ସହରରେ ବଢୁଛି ଚୋରା ବନ୍ଧୁକ କାରବାର

ଖୋର୍ଦ୍ଧା ଅଫିସ,୧୨ା୬: ଖୋର୍ଦ୍ଧା ନିଶା କାରବାରର ହବ୍‌ ପାଲଟିଥିବା ବେଳେ ଚୋରା ବନ୍ଧୁକ କାରବାର ମଧ୍ୟ ବଢ଼ିଚାଲିଛି। ଏକାଧିକ ଅସାମାଜିକ ଯୁବକଙ୍କ ପାଖରେ ବନ୍ଧୁକ ରହିଛି। ମାରଣାସ୍ତ୍ର, ବୋମା ପରିବର୍ତ୍ତେ ଏବେ କଥା କଥାକେ ଗୁଳି ଫୁଟୁଛି। ସହରରେ ଅପରାଧ ବଢ଼ିଚାଲିଥିବା ବେଳେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ। ବିହାର, ଝାଡ଼ଖଣ୍ଡ ଆଦି ପଡ଼ୋଶୀ ରାଜ୍ୟରୁ ଅପରାଧୀମାନେ ୧୦ରୁ ୧୫ ହଜାର ଟଙ୍କାରେ ଚୋରା ବନ୍ଧୁକ ପାଇଯାଉଛନ୍ତି। ତେବେ ବନ୍ଧୁକ କାରବାର ପଛରେ ଏକ ରାକେଟ୍‌ କାମ କରୁଛି। ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧାରେ ପହଞ୍ଚୁଛି। ପୋଲିସ ଏହାକୁ ରୋକିବାରେ ବିଫଳ ହୋଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ କୌଣସି ଅଭିଯୁକ୍ତ ବନ୍ଧୁକ ସହ ଗିରଫ ହେଲେ ବନ୍ଧୁକ କେଉଁଠୁ ଆଣିଛନ୍ତି, କିଏ ଏମାନଙ୍କୁ ଯୋଗାଇ ଦେଉଛି, ଏମାନଙ୍କ ସାଥିରେ ଅନ୍ୟ କେଉଁମାନେ ଅଛନ୍ତି, ସେ ସବୁ ଦିଗ ଉପରେ ପୋଲିସ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ସହରରେ ବେଆଇନଭାବେ ବନ୍ଧୁକ କାରବାର ବଢ଼ିଚାଲିଛି।
ଯେ, ଗତ ୭ ତାରିଖ ଆଦର୍ଶ ଥାନା ଅନ୍ତର୍ଗତ ଠେଙ୍ଗାହାଟ ଛକରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଡ୍ରଗ୍ସ ବେପାରୀ ସୋମନାଥ ଭୁଜବଳ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ମୃତ୍ୟୁବରଣ କରିଥିଲେ। ସେହିପରି ଗତ ୧୫ ତାରିଖରେ ପାନବରଜ ଗୁଳିକାଣ୍ଡ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୨ଟି ବନ୍ଧୁକ ଓ ୩ ଗୁଳି ଜବତ କରିଛି। ୨୦୨୨ ମସିହାରେ ଖୋର୍ଦ୍ଧା ପୋଲିସ ୨୦୨୦ ଦଧିମାଛଗାଡିଆ ଲାଲା ପ୍ରଧାନ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାହୁଙ୍କୁ ଜଟଣୀ ବାଇପାସ୍‌ଠାରୁ ଧରିଥିବା ବେଳେ ତାଙ୍କଠାରୁ ୩ କେଜି ୬୦୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ଦେଶୀ ବନ୍ଧୁକ, ଗୁଳି ଜବତ କରିଥିଲା। ୨୦୨୨ ଏପ୍ରିଲ ୨୭ରେ ଖୋର୍ଦ୍ଧା ପୋଲିସ ଜଙ୍କିଆ ଥାନା ଡମଣଭୂଇଁ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ଘରେ ବନ୍ଧୁକ ତିଆରି କାରଖାନା ଚାଲିଥିବା ଖବରପାଇ ଚଢ଼ାଉ କରି ୨ଜଣଙ୍କୁ ଗିରଫ କରିଥିଲା। ସେଠାରୁ ୩ଟି ଦେଶୀ ବନ୍ଧୁକ, ୬ଟି ଗୁଳି, ୨ଶହ ଗ୍ରାମ୍‌ ଗନ୍‌ ପାଉଡର, ଖାଲି କାଟ୍ରିଜ ଏବଂ ବନ୍ଧୁକ ତିଆରି ସାମଗ୍ରୀ ମଧ୍ୟ ଜବତ ହୋଇଥିବା ସେ ସମୟରେ ତତ୍କାଳୀନ ଏସ୍‌ପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଥିଲେ।
ମାର୍ଚ୍ଚର ଦୁଇ ସପ୍ତାହ ମଧ୍ୟରେ ପୋଲିିସ ବିଭିନ୍ନ ମାମଲାରେ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୬ଟି ବନ୍ଧୁକ, ଗୁଳି, ମାରଣାସ୍ତ୍ର, ଖଣ୍ଡାକାତି, ବୋମା, ବାଇକ୍‌, କାର ଜବତ କରିଛି। ଖୋର୍ଦ୍ଧା ଟାଉନ ପୋଲିସ ୨୦୨୧ ଫେବୃୟାରୀ ୧୨ରେ ଗୁରୁଜଙ୍ଗ ଶ୍ୱଶୁର ଘରେ ଜ୍ୱାଇଁଙ୍କ ଗୁଳିକାଣ୍ଡ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୨ଟି ବନ୍ଧୁକ, ୩ଟି ଗୁଳି, ୭ଟି ମୋବାଇଲ ଏବଂ କାର ଜବତ ହୋଇଥିଲା। ସେହିପରି ୧୧ତାରିଖ ବିଳମ୍ବିତ ରାତିରେ ଚଣ୍ଡିଚୁଆ ଛକରେ ଡକାୟତି ଯୋଜନା ବେଳେ ପୋଲିସ ୨ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କଠାରୁ ଏକ ବନ୍ଧୁକ ଜବତ ହୋଇଥିଲା। ଡିସେମ୍ବର ୮ରେ ଗୁରୁଜଙ୍ଗ ଗୁଳିକାଣ୍ଡ ଘଟଣାରେ ଟାଉନ ପୋଲିସ ଫେବୃୟାରୀ ୨୭ରେ ମୁଖ୍ୟ ଅଭିଯୁକ୍ତ ଦିପୁ ଓରଫ ଦୀପକ କୁମାର ପ୍ରଧାନ(୨୬)ଙ୍କୁ ଗିରଫ କରିଥିଲା। ପୋଲିସ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ ଓ ୨ଟି ଗୁଳି ଜବତ କରିଥିଲା। ସେହିପରି ଜାତୀୟ ରାଜପଥରେ ଡକାୟତି ଉଦ୍ୟମ ବେଳେ ୨ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୨ଟି ବନ୍ଧୁକ ଓ ୩ଟି ଗୁଳି ଜବତ ହୋଇଛି। ଏ ସମ୍ପର୍କରେ ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, ସହରକୁ ବନ୍ଧୁକ କିପରି ଆସୁଛି, ତାହାର ତଦନ୍ତ ଚାଲିଛି। ଏଥିସହ ପୂର୍ବ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଖୋର୍ଦ୍ଧାକୁ ଅପରାଧମୁକ୍ତ ଲାଗି ସ୍ବତନ୍ତ୍ର ଡ୍ରାଇଭ୍‌ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri