍କିଂ, ବ୍ରେକ୍‌ଡାଉନ୍‌ ହୋଇଥିବା ବଡ଼ଗାଡ଼ି ଏବଂ ମୃତ ପଶୁପକ୍ଷୀଙ୍କୁ ରାସ୍ତା ମଝିରେ ହଟା ନ ଯିବା ଆଦି କାରଣରୁ ଦୁର୍ଘଟଣା ଅଧିକ ଘଟିଲା ବୋଲି ବିଭାଗ କହିଥିଲା। ହେଲେ ଏହାର ସ୍ଥାୟୀ ନିରାକରଣ ପାଇଁ ପଦକ୍ଷେପ ନିଆ ନ ଯାଇ ଏବେ ରାଜ୍ୟ ପରିବହନ ବିଭାଗ ପୁରୁଣା ଢ଼ଙ୍ଗରେ ଏନ୍‌ଏଚ୍‌ଆଇକୁ ଦୋଷ ଦେଇ ଚିଠି ଲେଖିଛି।
ରାଜ୍ୟରେ ପରିବହନ ବିଭାଗ ତଥ୍ୟ ଅନୁଯାୟୀ, ୨୦୨୩ ଜାନୁୟାରୀରୁ ସେପ୍ଟେମ୍ବର ଅର୍ଥାତ ୯ ମାସ ମଧ୍ୟରେ ରାଜ୍ୟରେ ୮ ହଜାର ୯୩୯ ସଡ଼କ ଦୁର୍ଘଟଣାରେ ୪ ହଜାର ୧୭୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ହଜାର ୮୯୮ଜଣ ଆହତ ହୋଇଥିଲେ। ତେବେ ଦ୍ରୁତଗତି, ରାସ୍ତାରେ ବେଆଇନ ପାର୍କିଂ, ଖରାପ ରାସ୍ତା, ମଦ୍ୟପାନ, ବିନା ହେଲ୍‌ମେଟ୍‌, ରଙ୍ଗ୍‌ ସାଇଡ୍‌ ଓ ମୋବାଇଲ୍‌ରେ କଥା ହୋଇ ଗାଡ଼ି ଚଳାଇବା ଆଦି ଯୋଗୁ ଦୁର୍ଘଟଣା ଘଟୁଛି। କିନ୍ତୁ ସଚେତନତା ଦିଗରେ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଦୁର୍ଘଟଣା ବଢ଼ୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?