Posted inଜାତୀୟ

୫୧ ବର୍ଷ ପରେ ମହାରାଷ୍ଟ୍ର ସରକାରଙ୍କୁ ୨୦୦ରୁ ଅଧିକ ବିଧାୟକଙ୍କ ସମର୍ଥନ

ମୁମ୍ବାଇ, ୩ା୭(ପି.ଟି.): ଏନ୍‌ସିପି ନେତା ଅଜିତ ପାଓ୍ବାର ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରେ ରାଜ୍ୟ ସରକାରଙ୍କୁ ସମର୍ଥନ କରୁଥିବା ବିଧାୟକମାନଙ୍କ ସଂଖ୍ୟା ୨୦୦ ଅତିକ୍ରମ କରିଛି, ଯାହାକି ଗତ ୫୧ ବର୍ଷ ମଧ୍ୟରେ ପ୍ରଥମ ଘଟଣା। ୧୯୭୨ରେ ମହାରାଷ୍ଟ୍ର ସରକାରଙ୍କ ପ୍ରତି ୨୦୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିଲା। ତେବେ ସମସ୍ତ ୨୨୨ ବିଧାୟକ କଂଗ୍ରେସର ଥିଲେ। ସେତେବେଳେ ବିଧାନସଭାରେ ମୋଟ ବିଧାୟକ ସଂଖ୍ୟା ୨୭୦ ରହିଥିଲା। ଅଜିତ ପାଓ୍ବାରଙ୍କ ପଛରେ ପ୍ରକୃତରେ କେତେ ବିଧାୟକଙ୍କ ସମର୍ଥନ ରହିଛି, ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ତାଙ୍କ ପ୍ରତି ୩୬ ଜଣଙ୍କ ସମର୍ଥନ ରହିଥିବା ତାଙ୍କ ଅନୁଗତ ବିଧାନ ପରିଷଦ ସଦସ୍ୟ ଅମୋଲ ମିଟ୍‌କାରୀ ଦାବି କରିଛନ୍ତି। ଯଦି ଏହା ସତ ହୋଇଥାଏ, ତେବେ ଶିବସେନା, ଭାଜପା ଏବଂ ଅଜିତଙ୍କ ସମର୍ଥକ ଏନ୍‌ସିପି ବିଧାୟକଙ୍କ ମୋଟ ସଂଖ୍ୟା ୧୮୧ ହେବ। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଭାଜପାର ୧୦୫ ବିଧାୟକ ଥିବାବେଳେ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ବିଧାୟକଙ୍କ ସଂଖ୍ୟା ୪୦। ଏହା ବ୍ୟତୀତ ସରକାରଙ୍କୁ ବହୁଜନ ବିକାଶ ଅଘାଡ଼ିର ୩ ବିଧାୟକ, ପ୍ରହାର ଜନଶକ୍ତି ପାର୍ଟିର ୨ ଜଣ, ରାଷ୍ଟ୍ରୀୟ ସମାଜ ପାର୍ଟି ଓ ଜନସୁରାଜ୍ୟ ଶାକ୍ରିର ଜଣେ ଲେଖାଏ ବିଧାୟକ ତଥା ୧୩ ଜଣ ସ୍ବାଧୀନ ବିଧାୟକ ସମର୍ଥନ କରୁଛନ୍ତି। ସମସ୍ତଙ୍କୁ ମିଶାଇଲେ ସରକାରଙ୍କ ପ୍ରତି ୨୦୧ ବିଧାୟକଙ୍କ ସମର୍ଥନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri