ବିକାଶ ନାଁରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍‌

ନୟାଗଡ଼,୬।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ସିଧାମୂଳ ପଞ୍ଚାୟତ କାନାସିଂ ଗାଁରେ ସୂଚନାଫଳକ ବିକାଶର ବାର୍ତ୍ତା ବାଣ୍ଟୁ ଥିବାବେଳେ ସେହି ପ୍ରକଳ୍ପ ଖୋଜିଲେ ମିଳୁନି। ଅନ୍ୟପକ୍ଷେ କାମ ଅନାବଶ୍ୟକ ସ୍ଥାନରେ କରାଯାଇ ସରକାରୀ ଟଙ୍କାକୁ ଅପବ୍ୟୟ କରାଯାଇଥିବା ଅଭିଯୋଗ ହୋଇଛି। କାନସିଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜଙ୍ଗଲ ଭିତରେ ରାସ୍ତା କାହିଁକି ତିଆରି ହୋଇଛି ବୁଝା ପଡୁନି। ସେହିପରି ଗାଁ ଶିବ ମନ୍ଦିରର ଭୋଗ ମଣ୍ଡପକୁ ଭକ୍ତ ନିର୍ମାଣ କରିଥିବାବେଳେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିଲ୍‌ କାହିଁକି ହେଲା ଲୋକ ବୁଝି ପାରୁ ନାହାନ୍ତି। ବିକାଶ ନାଁରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍‌ ହୋଇଥିବାରୁ ସ୍ଥାନୀୟ ଜନସାଧାରଣ ଜିଲାପାଳ ଓ ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରି ତଦନ୍ତ କରିବାକୁ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗାଁରେ ୫ଟି ସୂଚନା ଫଳକ ରହିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାନାସିଂ ଗାଁ ଶିବ ମନ୍ଦିରଠାରୁ ନୂତନ କାନାସିଂ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଥିବା ଦର୍ଶାଯାଇଛି। ରାସ୍ତା ପାଇଁ ୫ ଲକ୍ଷ ୪ ହଜାର ୨୦୪ ଟଙ୍କା ସରକାରୀ ଅନୁଦାନ ମଞ୍ଜୁର ହୋଇଥିବା ଫଳକ କହୁଛି। ତେବେ ଏହି ରାସ୍ତା ଖୋଜିଲେ ମିଳୁ ନାହିଁ। ଜଙ୍ଗଲ ଭିତରେ ସେହି ରାସ୍ତା କରାଯାଇଥିବା କୁହାଯାଉଛି। ଜଙ୍ଗଲ ନିକଟରେ କୌଣସି ଗାଁ ନ ଥିବାବେଳେ ବ୍ଲକ୍‌ ପକ୍ଷରୁ ସେହି ରାସ୍ତା କାହିଁକି କରାଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସେହିପରି ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜକିଆରୀ ଗାଁର ୧୨ ଜଣ ଲୋକଙ୍କ ପାଇଁ ସୋଫିଟ୍‌ ଓ ଡଷ୍ଟବିନ୍‌ ପାଇଁ ୫ ହଜାର ଲେଖାଏଁ ୬୦ ହଜାର ଟଙ୍କା ଅନୁଦାନ ଆସିଛି। ଉର୍ମିଳା ପ୍ରଧାନଙ୍କ ରିଚାର୍ଜ ପିଟ ନାଁରେ ଏହା ବିଲ୍‌ ହୋଇଛି। ହେଲେ ସ୍ଥାନୀୟ ଲୋକ ସୋଫିଟ୍‌ ଓ ଡଷ୍ଟବିନ୍‌ କ’ଣ ଜାଣି ନାହାନ୍ତି ବୋଲିି କହିଛନ୍ତି। କାନାସିଂ ପୋଖରୀର ପଙ୍କ ଉଦ୍ଧାର ପାଇଁ ୨୦୨୧-୨୨ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୫ ଲକ୍ଷ ମଞ୍ଜୁର ହୋଇଛି। ହେଲେ ପଙ୍କ ଉଦ୍ଧାର ନ କରି ସରକାରୀ ଅନୁଦାନ ହଡପ୍‌ ହୋଇଥିବା ଅଭିଯୋଗ ହୋଇଛି। ଏଭଳିସ୍ଥଳେ ଗାଁ ପୋଖରୀର ପୁନରୁଦ୍ଧାର ହେଉ ନ ଥିବାରୁ ପରିତ୍ୟକ୍ତ ହୋଇ ପଡି ରହିଛି। ପୁଣି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୨୨-୨୩ରେ ଦାଶରଥୀଙ୍କ ଘରଠାରୁ ବଡମୁଣ୍ଡିଆ ପର୍ଯ୍ୟନ୍ତ ରାସ୍ତା ୭ ଲକ୍ଷ ଟଙ୍କାରେ ହୋଇଛି। ତାହା ଅନାବଶ୍ୟକ ଥିବାବେଳେ ରାସ୍ତା କରାଯିବାର କାରଣ ଜଣାପଡୁନି। ଏଥିରେ ଅନିୟମିତତା ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି। କାନାସିଂ ଶିବ ମନ୍ଦିର ଭୋଗ ମଣ୍ଡପ ଜଣେ ଭକ୍ତ ନିର୍ମାଣ କରିଥିବାବେଳେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଦର୍ଶାଇ ଅର୍ଥ ହଡପ କରାଯାଇଥିବା ଅଭିଯୋଗ ହୋଇଛି। ଗାଁରେ କୋଠଘର ନ ଥିବାବେଳେ ସରକାରୀ ଅନୁଦାନ ମିଳୁ ନାହିଁ। ସେହିଭଳି ଶିବ ମନ୍ଦିରର ଉନ୍ନୟନ ନାଁରେ ସରକାରୀ ଅର୍ଥ ହଡପ କରାଯାଇଥିବାବେଳେ ଠାକୁରଙ୍କ ଭୋଗ ରୋଷେଇ ପାଇଁ ରୋଷଶାଳା ଓ ମନ୍ଦିର ପ୍ରାଚୀର କରାଯାଉ ନାହିଁ। ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଗ୍ରୀଷ୍ମ ଋତୁରେ ଏହା ଉତ୍କଟ ରୂପ ଧାରଣ କରୁଛି। ୩ମାସ ତଳେ ଗାଁ ଲୋକ ଖଣ୍ଡପଡ଼ା ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ହେଲେ ସମସ୍ୟା ସମାଧାନ ହେବା ବଦଳରେ ବଢ଼ି ଚାଲିଛି। ବ୍ଲକ୍‌ ପକ୍ଷରୁ ବନସୁରକ୍ଷା ଗୃହ ଆସିଛି। ହେଲେ ଗୃହ ନିର୍ମାଣ କରାଯାଉନି। ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri