୨୩ଶହ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମି ଜବରଦଖଲ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ରାଜଧାନୀରେ ବେଶ୍‌ ସକ୍ରିୟ ରହିଛି ଜମି ର଼୍ୟାକେଟ୍‌। କେଉଁଠି ଗୋଷ୍ଠୀଗତ ତ ଆଉ କେଉଁଠି ବ୍ୟକ୍ତିଗତ କବ୍‌ଜାକୁ ଚାଲିଯାଉଛି ଭୁବନେଶ୍ୱରର ବହୁ ମୂଲ୍ୟବାନ ଜମି। ଜବରଦଖଲ ସହ କିଣାବିକା ମଧ୍ୟ ହେଉଛି। ଫଳରେ ୨୩ଶହ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମି ଏବେ ଜବରଦଖଲରେ ରହିଛି। ଏଥିରୁ ସର୍ବାଧିକ ଅର୍ଥାତ୍‌ ୮୪୦ ଏକର ଜମି ବସ୍ତିବାସିନ୍ଦାଙ୍କ କବ୍‌ଜାରେ ରହିଥିବାବେଳେ ୬୦୦ରୁ ଊର୍ଦ୍ଧ୍ୱ ଏକର ରାସ୍ତା ପାର୍ଶ୍ୱ ଜମି ଜବରଦଖଲ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲ୍ୟାଣ୍ଡ୍‌ ଓ ଲିଗାଲ ବିଭାଗ ପକ୍ଷରୁ ଜଣାପଡ଼ିଛି। ବିଶେଷକରି ୨୦୦୩ରୁ ଜବରଦଖଲ ହୁ ହୁ ହୋଇ ବଢ଼ିଥିଲା। ଜମି ମାଫିଆଙ୍କ ସହ ବିଏମ୍‌ସି, ବିଡିଏ ଓ ଜମିଜମା ସହ ସମ୍ପୃକ୍ତ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ହାତ ମିଳାଇ ଖୋଜିଖୋଜି ସରକାରୀ ଜମିକୁ ଜବରଦଖଲ କରିଥିଲେ, ଯାହା ଏବେବି ଜାରି ରହିଥିବା ଜଣାପଡିଛି। ଏପଟେ ଉଚ୍ଛେଦ ନାଁରେ ବିଏମ୍‌ସି, ବିଡିଏ, ସାଧାରଣ ପ୍ରଶାସନ ପକ୍ଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଜବରଦଖଲ ହଟିପାରୁନି। କୁହାଯାଉଛି ଜବରଦଖଲକାରୀଙ୍କୁ ଗଳାବାଟ ଦେଖାଇ ଅଧିକାରୀମାନେ ପ୍ରହସନ କରୁଛନ୍ତି। ଏପଟେ ରାଜନୈତିକ ଚାପ ବଡ଼ ବାଧକ ସାଜୁଛି। ଫଳରେ ସ୍ମାର୍ଟସିଟିର ବିକାଶଧାରା ବର୍ଷ ବର୍ଷ ଧରି କେଉଁଠି ଅଟକି ରହିଛି ତ ଆଉ କେଉଁଠି ଜବରଦଖଲକାରୀଙ୍କୁ ସୁହାଇବା ଭଳି କାର୍ଯ୍ୟ ହେଉଥିବା ନଜିର ରହିଛି।
ବିଏମ୍‌ସି ଉଚ୍ଛେଦ ଟିମ୍‌ର ଜଣେ ଅଧିକାରୀଙ୍କ କହିବା କଥା ହେଲା, ସହରର ପରିସୀମା ଭଳି ଜବରଦଖଲ ବଢ଼ୁଛି। ସରକାରୀ ଜମିକୁ ଜବରଦଖଲ କରି ରାତାରାତି ୩୦/୨୦ରେ ପ୍ଲଟିଂ କରାଯାଇ ୫୦ ହଜାରରୁ ଲକ୍ଷେ ଟଙ୍କାରେ ବିକ୍ରି କରିଦିଆଯାଉଛି। ସୁରକ୍ଷା ପାଇଁ ସେଠାରେ ନୂଆ ବସ୍ତି ଗଢ଼ାଯାଇ ସଂଘ ଗଠନ କରାଯାଉଛି। ପ୍ରଶାସନର ନଜର ପଡ଼ିବା ପରେ ଉଚ୍ଛେଦ ପାଇଁ ଅର୍ଡର ହେଉଛି ସତ, କିନ୍ତୁ ସଂଘବଦ୍ଧ ବିରୋଧ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ ଯୋଗୁ ଜବରଦଖଲ ହଟାଇବା ସମ୍ଭବ ହେଉନି। ଖାଲି ବସ୍ତି ପାଇଁ ଜମି ଜବରଦଖଲ ହେଉଛି ତା ନୁହେଁ, ରାସ୍ତା ପାର୍ଶ୍ୱରେ ଥିବା ସାଧାରଣ ପ୍ରଶାସନ ବିଭାଗର ଜମି ମଧ୍ୟ ବହୁ ସ୍ଥାନରେ ଜବରଦଖଲରେ ରହିଛି। ଫଳରେ ଅଧିକାଂଶ ରାସ୍ତା ଚଉଡ଼ା ହୋଇପାରୁନାହିଁ କି ଡ୍ରେନ୍‌ ନିର୍ମାଣ ହୋଇପାରୁନି। ୨୦୦୯ରେ ରାଜଭବନରୁ ନନ୍ଦନକାନନ ରାସ୍ତାକୁ ୪ ଥାକିଆ (୨୦୦ ଫୁଟ) କରିବାକୁ ନିଷ୍ପତ୍ତି ହୋଇଥିଲା। ଘରୋଇ ଜମି ଅଧିଗ୍ରହଣ ଓ ସରକାରୀ ଜମି ଉପରୁ ଜବରଦଖଲ ନ ହଟିବା କାରଣରୁ ଏହାକୁ ୨ ଥାକିଆ ଅର୍ଥାତ୍‌ ୧୦୦ ଫୁଟ୍‌ର ରାସ୍ତା କରି କାମ ଚଳାଗଲା। ଏହିପରି ଭୁବନେଶ୍ୱରର ବହୁ ସ୍ଥାନରେ ସରକାରୀ ଜମି ଜବରଦଖଲ ହୋଇଥିବା ପ୍ରଶାସନର ନଜରକୁ ଆସିଛି। ସମୟାନୁକ୍ରମେ ଜବରଦଖଲ ଅଧିକ ହୋଇଛି, ଯାହାକୁ ନିୟନ୍ତ୍ରଣ କରାଯାଇପାରିନାହିଁ ବୋଲି ସେ କହିଛନ୍ତି।
ଏନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଉଚ୍ଛେଦ ହେଉଥିଲା ଓ ଆଗକୁ ମଧ୍ୟ ଜୋର୍‌ଦାର ହେବ। ୨୦୧୯ରେ ବାତ୍ୟା ଫନୀ ଭଳି ସାମ୍ପ୍ରତିକ କରୋନା ସ୍ଥିତି ପାଇଁ ବିଏମ୍‌ସି ତଥା ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଗହଳିଠୁ ଦୂରେଇ ରହିବା ହିଁ ସମସ୍ତଙ୍କ ପାଇଁ ଭଲ। ଭୁବନେଶ୍ୱରର ସ୍ଥିତି ସ୍ବାଭାବିକ ହେବା ପରେ ଏନେଇ ରିଭ୍ୟୁ କରାଯିବ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?