ସହରରେ ବଢୁଛି ଚୋରା ବନ୍ଧୁକ କାରବାର

ଖୋର୍ଦ୍ଧା ଅଫିସ,୧୨ା୬: ଖୋର୍ଦ୍ଧା ନିଶା କାରବାରର ହବ୍‌ ପାଲଟିଥିବା ବେଳେ ଚୋରା ବନ୍ଧୁକ କାରବାର ମଧ୍ୟ ବଢ଼ିଚାଲିଛି। ଏକାଧିକ ଅସାମାଜିକ ଯୁବକଙ୍କ ପାଖରେ ବନ୍ଧୁକ ରହିଛି। ମାରଣାସ୍ତ୍ର, ବୋମା ପରିବର୍ତ୍ତେ ଏବେ କଥା କଥାକେ ଗୁଳି ଫୁଟୁଛି। ସହରରେ ଅପରାଧ ବଢ଼ିଚାଲିଥିବା ବେଳେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ। ବିହାର, ଝାଡ଼ଖଣ୍ଡ ଆଦି ପଡ଼ୋଶୀ ରାଜ୍ୟରୁ ଅପରାଧୀମାନେ ୧୦ରୁ ୧୫ ହଜାର ଟଙ୍କାରେ ଚୋରା ବନ୍ଧୁକ ପାଇଯାଉଛନ୍ତି। ତେବେ ବନ୍ଧୁକ କାରବାର ପଛରେ ଏକ ରାକେଟ୍‌ କାମ କରୁଛି। ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧାରେ ପହଞ୍ଚୁଛି। ପୋଲିସ ଏହାକୁ ରୋକିବାରେ ବିଫଳ ହୋଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ କୌଣସି ଅଭିଯୁକ୍ତ ବନ୍ଧୁକ ସହ ଗିରଫ ହେଲେ ବନ୍ଧୁକ କେଉଁଠୁ ଆଣିଛନ୍ତି, କିଏ ଏମାନଙ୍କୁ ଯୋଗାଇ ଦେଉଛି, ଏମାନଙ୍କ ସାଥିରେ ଅନ୍ୟ କେଉଁମାନେ ଅଛନ୍ତି, ସେ ସବୁ ଦିଗ ଉପରେ ପୋଲିସ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ସହରରେ ବେଆଇନଭାବେ ବନ୍ଧୁକ କାରବାର ବଢ଼ିଚାଲିଛି।
ଯେ, ଗତ ୭ ତାରିଖ ଆଦର୍ଶ ଥାନା ଅନ୍ତର୍ଗତ ଠେଙ୍ଗାହାଟ ଛକରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଡ୍ରଗ୍ସ ବେପାରୀ ସୋମନାଥ ଭୁଜବଳ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ମୃତ୍ୟୁବରଣ କରିଥିଲେ। ସେହିପରି ଗତ ୧୫ ତାରିଖରେ ପାନବରଜ ଗୁଳିକାଣ୍ଡ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୨ଟି ବନ୍ଧୁକ ଓ ୩ ଗୁଳି ଜବତ କରିଛି। ୨୦୨୨ ମସିହାରେ ଖୋର୍ଦ୍ଧା ପୋଲିସ ୨୦୨୦ ଦଧିମାଛଗାଡିଆ ଲାଲା ପ୍ରଧାନ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାହୁଙ୍କୁ ଜଟଣୀ ବାଇପାସ୍‌ଠାରୁ ଧରିଥିବା ବେଳେ ତାଙ୍କଠାରୁ ୩ କେଜି ୬୦୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ଦେଶୀ ବନ୍ଧୁକ, ଗୁଳି ଜବତ କରିଥିଲା। ୨୦୨୨ ଏପ୍ରିଲ ୨୭ରେ ଖୋର୍ଦ୍ଧା ପୋଲିସ ଜଙ୍କିଆ ଥାନା ଡମଣଭୂଇଁ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ଘରେ ବନ୍ଧୁକ ତିଆରି କାରଖାନା ଚାଲିଥିବା ଖବରପାଇ ଚଢ଼ାଉ କରି ୨ଜଣଙ୍କୁ ଗିରଫ କରିଥିଲା। ସେଠାରୁ ୩ଟି ଦେଶୀ ବନ୍ଧୁକ, ୬ଟି ଗୁଳି, ୨ଶହ ଗ୍ରାମ୍‌ ଗନ୍‌ ପାଉଡର, ଖାଲି କାଟ୍ରିଜ ଏବଂ ବନ୍ଧୁକ ତିଆରି ସାମଗ୍ରୀ ମଧ୍ୟ ଜବତ ହୋଇଥିବା ସେ ସମୟରେ ତତ୍କାଳୀନ ଏସ୍‌ପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଥିଲେ।
ମାର୍ଚ୍ଚର ଦୁଇ ସପ୍ତାହ ମଧ୍ୟରେ ପୋଲିିସ ବିଭିନ୍ନ ମାମଲାରେ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୬ଟି ବନ୍ଧୁକ, ଗୁଳି, ମାରଣାସ୍ତ୍ର, ଖଣ୍ଡାକାତି, ବୋମା, ବାଇକ୍‌, କାର ଜବତ କରିଛି। ଖୋର୍ଦ୍ଧା ଟାଉନ ପୋଲିସ ୨୦୨୧ ଫେବୃୟାରୀ ୧୨ରେ ଗୁରୁଜଙ୍ଗ ଶ୍ୱଶୁର ଘରେ ଜ୍ୱାଇଁଙ୍କ ଗୁଳିକାଣ୍ଡ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୨ଟି ବନ୍ଧୁକ, ୩ଟି ଗୁଳି, ୭ଟି ମୋବାଇଲ ଏବଂ କାର ଜବତ ହୋଇଥିଲା। ସେହିପରି ୧୧ତାରିଖ ବିଳମ୍ବିତ ରାତିରେ ଚଣ୍ଡିଚୁଆ ଛକରେ ଡକାୟତି ଯୋଜନା ବେଳେ ପୋଲିସ ୨ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କଠାରୁ ଏକ ବନ୍ଧୁକ ଜବତ ହୋଇଥିଲା। ଡିସେମ୍ବର ୮ରେ ଗୁରୁଜଙ୍ଗ ଗୁଳିକାଣ୍ଡ ଘଟଣାରେ ଟାଉନ ପୋଲିସ ଫେବୃୟାରୀ ୨୭ରେ ମୁଖ୍ୟ ଅଭିଯୁକ୍ତ ଦିପୁ ଓରଫ ଦୀପକ କୁମାର ପ୍ରଧାନ(୨୬)ଙ୍କୁ ଗିରଫ କରିଥିଲା। ପୋଲିସ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ ଓ ୨ଟି ଗୁଳି ଜବତ କରିଥିଲା। ସେହିପରି ଜାତୀୟ ରାଜପଥରେ ଡକାୟତି ଉଦ୍ୟମ ବେଳେ ୨ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୨ଟି ବନ୍ଧୁକ ଓ ୩ଟି ଗୁଳି ଜବତ ହୋଇଛି। ଏ ସମ୍ପର୍କରେ ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, ସହରକୁ ବନ୍ଧୁକ କିପରି ଆସୁଛି, ତାହାର ତଦନ୍ତ ଚାଲିଛି। ଏଥିସହ ପୂର୍ବ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଖୋର୍ଦ୍ଧାକୁ ଅପରାଧମୁକ୍ତ ଲାଗି ସ୍ବତନ୍ତ୍ର ଡ୍ରାଇଭ୍‌ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri