Posted inଜାତୀୟ

୧୫୦ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲ-ଓ୍ବେବସାଇଟ ବ୍ୟାନ୍‌…

ନୂଆଦିଲ୍ଲୀ,୧୨।୬ : ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୫୦ରୁ ଅଧିକ ୱେବସାଇଟ ଏବଂ ୟୁଟ୍ୟୁବ ଆଧାରିତ ନ୍ୟୁଜ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛି। ୨୦୨୧ ମସିହାରୁ ଚାଲୁଥିବା ଏହି ୱେବସାଇଟଗୁଡିକ ଉପରେ ନିଷେଧାଦେଶ ସମ୍ପର୍କରେ ମନ୍ତ୍ରଣାଳୟ କହିଛି ଗତ ୨ ବର୍ଷ ଧରି ଏହି ପ୍ଲାଟଫର୍ମରେ ଭାରତ ବିରୋଧୀ ବିଷୟବସ୍ତୁ ଉପସ୍ଥାପିତ ହେଉଥିବାରୁ ଏହା କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଅଧିନିୟମର ଧାରା ୬୯-ଏର ଉଲ୍ଲଂଘନ ଯୋଗୁ ଏହି ୱେବସାଇଟ ଏବଂ ଚ୍ୟାନେଲଗୁଡ଼ିକୁ ହଟାଇ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏସମ୍ପର୍କରେ କହିଛନ୍ତି। ୟୁଟ୍ୟୁବ ଚ୍ୟାନେଲଗୁଡିକରେ ୧୨୧. ମିଲିୟନରୁ ଅଧିକ ଗ୍ରାହକ ଥିଲେ ଏବଂ ସମୁଦାୟ ୧୩୨୪.୨୬ ମିଲିୟନ ଭ୍ୟୁ ଥିଲା। ଅପସାରିତ ହୋଇଥିବା ଚ୍ୟାନେଲଗୁଡ଼ିକ ମଧ୍ୟରେ ଖବର ଓ୍ବିଥ ଫ୍ୟାକଟ୍ସ, ଖବର ତେଜ, ଇନଫରମେଶନ ହବ, ଫ୍ଲାସ ନାଓ, ମେରା ପାକିସ୍ଥାନ, ହକିକତ କି ଦୁନିୟା ଏବଂ ଆପନି ଦୁନିୟା ଆଦି ରହିଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟ ଅନେକ ୟୁଟ୍ୟୁବ ଚ୍ୟାନେଲକୁ ସମୟ ସମୟରେ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ମିଥ୍ୟା ଖବର ଏବଂ ବିଷୟବସ୍ତୁ ଉପସ୍ଥାପନ ନ କରିବାକୁ ଚେତାବନୀ ଦେଇଥିଲେ । ତେବେ ଏନେଇ କୌଣସି ପଦକ୍ଷେପ ଗ୍ରହଣ ନ କରାଯିବାରୁ ମନ୍ତ୍ରଣାଳୟ ବର୍ତ୍ତମାନ ଏକ ପ୍ରମୁଖ ନିଷ୍ପତ୍ତି ନେଇଛି ଏବଂ ଏହିପରି ଚ୍ୟାନେଲଗୁଡ଼ିକୁ ହଟାଇ ଦେଇଛି। ଗତ ବର୍ଷ ଜୁଲାଇ ମାସରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା, ଯେତେବେଳେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଥିଲେ ୨୦୨୧ ରୁ ୨୦୨୨ ମଧ୍ୟରେ ଏହିପରି ଚ୍ୟାନେଲ ଏବଂ ୟୁଟ୍ୟୁବ ଲିଙ୍କକୁ ଅବରୋଧ କରାଯାଇଛି ଯାହା ଭାରତ ବିରୋଧୀ ବିଷୟବସ୍ତୁ ପ୍ରସାର କରୁଥିଲା।
ଏଥିସହ ସେ କହିଥିଲେ ଯଦି କୌଣସି ସୋସିଆଲ ମିଡିଆ ଆକାଉଣ୍ଟ ଲୋକଙ୍କୁ ବିଭ୍ରାନ୍ତ କରୁଛି, ତେବେ ଏହାକୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri